ତେଲେଙ୍ଗାନାରେ ମତଦାନ ଆରମ୍ଭ, ୧୧୯ଟି ଆସନରେ ଆରମ୍ଭ ହୋଇଛି ଭୋଟିଂ

The Sakala Picture
Published On

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ସମସ୍ତ ୧୧୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର । ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ପୁଅ କେଟିଆର ଅଛନ୍ତି । ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜର କୁମାର, ଡି ଅରବିନ୍ଦ ସୋୟମ ବାପୁରାଓ […]

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ସମସ୍ତ ୧୧୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର । ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ପୁଅ କେଟିଆର ଅଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜର କୁମାର, ଡି ଅରବିନ୍ଦ ସୋୟମ ବାପୁରାଓ ଏବଂ କଂଗ୍ରେସର ଏ. ରେବନ୍ତ ରେଡି, ଉତର କୁମାର ରେଡି, ଏଆଇଏମଆଇଏମ ନେତା ଅସଦୁଦ୍ଦିନ ୱୱେସୀଙ୍କ ପରି ହେବିୱେଟ୍ ନେତା ଅଛନ୍ତି । ବିଆରଏସ୍ , କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ। ଚଳିତଥର ୧୦୩ଜଣ ବିଧାୟକ ପୁଣି ଥରେ ନିର୍ବାଚନୀ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦନଶିଳ ବୁଥ୍ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୩ ତାରିଖରେ ଫଳାଫଳ ଘୋଷଣା ହେବ ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

30 Nov 2023 By The Sakala

ତେଲେଙ୍ଗାନାରେ ମତଦାନ ଆରମ୍ଭ, ୧୧୯ଟି ଆସନରେ ଆରମ୍ଭ ହୋଇଛି ଭୋଟିଂ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ସମସ୍ତ ୧୧୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର । ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ପୁଅ କେଟିଆର ଅଛନ୍ତି ।

ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜର କୁମାର, ଡି ଅରବିନ୍ଦ ସୋୟମ ବାପୁରାଓ ଏବଂ କଂଗ୍ରେସର ଏ. ରେବନ୍ତ ରେଡି, ଉତର କୁମାର ରେଡି, ଏଆଇଏମଆଇଏମ ନେତା ଅସଦୁଦ୍ଦିନ ୱୱେସୀଙ୍କ ପରି ହେବିୱେଟ୍ ନେତା ଅଛନ୍ତି । ବିଆରଏସ୍ , କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ। ଚଳିତଥର ୧୦୩ଜଣ ବିଧାୟକ ପୁଣି ଥରେ ନିର୍ବାଚନୀ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦନଶିଳ ବୁଥ୍ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୩ ତାରିଖରେ ଫଳାଫଳ ଘୋଷଣା ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର