ଜାଣନ୍ତୁ କାହିଁକି…. ହଠାତ୍‌ ଥରୁଛି ମୋବାଇଲ୍, ଏମରଜେନ୍ସି ଆଲର୍ଟ ସହ ଆସୁଛି ହାଇଆଲର୍ଟ ମେସେଜ୍

The Sakala Picture
Published On

ଭୁବନେଶ୍ବର : ଆପଣଙ୍କ ମୋବାଇଲ ଫୋନ୍‌ରେ ଆଜି ସକାଳୁ ହଠାତ ଏମରଜେନ୍ସି ସାଇରନ୍‌ ବାଜିବା ସହ ଏକ ମେସେଜ୍‌ ଆସୁଛି କି?  ଏମରଜେନ୍ସି ଆଲାର୍ମ ଆସିବା ସହ ଫୋନ୍‌ ଭାଇବ୍ରେସନ୍‌ ହେବା ପରେ ଆପଣ ନିଶ୍ଚୟ ଡରିଯାଉଥିବେ। ତେବେ ଏଥି ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ କି ଡରିବାର ନାହିଁ। କାରଣ ଏହା ହେଉଛି ସରକାରଙ୍କ ଦ୍ବାରା କରାଯାଉଥିବା ଏକ ଟେଷ୍ଟ। ଅନେକ ମୋବାଇଲ୍ ବ୍ୟବହାରକାରୀଙ୍କୁ ସରକାରଙ୍କ ତରଫରୁ ଜରୁରୀକାଳୀନ ସତର୍କ ସୂଚନା ଦିଆଯାଇ […]

ଭୁବନେଶ୍ବର : ଆପଣଙ୍କ ମୋବାଇଲ ଫୋନ୍‌ରେ ଆଜି ସକାଳୁ ହଠାତ ଏମରଜେନ୍ସି ସାଇରନ୍‌ ବାଜିବା ସହ ଏକ ମେସେଜ୍‌ ଆସୁଛି କି?  ଏମରଜେନ୍ସି ଆଲାର୍ମ ଆସିବା ସହ ଫୋନ୍‌ ଭାଇବ୍ରେସନ୍‌ ହେବା ପରେ ଆପଣ ନିଶ୍ଚୟ ଡରିଯାଉଥିବେ। ତେବେ ଏଥି ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ କି ଡରିବାର ନାହିଁ। କାରଣ ଏହା ହେଉଛି ସରକାରଙ୍କ ଦ୍ବାରା କରାଯାଉଥିବା ଏକ ଟେଷ୍ଟ। ଅନେକ ମୋବାଇଲ୍ ବ୍ୟବହାରକାରୀଙ୍କୁ ସରକାରଙ୍କ ତରଫରୁ ଜରୁରୀକାଳୀନ ସତର୍କ ସୂଚନା ଦିଆଯାଇ ଏକ ଟେଷ୍ଟ କରାଯାଉଛି। ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଡିଭାଇସ୍ ଗୁଡିକରେ ଫ୍ଲାସ୍ ମେସେଜ୍ ଏବଂ ଜରୁରୀକାଳୀନ ଆଲର୍ଟ ସାଇରନ୍‌ ପଠାଯାଇଥିଲା।  ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ଦେଶର ନୂତନ ଜରୁରୀକାଳୀନ ଆଲର୍ଟ ସିଷ୍ଟମର ଏକ ପରୀକ୍ଷଣର ଏକ ଅଂଶ ଏହି ସତର୍କ ସୂଚନା।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

କେନ୍ଦ୍ର ଟେଲିକମ୍ ବିଭାଗ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମିଳିତ ଭାବେ ଏହି ଟେଷ୍ଟ କରୁଛି। ଏହି ବ୍ୟବସ୍ଥାରେ ଆଗକୁ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି । ଟ୍ରାଏଲ ଭିତ୍ତିରେ ମୋବାଇଲକୁ ଆସୁଛି ଏପରି ମେସେଜ । ସମ୍ଭାବ୍ୟ ବିପତ୍ତି ବେଳେ ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ପଠାଯିବ, ଯେଉଁଥି ପାଇଁ ଟେଷ୍ଟିଙ୍ଗ କରାଯାଉଛି।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଅନୁଯାୟୀ, ଆଲର୍ଟ ସିଷ୍ଟମର କାର୍ଯ୍ୟକାରିତାକୁ ଆକଳନ କରିବା ଏବଂ କୌଣସି ସମ୍ଭାବ୍ୟ ସମସ୍ୟା ଚିହ୍ନଟ କରିବା ପାଇଁ ଏକ ପରୀକ୍ଷଣର ଏହା ଏକ ଅଂଶ ଥିଲା। ସେଲ୍ ବ୍ରୋଡକାଷ୍ଟିଂ ସିଷ୍ଟମ୍ (CBS) ମାଧ୍ୟମରେ ମେସେଜ୍‌ ପଠାଯାଉଛି।  “ଏହା ହେଉଛି ଏକ ପରୀକ୍ଷଣ, ଟେଲି ଯୋଗାଯୋଗ ବିଭାଗ, ଭାରତ ସରକାରଙ୍କ ଦ୍ବାରା ଏମରଜେନ୍ସି ଆଲର୍ଟ ପଠାଯାଇ ପରୀକ୍ଷଣ କରାଯାଉଛି।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ଉଲ୍ଲେଖଯୋଗ୍ୟ, ସିବିଏସ୍ (CBS) ହେଉଛି ଏକ ପ୍ରଯୁକ୍ତିବିଦ୍ୟା ଯାହା ମୋବାଇଲ୍ ଅପରେଟରମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମସ୍ତ ଫୋନକୁ ମୋବାଇଲ୍ ନେଟୱାର୍କକୁ ଖାତିର ନକରି ବାର୍ତ୍ତା ପଠାଇବାକୁ ଅନୁମତି ଦେଇଥାଏ। ଜରୁରୀକାଳୀନ ଆଲର୍ଟ ପଠାଇବା ପାଇଁ ଏହା ଏକ ଆଦର୍ଶ ପ୍ରଯୁକ୍ତିବିଦ୍ୟା । ଆଲର୍ଟ ସିଷ୍ଟମ ସଠିକ୍ ଭାବରେ କାମ କରୁଛି ଏବଂ ପ୍ରକୃତ ଜରୁରୀକାଳୀନ ପରିସ୍ଥିତିରେ ଏହା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ NDMA ଏହି ପରୀକ୍ଷା କରୁଛି ।

25 Oct 2023 By The Sakala

ଜାଣନ୍ତୁ କାହିଁକି…. ହଠାତ୍‌ ଥରୁଛି ମୋବାଇଲ୍, ଏମରଜେନ୍ସି ଆଲର୍ଟ ସହ ଆସୁଛି ହାଇଆଲର୍ଟ ମେସେଜ୍

ଭୁବନେଶ୍ବର : ଆପଣଙ୍କ ମୋବାଇଲ ଫୋନ୍‌ରେ ଆଜି ସକାଳୁ ହଠାତ ଏମରଜେନ୍ସି ସାଇରନ୍‌ ବାଜିବା ସହ ଏକ ମେସେଜ୍‌ ଆସୁଛି କି?  ଏମରଜେନ୍ସି ଆଲାର୍ମ ଆସିବା ସହ ଫୋନ୍‌ ଭାଇବ୍ରେସନ୍‌ ହେବା ପରେ ଆପଣ ନିଶ୍ଚୟ ଡରିଯାଉଥିବେ। ତେବେ ଏଥି ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ କି ଡରିବାର ନାହିଁ। କାରଣ ଏହା ହେଉଛି ସରକାରଙ୍କ ଦ୍ବାରା କରାଯାଉଥିବା ଏକ ଟେଷ୍ଟ। ଅନେକ ମୋବାଇଲ୍ ବ୍ୟବହାରକାରୀଙ୍କୁ ସରକାରଙ୍କ ତରଫରୁ ଜରୁରୀକାଳୀନ ସତର୍କ ସୂଚନା ଦିଆଯାଇ ଏକ ଟେଷ୍ଟ କରାଯାଉଛି। ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଡିଭାଇସ୍ ଗୁଡିକରେ ଫ୍ଲାସ୍ ମେସେଜ୍ ଏବଂ ଜରୁରୀକାଳୀନ ଆଲର୍ଟ ସାଇରନ୍‌ ପଠାଯାଇଥିଲା।  ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ଦେଶର ନୂତନ ଜରୁରୀକାଳୀନ ଆଲର୍ଟ ସିଷ୍ଟମର ଏକ ପରୀକ୍ଷଣର ଏକ ଅଂଶ ଏହି ସତର୍କ ସୂଚନା।

କେନ୍ଦ୍ର ଟେଲିକମ୍ ବିଭାଗ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମିଳିତ ଭାବେ ଏହି ଟେଷ୍ଟ କରୁଛି। ଏହି ବ୍ୟବସ୍ଥାରେ ଆଗକୁ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି । ଟ୍ରାଏଲ ଭିତ୍ତିରେ ମୋବାଇଲକୁ ଆସୁଛି ଏପରି ମେସେଜ । ସମ୍ଭାବ୍ୟ ବିପତ୍ତି ବେଳେ ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ପଠାଯିବ, ଯେଉଁଥି ପାଇଁ ଟେଷ୍ଟିଙ୍ଗ କରାଯାଉଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଅନୁଯାୟୀ, ଆଲର୍ଟ ସିଷ୍ଟମର କାର୍ଯ୍ୟକାରିତାକୁ ଆକଳନ କରିବା ଏବଂ କୌଣସି ସମ୍ଭାବ୍ୟ ସମସ୍ୟା ଚିହ୍ନଟ କରିବା ପାଇଁ ଏକ ପରୀକ୍ଷଣର ଏହା ଏକ ଅଂଶ ଥିଲା। ସେଲ୍ ବ୍ରୋଡକାଷ୍ଟିଂ ସିଷ୍ଟମ୍ (CBS) ମାଧ୍ୟମରେ ମେସେଜ୍‌ ପଠାଯାଉଛି।  “ଏହା ହେଉଛି ଏକ ପରୀକ୍ଷଣ, ଟେଲି ଯୋଗାଯୋଗ ବିଭାଗ, ଭାରତ ସରକାରଙ୍କ ଦ୍ବାରା ଏମରଜେନ୍ସି ଆଲର୍ଟ ପଠାଯାଇ ପରୀକ୍ଷଣ କରାଯାଉଛି।

ଉଲ୍ଲେଖଯୋଗ୍ୟ, ସିବିଏସ୍ (CBS) ହେଉଛି ଏକ ପ୍ରଯୁକ୍ତିବିଦ୍ୟା ଯାହା ମୋବାଇଲ୍ ଅପରେଟରମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମସ୍ତ ଫୋନକୁ ମୋବାଇଲ୍ ନେଟୱାର୍କକୁ ଖାତିର ନକରି ବାର୍ତ୍ତା ପଠାଇବାକୁ ଅନୁମତି ଦେଇଥାଏ। ଜରୁରୀକାଳୀନ ଆଲର୍ଟ ପଠାଇବା ପାଇଁ ଏହା ଏକ ଆଦର୍ଶ ପ୍ରଯୁକ୍ତିବିଦ୍ୟା । ଆଲର୍ଟ ସିଷ୍ଟମ ସଠିକ୍ ଭାବରେ କାମ କରୁଛି ଏବଂ ପ୍ରକୃତ ଜରୁରୀକାଳୀନ ପରିସ୍ଥିତିରେ ଏହା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ NDMA ଏହି ପରୀକ୍ଷା କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର