୧୫ ହଜାର ୫୦୦ ଫୁଟ ଉଚ୍ଚ ସିଆଚେନରେ ଭାରତ ନିର୍ମାଣ କଲା ପ୍ରଥମ ମୋବାଇଲ ଟାୱାର

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ ଭାରତୀୟ ସେନା ପ୍ରଥମ ମୋବାଇଲ ଟାୱାର ଏବଂ ବେସ୍ ଟ୍ରାନ୍ସିଭର ଷ୍ଟେସନ (ବିଟିଏସ୍) ପ୍ରତିଷ୍ଠା କରିଛି। ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ) ସହାୟତାରେ ପ୍ରତିଷ୍ଠା ହୋଇଥିବା ଏହି ମୋବାଇଲ ଟାୱାରକୁ ଗତ ୬ ତାରିଖରେ ଉଦ୍ଘାଟନ କରାଯାଇଥିଲା। ଏହା ପୃଥିବୀର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର (ସମୁଦ୍ରପତ୍ତନଠାରୁ ୧୫,୫୦୦ ଫୁଟ) ସିଆଚେନରେ ମୁତୟନ ହୋଇଥିବା ଯବାନଙ୍କୁ ମୋବାଇଲ ସେବା ପ୍ରଦାନ କରିବ। ଭାରତୀୟ ସେନାର ଫାୟାର ଆଣ୍ଡ […]

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ ଭାରତୀୟ ସେନା ପ୍ରଥମ ମୋବାଇଲ ଟାୱାର ଏବଂ ବେସ୍ ଟ୍ରାନ୍ସିଭର ଷ୍ଟେସନ (ବିଟିଏସ୍) ପ୍ରତିଷ୍ଠା କରିଛି। ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ) ସହାୟତାରେ ପ୍ରତିଷ୍ଠା ହୋଇଥିବା ଏହି ମୋବାଇଲ ଟାୱାରକୁ ଗତ ୬ ତାରିଖରେ ଉଦ୍ଘାଟନ କରାଯାଇଥିଲା। ଏହା ପୃଥିବୀର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର (ସମୁଦ୍ରପତ୍ତନଠାରୁ ୧୫,୫୦୦ ଫୁଟ) ସିଆଚେନରେ ମୁତୟନ ହୋଇଥିବା ଯବାନଙ୍କୁ ମୋବାଇଲ ସେବା ପ୍ରଦାନ କରିବ। ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କ୍ରପ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଉପଲବ୍ଧିକୁ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ସହ ତୁଳନା କରିଛନ୍ତି। ସିଆଚେନ ଗ୍ଲାସିୟର ୭୫ କିମି ପର୍ଯ୍ୟନ୍ତ ଲମ୍ବିଛି। ୧୯୮୪ ଏପ୍ରିଲ ୧୩ରୁ ଏଠାରେ ସେନା ମୁତୟନ ରହିଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର