କରୋନା ଭୟ ଯୋଗୁ ନୋଟରୁ ଉଡିଗଲା ରଙ୍ଗ, କ୍ଷତି ସହିଲା ଆରବିଆଇ

The Sakala Picture
Published On

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଏକ ରୋଚକପୂର୍ଣ୍ଣ ତଥ୍ଯ ସାମ୍ନାକୁ ଆସିଛି। କରୋନା ଭୂତାଣୁ ଭୟରେ ଲୋକେ ଏତେ ମାତ୍ରାରେ ନୋଟଗୁଡିକୁ ସାନିଟାଇଜ୍ କରିଛନ୍ତି ଯେ, ନୋଟଗୁଡ଼ିକର ରଙ୍ଗ ଖରାପ ହୋଇଯାଇଛି। ଯେଉଁଥିପାଇଁ ଭାରତୀୟ ରିଜର୍ଭ ବ୍ଯାଙ୍କକୁ କ୍ଷତି ସହିବାକୁ ପଡ଼ିଛି। ରିଜର୍ଭ ବ୍ଯାଙ୍କ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଏତେ ପରମାଣରେ ନୋଟ ଖରାପ ହେବା କେବେ ନଜିର ଆସିନି। ୨୦୧୮-୧୯ ଆର୍ଥିକ ବର୍ଷରେ ୬ଲକ୍ଷ ୨ହାଜାର ଟଙ୍କିଆ ନଷ୍ଟ ହୋଇଥିବ ବାଳେ ୨୦୨୦-୨୧ ଆର୍ଥିକ […]

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଏକ ରୋଚକପୂର୍ଣ୍ଣ ତଥ୍ଯ ସାମ୍ନାକୁ ଆସିଛି। କରୋନା ଭୂତାଣୁ ଭୟରେ ଲୋକେ ଏତେ ମାତ୍ରାରେ ନୋଟଗୁଡିକୁ ସାନିଟାଇଜ୍ କରିଛନ୍ତି ଯେ, ନୋଟଗୁଡ଼ିକର ରଙ୍ଗ ଖରାପ ହୋଇଯାଇଛି। ଯେଉଁଥିପାଇଁ ଭାରତୀୟ ରିଜର୍ଭ ବ୍ଯାଙ୍କକୁ କ୍ଷତି ସହିବାକୁ ପଡ଼ିଛି। ରିଜର୍ଭ ବ୍ଯାଙ୍କ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଏତେ ପରମାଣରେ ନୋଟ ଖରାପ ହେବା କେବେ ନଜିର ଆସିନି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

୨୦୧୮-୧୯ ଆର୍ଥିକ ବର୍ଷରେ ୬ଲକ୍ଷ ୨ହାଜାର ଟଙ୍କିଆ ନଷ୍ଟ ହୋଇଥିବ ବାଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୪୫ କୋଟି ୪୮ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସେହିପରି  ୨୦୧୮-୧୯ ଆର୍ଥିକ ବର୍ଷରେ ମଧ୍ଯ ଏକ ଲକ୍ଷ ଟଙ୍କାର ୨୦୦ ଟଙ୍କିଆ ନୋଟ୍ ନଷ୍ଟ ହୋଇଥିବା ବେଳେ ୨୦୨୦ -୨୧ ରେ ଏହାର ସଂଖ୍ଯା ବଢି ୧୧ କୋଟି ୮୬ ଲକ୍ଷରେ ପହଞ୍ଚିଛି। ଦୈନିକ କାରବାରରେ ୫୦୦ ଟଙ୍କିଆ ନୋଟ ୪୦ ପ୍ରତିଶ ବୃଦ୍ଧି ଘଟିଛି। ଫଳରେ ଅନ୍ଯ ନୋଟ୍ ତୁଳନର ୫ଶହ ଟଙ୍କିଆ ନୋଟ ଏତେ ମାତ୍ରାରେ ଖରାପ ହୋଇନାହିଁ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଛୋଟ ନୋଟଗୁଡିକ ପ୍ରତ୍ଯେକ ଦିନ ବ୍ଯବାର ଯୋଗୁ ଏତେ ଖରାପ ହୋଇ ନହିଁ। ହେଲେ ବଡ ନୋଟ ଗୁଡିକର ବ୍ଯବହାର ଏତେ ପରିମାଣରେ ହୋଇ ନ ଥିବା ହେତୁ ଏହାକୁ ସାନିଟାଇଜ କିମ୍ବା ଧୋଇକି ଆମେ ରଖି ଦେଇଥାଉ ଯେଉଁଥି ପାଇଁ ନୋଟରୁ ରଙ୍ଗ ଛାଡି ଖରାପ ହୋଇଯାଇଛି। ଯାହାଫଳରେ ଭାରତୀୟ ରିଜର୍ଭ ବ୍ଯାଙ୍କକୁ କ୍ଷତି ସହିବାକୁ ପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର