‘ଡିପଫେକ୍’ ଭିଡ଼ିଓ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ, କହିଲେ- ଭାରତ ପାଇଁ ସବୁଠାରୁ ବଡ ବିପଦ

The Sakala Picture
Published On

ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ‘ଡିପ୍‌ଫେକ୍’ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ପ୍ରତିଷ୍ଠ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିଛନ୍ତି। କାରଣ ମୋଦୀ ମଧ୍ୟ ଏହି ଡିପଫେକ୍‌ରୁ ବର୍ତ୍ତି ନାହାନ୍ତି। ବିଜେପିର ଦୀପାବଳି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ […]

ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ‘ଡିପ୍‌ଫେକ୍’ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ପ୍ରତିଷ୍ଠ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିଛନ୍ତି। କାରଣ ମୋଦୀ ମଧ୍ୟ ଏହି ଡିପଫେକ୍‌ରୁ ବର୍ତ୍ତି ନାହାନ୍ତି।

ଆହୁରି ପଢ଼ନ୍ତୁ: ଗିନିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ଆବର୍ଜନା ପାହାଡ଼ ତଳେ ଚାପି ହୋଇ ୩୦ ମୃତ

ବିଜେପିର ଦୀପାବଳି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଗୀତ ଗାଉଥିବା ବେଳର ଦୃଶ୍ୟକୁ ଭାଇରାଲ କରାଯାଇଥିଲା। ଏଆଇ ଦ୍ୱାରା ଏପରି ଡିପଫେକ୍‌ ବିଷୟବସ୍ତୁ ସବୁ ପ୍ରସ୍ତୁତ କରାଯାଉଛି। ଡିପଫେକ୍‌ ଏବେ ନୂଆ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏହାକୁ ନେଇ ଗଭୀର ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏଭଳି ଟେକ୍ନୋଲୋଜି ସମାଜରେ ଅରାଜକତା ସୃଷ୍ଟି କରିପାରେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ ଲଢ଼ୁଆ ବିମାନ F-35, 'ତରଙ୍ଗ ଶକ୍ତି ୨୦୨୬'ରେ ହେବ ସାମିଲ

ମୋଦୀ କହିଛନ୍ତି, “ନିକଟରେ ମୁଁ ଏମିତି ଗୋଟିଏ ଭିଡିଓକୁ ଦେଖିଛି ଯେଉଁଥିରେ ମୁଁ ଗରବା ଗୀତ ଗାଉଛି। ଏପରି ଅନେକ ଭିଡିଓ ସୋଶାଲ ମିଡିଆରେ ରହିଛି। ମୋତେ ଭଲ ପାଉଥିବା ଲୋକମାନେ ଏହାକୁ ଶେୟାର ମଧ୍ୟ କରିଥିଲେ। ସମସ୍ତେ ଭାବୁଥିଲେ ଯେ ମୁଁ ଗୀତ ଗାଇଛି। କିନ୍ତୁ ବାସ୍ତବରେ ଏହା ଡିପଫେକ ବିଷୟବସ୍ତୁ। ଡିପଫେକର ବିପଦ ଦିନକୁ ଦିନ ଘନେଇବାରେ ଲାଗିଛି। ଏହା ଆମ ସମସ୍ତଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ। ଡିପଫେକ ବିଷୟବସ୍ତୁ ତିଆରି କରିବା ପାଇଁ ଏଆଇର ବ୍ୟବହାର କରିବା ଅତ୍ୟନ୍ତ ସମସ୍ୟାଜନକ।”ମିଥ୍ୟା ତଥ୍ୟର ପ୍ରଚାର କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖି ଡିପଫେକ ବିଷୟବସ୍ତୁ ପ୍ରସ୍ତୁତ କରାଯାଉଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ତଥ୍ୟ ଲିକ୍ କରୁଥିଲେ ଦିଲ୍ଲୀ ଦମ୍ପତି, ସିମ୍ କାର୍ଡ ସପ୍ଲାଏ ଅଭିଯୋଗରେ ଗିରଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରୀ ମଧ୍ୟ  କହିଛନ୍ତି, ଇଣ୍ଟରନେଟରେ ଏହିପରି ଭିଡିଓ ପ୍ରସାରିତ ହେଲେ ଚାଟ୍‌ଜିପିଟି ଟିମକୁ ଲୋକଙ୍କୁ ଅବଗତ କରିବା ସହ ଚେତାବନୀ ଜାରି କରିବା ଦରକାର । ଗଣମାଧ୍ୟମ ଲୋକଙ୍କୁ ଏହି ପ୍ରସଙ୍ଗରେ ସଚେତନ କରିବା ଉଚିତ। ଏଭଳି ମାମଲାରେ ପୀଡିତମାନଙ୍କୁ ପୁଲିସ ନିକଟରେ ଅଭିଯୋଗ କରିବା ଏବଂ ‘ଆଇଟି ନିୟମ ଅନୁଯାୟୀ ଉପଲବ୍ଧ ଉପାୟର ଉପଯୋଗ କରିବାକୁ’ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗତ ସପ୍ତାହରେ କହିଥିଲେ ଯେ ଭୁଲ ତଥ୍ୟ ପ୍ରସାରକୁ ରୋକିବା ଅନଲାଇନ୍ ପ୍ଲାଟଫର୍ମର ‘ଆଇନଗତ ଦାୟିତ୍ୱ’।

ଡିପ୍ ଫେକ୍ ଭିଡ଼ିଓ ସେୟାର କରିବା ନେଇ ସରକାର ପୂର୍ବରୁ ଚେତାବନୀ ଦେଇସାରିଛନ୍ତି । ଏଭଳି ଭିଡ଼ିଓ ପ୍ରସ୍ତୁତ ଏବଂ ପ୍ରସାର କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାଛଡ଼ା ଏହି ଅପରାଧ ପାଇଁ ଏକ ଲକ୍ଷ ଟଙ୍କା ଜରିମାନା ଓ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ।

ନିକଟରେ ବଲିଉଡ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ୍ ଓ କାଜୋଲଙ୍କ ଡିପ୍ ଫେକ୍ ଭିଡ଼ିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଭଳି ଭିଡ଼ିଓ ବନାଉଥିବା ଲୋକଙ୍କୁ କଠୋର ଦଣ୍ତ ଦେବାକୁ ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଦାବି କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର