ସହପାଠୀକୁ ଜ୍ୟୋମେଟ୍ରି କମ୍ପାସରେ ୧୦୮ ଥର ଆକ୍ରମଣ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

The Sakala Picture
Published On

ନୂଆଦିଲ୍ଲୀ: ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜଘନ୍ୟ କାଣ୍ଡ । ନିଜ ନିଜ ଭିତରେ ଝଗଡା କରି ତିନି ଜଣ ଚତୁର୍ଥ ଶ୍ରେଣୀ ଛାତ୍ର ମିଶି ଜଣେ ସହପାଠୀକୁ ଜ୍ୟୋମେଟ୍ରି କମ୍ପାସରେ ୧୦୮ ଥର ଆକ୍ରମଣ କରିଥିବାର ଖବର ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟ ପ୍ରଦେଶ ଇନ୍ଦୋରର ଏକ ବେସରକାରୀ ବିଦ୍ୟାଳୟରେ। ସୂଚନା ଅନୁଯାୟୀ, ସ୍କୁଲର ଚତୁର୍ଥ ଶ୍ରେଣୀର ଏହି ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ସେମାନଙ୍କ […]

ନୂଆଦିଲ୍ଲୀ: ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜଘନ୍ୟ କାଣ୍ଡ । ନିଜ ନିଜ ଭିତରେ ଝଗଡା କରି ତିନି ଜଣ ଚତୁର୍ଥ ଶ୍ରେଣୀ ଛାତ୍ର ମିଶି ଜଣେ ସହପାଠୀକୁ ଜ୍ୟୋମେଟ୍ରି କମ୍ପାସରେ ୧୦୮ ଥର ଆକ୍ରମଣ କରିଥିବାର ଖବର ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟ ପ୍ରଦେଶ ଇନ୍ଦୋରର ଏକ ବେସରକାରୀ ବିଦ୍ୟାଳୟରେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୂଚନା ଅନୁଯାୟୀ, ସ୍କୁଲର ଚତୁର୍ଥ ଶ୍ରେଣୀର ଏହି ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ମାରପିଟ୍‌ ମଧ୍ୟ ହୋଇଥିଲା। ଆଉ ଏଭଳି ସ୍ଥିତି ହୋଇଥିଲା ଯେ, ତିନି ଛାତ୍ର ମିଶି ଅନ୍ୟ ଜଣେ ଛାତ୍ରଙ୍କୁ ୧୦୮ ଥର ଜ୍ୟୋମେଟ୍ରି କମ୍ପାସରେ ଭୁଶି ଦେଇଥିଲେ। ପରେ ସ୍କୁଲରୁ ଭୟଭୀତ ଅବସ୍ଥାରେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ ଛାତ୍ର। ଏହା ପରେ ଛାତ୍ରଙ୍କ ଅଭିଭାବକ ଏରୋଡ୍ରମ ଥାନା ପୋଲିସରେ ଏତଲା ଦେଇଥିଲେ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଅନ୍ୟପଟେ ଛାତ୍ରଙ୍କ ଅଭିଭାବକଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପୀଡିତ ଛାତ୍ରଙ୍କ ମେଡିକାଲ ଯାଞ୍ଚ କରାଯାଇଛି। ଏହି ଘଟଣା ସହ ଜଡିତ ସମସ୍ତ ଛାତ୍ରଙ୍କ ବୟସ ୧୦ ବର୍ଷ ଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପଟେ ଶିଶୁ କଲ୍ୟାଣ ସମିତି ଏହି ଘଟଣାକୁ ନେଇ ଉଦ୍‌ଗେବ ପ୍ରକାଶ କରିଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର