ଗରିବଙ୍କ ପାଇଁ ଆଉ ୫ ବର୍ଷ ମାଗଣା ରାସନ

The Sakala Picture
Published On

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅଧୀନରେ ପ୍ରାୟ ୮୧.୩୫ କୋଟି ହିତାଧିକାରୀଙ୍କୁ ଜାନୁଆରୀ ୧, ୨୦୨୪ରୁ ଆଗାମୀ ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି । ୫ ବର୍ଷ ମଧ୍ୟରେ ୧୧ ଲକ୍ଷ ୮୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୮୧ କୋଟି ୩୫ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ଏବଂ […]

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅଧୀନରେ ପ୍ରାୟ ୮୧.୩୫ କୋଟି ହିତାଧିକାରୀଙ୍କୁ ଜାନୁଆରୀ ୧, ୨୦୨୪ରୁ ଆଗାମୀ ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି । ୫ ବର୍ଷ ମଧ୍ୟରେ ୧୧ ଲକ୍ଷ ୮୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୮୧ କୋଟି ୩୫ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ଏବଂ ପୋଷଣ ନିରାପତ୍ତା ସୁନିଶ୍ଚିତ କରିବା ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

୧.୧.୨୦୨୪ରୁ ୫ ବର୍ଷ ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣା ଖାଦ୍ୟଶସ୍ୟ (ଚାଉଳ, ଗହମ ଏବଂ ମିଲେଟ୍ସ / ବାଜରା) ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବ ଏବଂ ଜନସଂଖ୍ୟାର ଗରିବ ଏବଂ ଦୁର୍ବଳ ବର୍ଗର କୌଣସି ଆର୍ଥିକ ଅସୁବିଧାକୁ ହ୍ରାସ କରିବ । ଏହା ଏକ ସାଧାରଣ ଲୋଗୋ ଅଧୀନରେ ୫ ଲକ୍ଷରୁ ଅଧିକ ସୁଲଭ ମୂଲ୍ୟ ଦୋକାନର ନେଟୱାର୍କ ମାଧ୍ୟମରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମାଗଣାରେ ଖାଦ୍ୟଶସ୍ୟ ବିତରଣରେ ଦେଶବ୍ୟାପୀ ଏକସମାନତା ପ୍ରଦାନ କରିବ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଓଏନଓଆରସି-ୱାନ୍ ନେସନ୍ ୱାନ୍ ରାସନ କାର୍ଡ କାର୍ଯ୍ୟକ୍ରମ ଅଧୀନରେ ହିତାଧିକାରୀମାନେ ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ମାଗଣାରେ ଖାଦ୍ୟଶସ୍ୟ ଉଠାଇପାରିବେ। ଡିଜିଟାଲ ଇଣ୍ଡିଆ ଅଧୀନରେ ପ୍ରଯୁକ୍ତି ଭିତ୍ତିକ ସଂସ୍କାରର ଏକ ଅଂଶ ଭାବରେ ଉଭୟ ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ପୋର୍ଟେବିଲିଟିକୁ ସୁଗମ କରିବା ପାଇଁ ଏହି ପଦକ୍ଷେପ ପ୍ରବାସୀମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ହିତାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏବଂ ଧାର୍ୟ୍ୟ ଜନସଂଖ୍ୟା ପାଇଁ ଖାଦ୍ୟଶସ୍ୟର ଉପଲବ୍ଧତା, ସୁଲଭତା ଓ ଯୋଗାଣ ଦୃଷ୍ଟିରୁ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ତଥା ସମସ୍ତ ରାଜ୍ୟରେ ସମାନତା ବଜାୟ ରଖିବା ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣାରେ ଖାଦ୍ୟଶସ୍ୟ ଯୋଗାଣକୁ ୫ ବର୍ଷ ପର୍ୟ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର