ଚନ୍ଦ୍ର ପୃଷ୍ଠରେ ଗର୍ତ୍ତରେ ପଡିବା ପୂର୍ବରୁ ବାଟ ବଦଳାଇଲା ରୋଭର ପ୍ରଜ୍ଞାନ୍‌

The Sakala Picture
Published On

ନୂଆଦିଲ୍ଲୀ: ଚନ୍ଦ୍ରରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ଗାତରେ ପଡ଼ିବା ପୂର୍ବରୁ ବର୍ତ୍ତି ଯାଇଛି। ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେବା ପରେ ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ କିଛି ବାଟ ଯିବା ପରେ ହଠାତ୍‌ ଗୋଟିଏ ଗାତର ସମ୍ମୁଖୀନ ହୋଇଥିଲା। ନିର୍ଦ୍ଧାରିତ ଚଲାପଥରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ଗାତ ତା’ ନଜରରେ ପଡ଼ିଥିଲା। ତେବେ ଗାତର ୩ ମିଟର ଆଗରୁ ପ୍ରଜ୍ଞାନ ଏ ସମ୍ପର୍କରେ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା। ଏହାପରେ […]

ନୂଆଦିଲ୍ଲୀ: ଚନ୍ଦ୍ରରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ଗାତରେ ପଡ଼ିବା ପୂର୍ବରୁ ବର୍ତ୍ତି ଯାଇଛି। ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେବା ପରେ ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ କିଛି ବାଟ ଯିବା ପରେ ହଠାତ୍‌ ଗୋଟିଏ ଗାତର ସମ୍ମୁଖୀନ ହୋଇଥିଲା। ନିର୍ଦ୍ଧାରିତ ଚଲାପଥରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ଗାତ ତା’ ନଜରରେ ପଡ଼ିଥିଲା। ତେବେ ଗାତର ୩ ମିଟର ଆଗରୁ ପ୍ରଜ୍ଞାନ ଏ ସମ୍ପର୍କରେ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା। ଏହାପରେ ତା’ର ନିର୍ଦ୍ଧାରିତ ପଥକୁ ବଦଳା ଯାଇଥିଲା। ଗାତ ଥିବାରୁ ପ୍ରଜ୍ଞାନ ଏବେ ବାଟ ବଦଳାଇ ନୂଆ ଦିଗରେ ଯାଉଥିବା ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ

ଉଲ୍ଲେଖଯୋଗ୍ୟ ଯେ, ଚନ୍ଦ୍ରଯାନ ଅଗଷ୍ଟ ୨୩ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଏହାର ଦୁଇ ଘଣ୍ଟା ୨୬ ମିନିଟ୍ ପରେ ରୋଭର ବାହାରକୁ ଆସିଥିଲା । ରୋଭର ଛଅଟି ଚକ ଥିବା ଏକ ରୋବୋଟ । ଏହା ଚନ୍ଦ୍ର ପୃଷ୍ଠରେ ବୁଲିବ । ରୋଭରର ମିଶନ ଲାଇଫ ୧ ଲୁନାର ଡେ ରହିଛି । ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀର ୧୪ ଦିନ ସହ ସମାନ ।

ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର