ଦିଲ୍ଲୀ ଅବକାରୀ ନୀତି ମାମଲା: ଆପ ସାଂସଦ ସଞ୍ଜୟ ସିଂହଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି

The Sakala Picture
Published On

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାଉଜ ଏଭେନ୍ୟୁ କୋର୍ଟ ଗୁରୁବାର ଏହି ରାୟ ଦେଇଛନ୍ତି। ଇଡି ପକ୍ଷରୁ ୧୦ ଦିନ ରିମାଣ୍ଡ ଦାବି କରାଯାଇଥିବା ବେଳେ ୫ ଦିନ ରିମାଣ୍ଡ ଦେଇଛନ୍ତି ରାଉଜ୍ ଆଭେନ୍ୟୁ କୋର୍ଟ । ଇଡି ସଞ୍ଜୟ ସିଂହଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ଗିରଫ କରିଥିଲା। ଇଡି କହିଛି ଯେ ଦିଲ୍ଲୀ ବ୍ୟବସାୟୀ ଦୀନେଶ […]

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାଉଜ ଏଭେନ୍ୟୁ କୋର୍ଟ ଗୁରୁବାର ଏହି ରାୟ ଦେଇଛନ୍ତି। ଇଡି ପକ୍ଷରୁ ୧୦ ଦିନ ରିମାଣ୍ଡ ଦାବି କରାଯାଇଥିବା ବେଳେ ୫ ଦିନ ରିମାଣ୍ଡ ଦେଇଛନ୍ତି ରାଉଜ୍ ଆଭେନ୍ୟୁ କୋର୍ଟ । ଇଡି ସଞ୍ଜୟ ସିଂହଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଇଡି କହିଛି ଯେ ଦିଲ୍ଲୀ ବ୍ୟବସାୟୀ ଦୀନେଶ ଅରୋରା ପ୍ରଥମ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଅଭିଯୁକ୍ତ ଥିଲେ। ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ତାଙ୍କ ବୟାନ ଆଧାରରେ ଇଡି ତଦନ୍ତ କରିବା ସହ ସଞ୍ଜୟ ସିଂହ ୩ କୋଟି ଟଙ୍କା ପାଇଥିବା କୋର୍ଟଙ୍କୁ ଅବଗତ କରାଇଛି। ୪ ଅକ୍ଟୋବର ବୁଧବାର ତାଙ୍କ ଘର ଖାନତଲାସ କାଳରେ ସେଥିରେ ଡିଜିଟାଲ ଏଭିଡେନ୍ସ ମିଳିଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ତେବେ ସଞ୍ଜୟଙ୍କ ଓକିଲ ମୋହିତ ମାଥୁର ଏହାର ବିରୋଧ କରିବା ସହ କହିଛନ୍ତି କି, ଏହି ମାମଲାରେ ଇଡିଙ୍କ ଷ୍ଟାର ସାକ୍ଷୀ ହେଉଛନ୍ତି ଦିନେଶ ଆରୋରା ଯିଏ ଉଭୟ ଇଡି ଓ ସିବିଆଇଙ୍କ ମାମଲାରେ ଅଭିଯୁକ୍ତ ଥିଲେ। ସେ ଏବେ ଉଭୟ ମାମଲାରେ ସରକାରୀ ସାକ୍ଷୀ ହୋଇଯାଇଛନ୍ତି। ଏଣୁ ତାଙ୍କ ବିଶ୍ୱସନୀୟତା ଉପରେ ଏବେ ପ୍ରଶ୍ନ ଉଠୁଛି । ସେହିପରି ଏହି ମାମଲାରେ ତଦନ୍ତକାରୀ ସଂସ୍ଥା କେବେ ହେଲେ ପୂର୍ବରୁ ସଞ୍ଜୟ ସିଂହଙ୍କୁ ସମନ କରି ନଥିଲା।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର