ଭାରତକୁ ଚନ୍ଦ୍ରଯାନ-୩ର ଜ୍ଞାନକୌଶଳ ମାଗିଲା ନାସା

The Sakala Picture
Published On

ରାମେଶ୍ବରମ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ସହଜରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଭାରତର ଏହି ସଫଳତାକୁ ବିଶ୍ବର ଅନେକ ମହାକାଶ ଏଜେନ୍ସି ସହିତ ଆମେରିକାର ନାସା ମଧ୍ୟ ଭୂୟସୀ ପ୍ରଶଂସା କରିଛି। ଏହି ଏଜେନ୍ସି ଭାରତୀୟ ଜ୍ଞାନକୌଶଳର ପ୍ରଶଂସାରେ ସତମୁଖ ହୋଇପଡ଼ିଛି। ଦିନେ ଯେଉଁ ଦେଶ ଭାରତକୁ ରକେଟ ଇଞ୍ଜିନର ଜ୍ଞାନକୌଶଳ ଦେବାକୁ ମନା କରିଦେଇଥିଲା, ଏବେ ସେହି ଦେଶ ଭାରତକୁ ଜ୍ଞାନକୌଶଳ ମାଗିଛି। ନାସା ବୈଜ୍ଞାନିକମାନେ ଭାରତକୁ ଚନ୍ଦ୍ରଯାନ-୩କୁ ବିକଶିତ କରିବାର […]

ରାମେଶ୍ବରମ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ସହଜରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଭାରତର ଏହି ସଫଳତାକୁ ବିଶ୍ବର ଅନେକ ମହାକାଶ ଏଜେନ୍ସି ସହିତ ଆମେରିକାର ନାସା ମଧ୍ୟ ଭୂୟସୀ ପ୍ରଶଂସା କରିଛି। ଏହି ଏଜେନ୍ସି ଭାରତୀୟ ଜ୍ଞାନକୌଶଳର ପ୍ରଶଂସାରେ ସତମୁଖ ହୋଇପଡ଼ିଛି। ଦିନେ ଯେଉଁ ଦେଶ ଭାରତକୁ ରକେଟ ଇଞ୍ଜିନର ଜ୍ଞାନକୌଶଳ ଦେବାକୁ ମନା କରିଦେଇଥିଲା, ଏବେ ସେହି ଦେଶ ଭାରତକୁ ଜ୍ଞାନକୌଶଳ ମାଗିଛି। ନାସା ବୈଜ୍ଞାନିକମାନେ ଭାରତକୁ ଚନ୍ଦ୍ରଯାନ-୩କୁ ବିକଶିତ କରିବାର ଜ୍ଞାନକୌଶଳ ମାଗିଛନ୍ତି। ଏହାକୁ ଆମେରିକାକୁ ବିକ୍ରି କରିବାକୁ କହିଛନ୍ତି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ର ମୁଖ୍ୟ ଏସ୍‌ ସୋମନାଥ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ରାମେଶ୍ବରମରେ ଡ.ଏପିଜେ ଅବଦୁଲ କଲାମଙ୍କ ୯୨ତମ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ କହିଛନ୍ତି ଯେ ଏବେ ସମୟ ବଦଳି ଯାଇଛି। ଭାରତର ସବୁଠାରୁ ଭଲ ଉପକରଣ ଏବଂ ରକେଟ ବନାଇବାରେ ସକ୍ଷମ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକାଶ କ୍ଷେତ୍ରକୁ ଘରୋଇ କ୍ଷେତ୍ର ପାଇଁ ଖୋଲିଛନ୍ତି। ଭାରତ ବହୁତ ଶକ୍ତିଶାଳୀ ରାଷ୍ଟ୍ର। ଜ୍ଞାନ ଏବଂ ବୁଦ୍ଧିରେ ଭାରତ ବିଶ୍ବର ସର୍ବଶ୍ରେଷ୍ଠ ଦେଶ ମଧ୍ୟରୁ ଅନ୍ୟତମ। ଇସ୍ରୋ ଚନ୍ଦ୍ରଯାନ-୩କୁ ବିକଶିତ କରି ସାରିବା ପରେ ନାସା-ଜେପିଏଲ (ଜେଟ୍‌ ପ୍ରପଲ୍‌ସନ ଲାବୋରେଟୋରି)ର ବୈଜ୍ଞାନିକଙ୍କୁ ନିମନ୍ତ୍ରଣ କରିଥିଲା। ଏହି ବୈଜ୍ଞାନିକ ବିଶ୍ବର ଅନେକ ରକେଟ ଏବଂ ବହୁତ କଠିନ ଅଭିଯାନକୁ ସଫଳତାର ସହ ଶେଷ କରିସାରିଛନ୍ତି। ନାସା-ଜେପିଏଲ୍‌ର ୫-୬ ଜଣ ବୈଜ୍ଞାନିକ ଇସ୍ରୋ ମୁଖ୍ୟାଳୟକୁ ଆସିଥିଲେ। ଅଗଷ୍ଟ-୨୩ରେ ଚନ୍ଦ୍ରଯାନ-୩ କେମିତି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ତାହା ଏହି ବୈଜ୍ଞାନିକଙ୍କୁ ବୁଝା ଯାଇଥିଲା। ଡିଜାଇନ, ପ୍ରସ୍ତୁତି ଏବଂ ଗଠନ ବିଷୟରେ ସୂଚନା ଦିଆଯାଇଥିଲା। ଏ ସବୁ ଶୁଣି ଆମେରିକା ବୈଜ୍ଞାନିକ ଚୁପ୍‌ ରହିଥିଲେ। ‘କୌଣସି ମନ୍ତବ୍ୟ ଦେବେ ନାହିଁ’ ବୋଲି କହିଥିଲେ। ସବୁ କିଛି ଭଲ ହେବ ଉଲ୍ଲେଖ କରିଥିଲେ। ଭାରତର ଉପକରଣକୁ ମଧ୍ୟ ପ୍ରଶଂସା କରିଥିଲେ। ଏତେ ଶସ୍ତାରେ କେମିତି ବନାଉଛ ବୋଲି ପଚାରି ଆମେରିକାକୁ ବିକ୍ରି କର ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ମହାକାଶ କ୍ଷେତ୍ରରେ ସାମିଲ ହୋଇ ରକେଟ, ଉପଗ୍ରହ ବନାଇବା ପାଇଁ ଇସ୍ରୋ ମୁଖ୍ୟ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ଦେଶକୁ ଜ୍ଞାନକୌଶଳ କ୍ଷେତ୍ରରେ ମଜବୁତ ବନାଇବାକୁ କହିଛନ୍ତି। କେବଳ ଇସ୍ରୋ ନୁହେଁ, ମହାକାଶ କ୍ଷେତ୍ରରେ ସମସ୍ତେ କିଛି ନା କିଛି କରିପାରିବେ। ଏବେ ଭାରତରେ ୫ଟି କମ୍ପାନୀ ରକେଟ ଏବଂ ଉପଗ୍ରହ ବନାଉଛନ୍ତି। ଚନ୍ଦ୍ରଯାନ-୧୦ ଭିତରେ ଆପଣମାନଙ୍କ (ଛାତ୍ରଛାତ୍ରୀ) ଭିତରୁ କେହି ବସିପାରନ୍ତି। ଚନ୍ଦ୍ରଯାନ-୧୦ରେ ଭାରତ ପକ୍ଷରୁ ଜଣେ ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇ ହେବ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର