ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନ ନବୀକରଣରେ ଅନିୟମିତତା ଅଭିଯୋଗ, ତଦନ୍ତ କରିବ ସିବିଆଇ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ। ଆଜି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ତଦନ୍ତ ନିର୍ଦ୍ଦେଶ ପରେ ସିବିଆଇ ଅନିୟମିତତା ଅଭିଯୋଗ ଘଟଣାରେ ଦିଲ୍ଲୀ ସରକାରଙ୍କ କିଛି ଅଚିହ୍ନା ଅଧିକାରୀଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।  ଅକ୍ଟୋବର ୩ ସୁଦ୍ଧା ତଥାକଥିତ ଅନିୟମିତତା ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ସିବିଆଇ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା […]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ। ଆଜି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ତଦନ୍ତ ନିର୍ଦ୍ଦେଶ ପରେ ସିବିଆଇ ଅନିୟମିତତା ଅଭିଯୋଗ ଘଟଣାରେ ଦିଲ୍ଲୀ ସରକାରଙ୍କ କିଛି ଅଚିହ୍ନା ଅଧିକାରୀଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।  ଅକ୍ଟୋବର ୩ ସୁଦ୍ଧା ତଥାକଥିତ ଅନିୟମିତତା ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ସିବିଆଇ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଦିଲ୍ଲୀ ମୁଖ୍ୟ ଶାସନ ସଚିବ ତଦନ୍ତ କରିବା ବେଳେ ସାମ୍ନାକୁ ଆସିଥିବା ସମସ୍ତ ତଥ୍ୟର ତଦନ୍ତ ଏବେ ସିବିଆଇ କରିବ। ମେ’ ମାସରେ ଉପ ରାଜ୍ୟପାଳ ଭିକେ ସକ୍ସେନା ଏହି ଘଟଣାରେ ୫ ପୃଷ୍ଠାର ଚିଠି ସିବିଆଇ ନିର୍ଦ୍ଦେଶକଙ୍କୁ ଲେଖିଥିଲେ। ଏହି ଚିଠି ଆଧାରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛି। ସେହିପରି ଘଟଣାର ସ୍ୱତନ୍ତ୍ର ଅଡିଟ ପାଇଁ ମଧ୍ୟ ସିଏଜିଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। କେଜ୍ରିୱାଲ ତାଙ୍କ ବାସଭବନ ନବୀକରଣରେ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଥିଲା। ଏହାପରେ ଉପ ରାଜ୍ୟପାଳ ଭିକେ ସକ୍ସେନା ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପାଇଁ କହିଥିଲେ। ପ୍ରାଥମିକ ତଦନ୍ତରୁ ମୁଖ୍ୟ ଶାସନ ସଚିବ ଜାଣିବାକୁ ପାଇଥିଲେ ଯେ ନବୀକରଣରେ ବ୍ୟାପକ ଅନିୟମିତତା ହୋଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଅନ୍ୟପକ୍ଷରେ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦମୀ ପାର୍ଟି (ଆପ୍‌) ଅଭିଯୋଗ କରିଛି ଯେ, ବିଜେପି ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛି। ଏପର୍ଯ୍ୟନ୍ତ ବିଜେପି କେଜ୍ରିୱାଲଙ୍କ ବିରୋଧରେ ୫୦ରୁ ଅଧିକ ମାମଲା ରୁଜୁ କରିଛି। ସେଗୁଡ଼ିକରୁ କିଛି ବାହାରିଲା ନାହିଁ ଏବଂ ଏଥିରୁ ମଧ୍ୟ କିଛି ବାହାରିବ ନାହିଁ। ବିଜେପି ଯେତେ ତଦନ୍ତ କଲେ ବି ଅରବିନ୍ଦ କେଜ୍ରିୱାଲ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବେ। କେଜ୍ରିୱାଲ୍ ଭାରତକୁ ବିଶ୍ୱର ଏକ ନମ୍ବର ଦେଶରେ ପରିଣତ କରିବେ ବୋଲି ଶପଥ ନେଇଛନ୍ତି ଏବଂ ଏଥିପାଇଁ ସେ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆପ୍‌ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର