କରୋନା ଭୟ ଯୋଗୁ ନୋଟରୁ ଉଡିଗଲା ରଙ୍ଗ, କ୍ଷତି ସହିଲା ଆରବିଆଇ

The Sakala Picture
Published On

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଏକ ରୋଚକପୂର୍ଣ୍ଣ ତଥ୍ଯ ସାମ୍ନାକୁ ଆସିଛି। କରୋନା ଭୂତାଣୁ ଭୟରେ ଲୋକେ ଏତେ ମାତ୍ରାରେ ନୋଟଗୁଡିକୁ ସାନିଟାଇଜ୍ କରିଛନ୍ତି ଯେ, ନୋଟଗୁଡ଼ିକର ରଙ୍ଗ ଖରାପ ହୋଇଯାଇଛି। ଯେଉଁଥିପାଇଁ ଭାରତୀୟ ରିଜର୍ଭ ବ୍ଯାଙ୍କକୁ କ୍ଷତି ସହିବାକୁ ପଡ଼ିଛି। ରିଜର୍ଭ ବ୍ଯାଙ୍କ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଏତେ ପରମାଣରେ ନୋଟ ଖରାପ ହେବା କେବେ ନଜିର ଆସିନି। ୨୦୧୮-୧୯ ଆର୍ଥିକ ବର୍ଷରେ ୬ଲକ୍ଷ ୨ହାଜାର ଟଙ୍କିଆ ନଷ୍ଟ ହୋଇଥିବ ବାଳେ ୨୦୨୦-୨୧ ଆର୍ଥିକ […]

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଏକ ରୋଚକପୂର୍ଣ୍ଣ ତଥ୍ଯ ସାମ୍ନାକୁ ଆସିଛି। କରୋନା ଭୂତାଣୁ ଭୟରେ ଲୋକେ ଏତେ ମାତ୍ରାରେ ନୋଟଗୁଡିକୁ ସାନିଟାଇଜ୍ କରିଛନ୍ତି ଯେ, ନୋଟଗୁଡ଼ିକର ରଙ୍ଗ ଖରାପ ହୋଇଯାଇଛି। ଯେଉଁଥିପାଇଁ ଭାରତୀୟ ରିଜର୍ଭ ବ୍ଯାଙ୍କକୁ କ୍ଷତି ସହିବାକୁ ପଡ଼ିଛି। ରିଜର୍ଭ ବ୍ଯାଙ୍କ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଏତେ ପରମାଣରେ ନୋଟ ଖରାପ ହେବା କେବେ ନଜିର ଆସିନି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

୨୦୧୮-୧୯ ଆର୍ଥିକ ବର୍ଷରେ ୬ଲକ୍ଷ ୨ହାଜାର ଟଙ୍କିଆ ନଷ୍ଟ ହୋଇଥିବ ବାଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୪୫ କୋଟି ୪୮ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

ସେହିପରି  ୨୦୧୮-୧୯ ଆର୍ଥିକ ବର୍ଷରେ ମଧ୍ଯ ଏକ ଲକ୍ଷ ଟଙ୍କାର ୨୦୦ ଟଙ୍କିଆ ନୋଟ୍ ନଷ୍ଟ ହୋଇଥିବା ବେଳେ ୨୦୨୦ -୨୧ ରେ ଏହାର ସଂଖ୍ଯା ବଢି ୧୧ କୋଟି ୮୬ ଲକ୍ଷରେ ପହଞ୍ଚିଛି। ଦୈନିକ କାରବାରରେ ୫୦୦ ଟଙ୍କିଆ ନୋଟ ୪୦ ପ୍ରତିଶ ବୃଦ୍ଧି ଘଟିଛି। ଫଳରେ ଅନ୍ଯ ନୋଟ୍ ତୁଳନର ୫ଶହ ଟଙ୍କିଆ ନୋଟ ଏତେ ମାତ୍ରାରେ ଖରାପ ହୋଇନାହିଁ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

ଛୋଟ ନୋଟଗୁଡିକ ପ୍ରତ୍ଯେକ ଦିନ ବ୍ଯବାର ଯୋଗୁ ଏତେ ଖରାପ ହୋଇ ନହିଁ। ହେଲେ ବଡ ନୋଟ ଗୁଡିକର ବ୍ଯବହାର ଏତେ ପରିମାଣରେ ହୋଇ ନ ଥିବା ହେତୁ ଏହାକୁ ସାନିଟାଇଜ କିମ୍ବା ଧୋଇକି ଆମେ ରଖି ଦେଇଥାଉ ଯେଉଁଥି ପାଇଁ ନୋଟରୁ ରଙ୍ଗ ଛାଡି ଖରାପ ହୋଇଯାଇଛି। ଯାହାଫଳରେ ଭାରତୀୟ ରିଜର୍ଭ ବ୍ଯାଙ୍କକୁ କ୍ଷତି ସହିବାକୁ ପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର