୫ କୋଟି ଲୋକଙ୍କ ଜୀବନ ନେଇପାରେ ନୂଆ ମହାମାରୀ ‘X’, ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

The Sakala Picture
Published On

ନୂଆଦିଲ୍ଲୀ : ମାଡିଆସୁଛି ଆଉ ଏକ ମହାମାରୀ। କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ବ । ଏନେଇ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନାଭାଇରସ୍ ସାରା ବିଶ୍ୱରେ ବିପର୍ଯ୍ୟୟ ଘଟାଇଛି ଏବଂ ଅନେକ ଦେଶର ଲୋକମାନେ କ୍ରମାଗତ ଭାବରେ ଏହି ମହାମାରୀରେ ଏବେ ବି ଶିକାର ହେଉଛନ୍ତି। କରୋନା ମହାମାରୀରେ ବିଶ୍ବରେ ପ୍ରାୟ ୭୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଆସୁଥିବା ମାହାମାରୀ ଅତି କମରେ ୫ କୋଟି […]

ନୂଆଦିଲ୍ଲୀ : ମାଡିଆସୁଛି ଆଉ ଏକ ମହାମାରୀ। କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ବ । ଏନେଇ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନାଭାଇରସ୍ ସାରା ବିଶ୍ୱରେ ବିପର୍ଯ୍ୟୟ ଘଟାଇଛି ଏବଂ ଅନେକ ଦେଶର ଲୋକମାନେ କ୍ରମାଗତ ଭାବରେ ଏହି ମହାମାରୀରେ ଏବେ ବି ଶିକାର ହେଉଛନ୍ତି। କରୋନା ମହାମାରୀରେ ବିଶ୍ବରେ ପ୍ରାୟ ୭୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଆସୁଥିବା ମାହାମାରୀ ଅତି କମରେ ୫ କୋଟି ଲୋକ ପ୍ରାଣ ହରାଇପାରନ୍ତି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ବିଶେଷଜ୍ଞମାନେ ଯେଉଁ ନୂଆ ମହାମାରୀ ନେଇ ସତର୍କ କରୁଛନ୍ତି ତାହା କୋଭିଡ-୧୯ ଠାରୁ ୭ ଗୁଣା ଅଧିକ ବିପଜ୍ଜନକ ହୋଇପାରେ। ଏହି ଅଜଣା ରୋଗକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏକ୍ସ ନାମରେ ନାମିତ କରିଛନ୍ତି। ଡେଲି ମେଲ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହି ରୋଗକୁ ନେଇ ସତର୍କ କରିଛି। ଏଥି ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହାକୁ ରୋଗ X ନାମରେ ନାମିତ କରିବା ସହ ଏହା ମହାମାରୀ ସ୍ଥିତିରେ ଥିବା କହିଛି। କରୋନାକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିଲେ ମଧ୍ୟ ଆଗାମି ଦିନ ପାଇଁ ସତର୍କ ରହିବାକୁ ହେବ । ଆଗାମୀ ଦିନରେ X ଭୟଙ୍କର ମହାମାରୀ ବିଶ୍ବକୁ କବଳିତ କରିବାର ଆଶଙ୍କା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ନୂତନ ମହାମାରୀ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଭୟ କରୁଛି ଯେ ଏହି ନୂଆ ମହାମାରୀ ଏବେ ଆସିବାକୁ ଯାଉଛି, ଆଉ ଏହା COVID-19 ଅପେକ୍ଷା ଅଧିକ ମାରାତ୍ମକ ହୋଇପାରେ। ଡେଲି ମେଲର ରିପୋର୍ଟ ଅନୁଯାୟୀ ବିଶେଷଜ୍ଞମାନେ X ବିଷୟରେ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯେ କୋଭିଡ -୧୯ ମହାମାରୀର ଆରମ୍ଭ କରିଛି। ଆଗକୁ ଏପରି ଅନେକ ମହାମାରୀ ଆସିବ। ବ୍ରିଟେନର ଭ୍ୟାକ୍ସିନ୍ ଟାସ୍କ ଫୋର୍ସର ମୁଖ୍ୟ ଡେମ କେଟ୍ ବିଙ୍ଗହମ୍ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ରୋଗ ମହାମାରୀ ରୂପେ ଗ୍ରହଣ କରେ ତେବେ ଅତି କମରେ ୫ କୋଟି ଲୋକ ଏହି କାରଣରୁ ମରିପାରନ୍ତି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଏହାର ମୁକାବିଲା କରିବା ଏକ ବଡ ଆହ୍ବାନ ହୋଇପାରେ, କାରଣ ଏହା କୋଭିଡ -୧୯ ଅପେକ୍ଷା ଅଧିକ ମାରାତ୍ମକ ଅଟେ।

ରୋଗ କେତେ ବିପଜ୍ଜନକ 

ଡେମ କେଟ୍ ବିଙ୍ଗହମ୍ କହିଛନ୍ତି ଯେ କରୋନା ଜୀବାଣୁ ଅପେକ୍ଷା ନୂଆ ରୋଗ X, ୭ ଗୁଣା ଅଧିକ ବିପଜ୍ଜନକ ହୋଇପାରେ। ଏହା ସହିତ ସେ କହିଛନ୍ତି ଯେ ପରବର୍ତ୍ତୀ ମହାମାରୀ କେବଳ ପୃଥିବୀରେ ଉପସ୍ଥିତ ଥିବା କୌଣସି ଭାଇରସରୁ ଆସିପାରେ । ସେ ୧୯୧୮-୧୯ ମସିହାରେ ଆସିଥିବା ମହାମାରୀକୁ ମନେ ପକାଇ ସେ କହିଛନ୍ତି, ସେତେବେଳେ ଯେପରି ୫ କୋଟି ଲୋକଙ୍କ ଜୀବନ ଯାଇଥିଲା ଆଗକୁ ଆସୁଥିବା ମହାମାରୀରେ ସମାନ ପରିସ୍ଥିତି ଉପୁଜିପାରେ। ସମାନ ପ୍ରକାର ଭୂତାଣୁ ଏବେ ବି ଆମ ବାୟୁମଣ୍ଡଳରେ ଅଛନ୍ତି। ଏସବୁ ଭୂତାଣୁ ଆହୁରି ଘାତକ ହୋଇପାରନ୍ତି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର