କେରଳ ବିସ୍ଫୋରଣ: ଆକ୍ସନ ମୋଡରେ ଅମିତ ଶାହା, ଏନଆଇଏ ଓ ଏନଏସଜିକୁ ତଦନ୍ତ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: କୋଚିର କନଭେନସନ୍ ସେଣ୍ଟରରେ ଚାଲିଥିବା ଏକ ଖ୍ରୀଷ୍ଟିଆନ ସମାବେଶରେ ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆକ୍ସନ ମୋଡକୁ ଆସିଛନ୍ତି । ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ୩୬ ଜଣ ଆହତ ହୋଇଛନ୍ତି । ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଓ ରାଷ୍ଟ୍ରୀୟ ସୁରାକ୍ଷା ଗାର୍ଡ (ଏନଏସଜି) ଟିମକୁ କେରଳ ଯାଇ ତଦନ୍ତ […]

ନୂଆଦିଲ୍ଲୀ: କୋଚିର କନଭେନସନ୍ ସେଣ୍ଟରରେ ଚାଲିଥିବା ଏକ ଖ୍ରୀଷ୍ଟିଆନ ସମାବେଶରେ ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆକ୍ସନ ମୋଡକୁ ଆସିଛନ୍ତି । ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ୩୬ ଜଣ ଆହତ ହୋଇଛନ୍ତି । ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଓ ରାଷ୍ଟ୍ରୀୟ ସୁରାକ୍ଷା ଗାର୍ଡ (ଏନଏସଜି) ଟିମକୁ କେରଳ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ପୁଲିସ କହିବା ଅନୁଯାୟୀ, ରବିବାର ସକାଳେ କେରଳର କୋଚି ଜିଲ୍ଲାର କଲାମାସେରୀ ଅଞ୍ଚଳରେ ଯେହୋଭାସ୍ ସାକ୍ଷୀଙ୍କ ପ୍ରାର୍ଥନା ସଭା ଚାଲିଥିଲା। ଏହି ସମୟରେ ଲଗାତାର ଅନେକ ବିସ୍ଫୋରଣ ହୋଇଥିଲା। କଲାମାସେରୀ ସିଆଇ ବିବିନ ଦାସ କହିଛନ୍ତି, ପ୍ରଥମ ବିସ୍ଫୋରଣ ୯ଟା ବେଳେ ହୋଇଥିଲା । ଆଗାମୀ ଏକ ଘଣ୍ଟା ଭିତରେ ଅନେକ ବିସ୍ଫୋରଣ ହୋଇଥିଲା । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ଏହାସହ ମୃତ ବ୍ୟକ୍ତିଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

କୋଚି ପରେ ମୁମ୍ବାଇକୁ ହାଇ ଆଲର୍ଟରେ ରଖାଯାଇଛି । ସେଠାରେ ଥିବା ଇହୁଦୀ ଧର୍ମସ୍ଥଳୀଗୁଡ଼ିକରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ପୁଲିସ ଓ ଗୁଇନ୍ଦା ଟିମ୍ ଏସବୁ ସ୍ଥାନ ଉପରେ ନିରନ୍ତର ନଜର ରଖିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ, ଉତ୍ତରପ୍ରଦେଶର ବାରାଣାସୀ, ପ୍ରୟାଗରାଜ ଆଦି ସ୍ଥାନରେ ମଧ୍ୟ ସୁରକ୍ଷା ବଢାଇଦିଆଯାଇଛି । ଏବେ ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଥିବାବେଳେ ଭାରତରେ ଥିବା ଇହୁଦୀ ଓ ଖ୍ରୀଷ୍ଟିଆନ ଧର୍ମସ୍ଥଳୀଗୁଡ଼ିକ ପ୍ରତି ବିପଦ ଆଶଙ୍କା ବଢିଯାଇଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର