ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ପ୍ରକାର ଅନଲାଇନ୍ ଡେଲିଭରି

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ଦିଲ୍ଲୀ ଆସୁଥିବାରୁ ରାଜଧାନୀକ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ଦିଲ୍ଲୀରେ ସ୍କୁଲ କଲେଜ୍ ସମେତ ସମସ୍ତ ଅଫିସ୍ ବନ୍ଦ ରଖାଯାଇଛି। ଏପଟେ ସୁରକ୍ଷା ପଦକ୍ଷେପକୁ ଆଉ ଟିକେ କଡ଼ାକଡ଼ି କରାଯାଇଛି।  ସେପ୍ଟେମ୍ବର ୮-୧୦ ତାରିଖ ଦିଲ୍ଲୀରେ ଅନ୍‌ଲାଇନ୍‌ ଫୁଡ୍ ଡେଲିଭରି ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଟ୍ରାଫିକ୍‌ କଟକଣା ଲଗାଯାଉଥିବାରୁ […]

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ଦିଲ୍ଲୀ ଆସୁଥିବାରୁ ରାଜଧାନୀକ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ଦିଲ୍ଲୀରେ ସ୍କୁଲ କଲେଜ୍ ସମେତ ସମସ୍ତ ଅଫିସ୍ ବନ୍ଦ ରଖାଯାଇଛି। ଏପଟେ ସୁରକ୍ଷା ପଦକ୍ଷେପକୁ ଆଉ ଟିକେ କଡ଼ାକଡ଼ି କରାଯାଇଛି।  ସେପ୍ଟେମ୍ବର ୮-୧୦ ତାରିଖ ଦିଲ୍ଲୀରେ ଅନ୍‌ଲାଇନ୍‌ ଫୁଡ୍ ଡେଲିଭରି ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଟ୍ରାଫିକ୍‌ କଟକଣା ଲଗାଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଏନେଇ ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର କମିଶନର କହିଛନ୍ତି  ଯେ, କ୍ଲାଉଡ୍ କିଚେନ୍ ଓ ଫୁଡ୍ ଡେଲିଭରି କିମ୍ବା ଅନ୍ୟ କୌଣସି ବାଣିଜ୍ୟିକ ସାମଗ୍ରୀ ପଠାଇବା କର୍ଯ୍ୟ(କମର୍ସିଆଲ୍ ଡେଲିଭରି) ଯଥା ଆମାଜାନ ଡେଲିଭରିକୁ ଅନୁମତି ମିଳିବ ନାହିଁ। କାରଣ ଏନ୍‌ଡିଏମ୍‌ସି ଏରିଆରେ ଆମେ କମର୍ସିଆଲ୍‌ ଭେଇକଲ ବନ୍ଦ ରଖିଛୁ। ଦିଲ୍ଲୀ ପୁଲିସ ଏନେଇ ଏକ୍ସରେ ପୋଷ୍ଟ କରି କହିଛି ଯେ ଦିଲ୍ଲୀବାସୀଙ୍କୁ ଭୟଭୀତ ହେବା ଆବଶ୍ୟକ ନାହିଁ। କୌଣସି ଲକ୍‌ଡାଉନ୍ ଲାଗିବ ନାହିଁ। କେବଳ ଟ୍ରାଫିକ୍ ସମ୍ବନ୍ଧିତ ନିୟମ ବିଷୟରେ ଅପ୍‌ଡେଟ୍‌ ରହିବାକୁ ଦିଲ୍ଲୀ ଟ୍ରାଫିକ୍ ଭାର୍ଚୁଆଲ୍ ହେଲ୍ପ ଡେକ୍ସର ସହଯୋଗ ନିଅନ୍ତୁ ବୋଲି କୁହାଯାଇଛି। ଦିଲ୍ଲୀରେ ସେପ୍ଟେମ୍ବର ୭ ତାରିଖ ମଧ୍ୟ ରାତ୍ରୀରୁ ଦିଲ୍ଲୀରେ ଅନ୍ୟ କୌଣସି ଗାଡ଼ି ପ୍ରବେଶକୁ ଅନୁମତି ମିଳିବ ନାହିଁ। ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର