ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ୍ ରେସକ୍ୟୁ, ଯେ କୌଣସି ମୁହୂର୍ତ୍ତରେ ବାହାରକୁ ଆସିପାରନ୍ତି ୪୧ ଶ୍ରମିକ

The Sakala Picture
Published On

ଉତ୍ତରକାଶୀ: ଆଉ ମାତ୍ର କିଛି ସମୟର ଅପେକ୍ଷା, ଟନେଲ୍‌ ଭିତରୁ ବାହାରି ପାରନ୍ତି ୪୧ ଶ୍ରମିକ । ଆଉ ମାତ୍ର ୫ ମିଟର ସୁଡଙ୍ଗ ଖୋଳିବା ପରେ ଶ୍ରମିକଙ୍କ ପାଖରେ ପହଞ୍ଚିବ ରେସକ୍ୟୁ ଟିମ୍ । ଏଥିପାଇଁ ଜୋରସୋରରେ ଚାଲିଛି ମାନୁଆଲ୍ ଡ୍ରିଲିଂ । ୧ରୁ ୨ ଘଣ୍ଟା ଭିତରେ ବାହାରିପାରନ୍ତି ୪୧ ଶ୍ରମିକ । ଏ ନେଇ ସୂଚନା ଦେଲେ NHIDCL ଏମ୍‌ଡି । ଶ୍ରମିକମାନେ ବାହାରିବା ଆଶା ଉଜ୍ଜ୍ବଳ ହେବା ପରେ ସ୍ଥାନୀୟ ବାସିନ୍ଦା […]

ଉତ୍ତରକାଶୀ: ଆଉ ମାତ୍ର କିଛି ସମୟର ଅପେକ୍ଷା, ଟନେଲ୍‌ ଭିତରୁ ବାହାରି ପାରନ୍ତି ୪୧ ଶ୍ରମିକ । ଆଉ ମାତ୍ର ୫ ମିଟର ସୁଡଙ୍ଗ ଖୋଳିବା ପରେ ଶ୍ରମିକଙ୍କ ପାଖରେ ପହଞ୍ଚିବ ରେସକ୍ୟୁ ଟିମ୍ । ଏଥିପାଇଁ ଜୋରସୋରରେ ଚାଲିଛି ମାନୁଆଲ୍ ଡ୍ରିଲିଂ । ୧ରୁ ୨ ଘଣ୍ଟା ଭିତରେ ବାହାରିପାରନ୍ତି ୪୧ ଶ୍ରମିକ । ଏ ନେଇ ସୂଚନା ଦେଲେ NHIDCL ଏମ୍‌ଡି । ଶ୍ରମିକମାନେ ବାହାରିବା ଆଶା ଉଜ୍ଜ୍ବଳ ହେବା ପରେ ସ୍ଥାନୀୟ ବାସିନ୍ଦା ମଧ୍ୟ ଖୁସି ପ୍ରକାଶ କରିଛନ୍ତି । ଉଦ୍ଧାର ପାଇଁ ସେନା ଓ SDRF ପ୍ରସ୍ତୁତ । ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଛି। ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରନ୍ତି ୪୧ ଜଣ ଶ୍ରମିକ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଭର୍ଟିକାଲ୍ ଓ ମାନୁଆଲ୍ ଡ୍ରିଲିଂରେ ଉଦ୍ଧାରକାରୀ ଟିମ୍ ପ୍ରାୟ ୫୨ମିଟର ଖୋଳି ସାରିଲେଣି । ଏଥିସହ ଭିତରେ ୫୨ ମିଟର ଯାଏ ପାଇପ୍ ପ୍ରବେଶ କରାଯାଇଛି । ଆଉ ୫ ମିଟର ପାଇପ୍ ପ୍ରବେଶ ପରେ ରେସକ୍ୟୁରେ ମିଳିପାରେ ସଫଳତା । ଆଜି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଶ୍ରମିକମାନେ ଉଦ୍ଧାରକାରୀ ଦଳ ପାଖରୁ ୫ ମିଟର ଦୂରରେ ରହିଛନ୍ତି । ରାଟ୍ ହୋଲ୍ ମାଇନର ମାନେ ଆଜି ସୁଦ୍ଧା ଏହି ଖନନ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଆଶା କରାଯାଉଛି, ଯେକୌଣସି ମୁହୂର୍ତ୍ତରେ ଶ୍ରମିକମାନେ ଉଦ୍ଧାର ହେବେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର