ଦିଲ୍ଲୀର ବାୟୁ ୩୦ଟି ସିଗାରେଟ ଧୂଆଁ ସମାନ ବିଷାକ୍ତ, ଏକ୍ୟୁଆଇ ୫୦୦ ପାର୍
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର ବିଷ ବଳୟରେ ରହିଛି। ଏଠାକାର ବାୟୁ କ୍ରମାଗତ ଭାବେ ବିଷାକ୍ତ ହେବାରେ ଲାଗିଛି। ଶନିବାର ବାୟୁ ମାନକ ସୂଚକାଙ୍କ (ଏକ୍ୟୁଆଇ) ଗୁରୁତର ଶ୍ରେଣୀରେ ରହିଛି। ଦିଲ୍ଲୀର ଏକ୍ୟୁଆଇ ୫୦୦ ପାର୍ କରି ୫୦୪ ରହିଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହା ୫୭୧, ଧିରପୁରରେ ୫୪୨ ଏବଂ ନୋଏଡ଼ାରେ ୫୭୬ ରହିଛି। ଏବେ ଦିଲ୍ଲୀର ବାୟୁ ୨୫-୩୦ଟି ସିଗାରେଟର ଧୂଆଁ ସମାନ ହୋଇଯାଇଛି ବୋଲି ମେତାନ୍ତା ହସ୍ପିଟାଲର ଡ. ଅରବିନ୍ଦ କୁମାର କହିଛନ୍ତି। ସବୁ […]
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର ବିଷ ବଳୟରେ ରହିଛି। ଏଠାକାର ବାୟୁ କ୍ରମାଗତ ଭାବେ ବିଷାକ୍ତ ହେବାରେ ଲାଗିଛି। ଶନିବାର ବାୟୁ ମାନକ ସୂଚକାଙ୍କ (ଏକ୍ୟୁଆଇ) ଗୁରୁତର ଶ୍ରେଣୀରେ ରହିଛି। ଦିଲ୍ଲୀର ଏକ୍ୟୁଆଇ ୫୦୦ ପାର୍ କରି ୫୦୪ ରହିଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହା ୫୭୧, ଧିରପୁରରେ ୫୪୨ ଏବଂ ନୋଏଡ଼ାରେ ୫୭୬ ରହିଛି। ଏବେ ଦିଲ୍ଲୀର ବାୟୁ ୨୫-୩୦ଟି ସିଗାରେଟର ଧୂଆଁ ସମାନ ହୋଇଯାଇଛି ବୋଲି ମେତାନ୍ତା ହସ୍ପିଟାଲର ଡ. ଅରବିନ୍ଦ କୁମାର କହିଛନ୍ତି। ସବୁ ବର୍ଗର ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ଗର୍ଭବତୀଙ୍କ ପେଟରେ ବଢୁଥିବା ଶିଶୁ ଉପରେ ଏହାର କୁପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ଦିଲ୍ଲୀ ସରକାର ପ୍ରଦୂଷଣ ସ୍ଥିତିକୁ ଦେଖି ଜରୁରୀ ବୈଠକ ଡକାଇବାକ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। କେନ୍ଦ୍ରକୁ ଚିଠି ଲେଖିବେ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରୀ ତୁରନ୍ତି ୫ ରାଜ୍ୟ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଏବଂ ହରିୟାଣା ପରିବେଶ ମନ୍ତ୍ରୀଙ୍କ ସହ ବୈଠକ କରିବା ଉଚିତ। ଏନ୍ସିଆରରେ କମିଶନ ଅଫ୍ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ ନିୟମର ଉଲ୍ଲଙ୍ଘନ ହେଉଛି।
ଅନ୍ୟପକ୍ଷରେ ପ୍ରଦୂଷଣକୁ ନେଇ ପ୍ରଭାବିତ ରାଜ୍ୟର ମୁଖ୍ୟ ସଚିବଙ୍କୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ଜବାବ ମାଗିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେବାକୁ କହିଛନ୍ତି। ଅନ୍ୟପଟେ ଦିଲ୍ଲୀ ପ୍ରଦୂଷଣ ପାଇଁ ହାଇକୋର୍ଟ ବନ ବିଭାଗକୁ ଦାୟୀ କରିଛନ୍ତି। ଗଛ କାଟିବା ସହ ଏହାର ସମ୍ବନ୍ଧ ରହିଛି ବୋଲି କହିଛନ୍ତି। ବିଚାରପତି ଜସମୀତ ସିଂହ ଶୁକ୍ରବାର ଗଛ କାଟିବା ସମ୍ବନ୍ଧିତ ମାମଲାର ଶୁଣାଣି କରି ବନ ବିଭାଗକୁ ଭର୍ତ୍ସନା କରିଛନ୍ତି। ବନ ବିଭାଗ ଦିଲ୍ଲୀ ଲୋକଙ୍କୁ ଗ୍ୟାସ୍ ଚ୍ୟାମ୍ବରରେ ରଖିବାକୁ ଚାହୁଁଛି କି ବୋଲି ପଚାରିଛନ୍ତି। ବନ ବିଭାଗ ସମ୍ବେଦନଶୀଳ ହେଉ। ବିଭାଗ ଗଛ କାଟି କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିଛି। ସେହିପରି ହରିୟାଣାର ଗୁରୁଗ୍ରାମରେ ମଧ୍ୟ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏଠାକାର ଏକ୍ୟୁଆଇ ୪୯୧ରେ ପହଞ୍ଚି ଯାଇଛି। ସ୍ଥିତି ବିଗୁଡୁଥିବା ଦେଖି ଡିସି ନିଶାନ୍ତ କୁମାର ଯାଦବ ୧୪୪ ଧାରା କାର୍ଯ୍ୟକାରୀ କରିଛନ୍ତି। ଖୋଲା ପଡ଼ିଆରେ, ଗଳିରେ, ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଆବର୍ଜନା ପୋଡ଼ିବା ଉପରେ କଟକଣା ଲଗାଇ ଦେଇଛନ୍ତି। ସାରା ରାଜ୍ୟରେ ମଧ୍ୟ ସ୍ଥିତି ବିଗିଡିବାରେ ଲାଗିଛି। ଦିନ ଯାକ କୁହୁଡି ଛାଇ ହୋଇ ରହୁଛି।