ବିବାହ ଚାଲିଥିବା ବେଳେ ଅଚାନକ୍ ଆସିଲା ମୃତ୍ୟୁ: ହୃଦଘାତରେ ଜୀବନ ହାରିଲେ କନ୍ୟା, ଶାଳୀକୁ ବାହା ହେଲା ବର

The Sakala Picture
Published On

ଇଟାୱା:  ଉତ୍ତରପ୍ରଦେଶ ଇଟାୱା ଭରଥନା ଅଞ୍ଚଳର ସମସପୁରରେ ଘଟିଯାଇଛି ଦୁଃଖଦ ଘଟଣା। ଧୁମଧାମରେ ବିବାହ ଚାଲିଥିବା ବେଳେ ଅଚାନକ୍ ଆସିଲା ମୃତ୍ୟୁ । ବରଣମବାଳା ଅଦଳବଦଳ ସରିଥିଲା, ସାତ ଫେରା ବାକି ଥିବାବେଳେ ହଠାତ ହୃଦଘାତରେ ଜୀବନ ହାରିଲେ କନ୍ୟା। ଶାଶୁ ଘର ଯିବା ପୂର୍ବରୁ କୋକେଇରେ ଯାଇଛି ଝିଅ । ସୂଚନା ଅନୁଯାୟୀ,  ମେ ୨୫ ମଙ୍ଗଳବାର ଦିନ ସୁରଭିଙ୍କ ବିବାହ ମଞ୍ଜେସ ଗାଁର ଚିତଭବନଙ୍କ ସହ ସ୍ଥିର ହୋଇଥିବା । ବର ପକ୍ଷ ଆସିବା […]

ଇଟାୱା:  ଉତ୍ତରପ୍ରଦେଶ ଇଟାୱା ଭରଥନା ଅଞ୍ଚଳର ସମସପୁରରେ ଘଟିଯାଇଛି ଦୁଃଖଦ ଘଟଣା। ଧୁମଧାମରେ ବିବାହ ଚାଲିଥିବା ବେଳେ ଅଚାନକ୍ ଆସିଲା ମୃତ୍ୟୁ । ବରଣମବାଳା ଅଦଳବଦଳ ସରିଥିଲା, ସାତ ଫେରା ବାକି ଥିବାବେଳେ ହଠାତ ହୃଦଘାତରେ ଜୀବନ ହାରିଲେ କନ୍ୟା। ଶାଶୁ ଘର ଯିବା ପୂର୍ବରୁ କୋକେଇରେ ଯାଇଛି ଝିଅ ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

ସୂଚନା ଅନୁଯାୟୀ,  ମେ ୨୫ ମଙ୍ଗଳବାର ଦିନ ସୁରଭିଙ୍କ ବିବାହ ମଞ୍ଜେସ ଗାଁର ଚିତଭବନଙ୍କ ସହ ସ୍ଥିର ହୋଇଥିବା । ବର ପକ୍ଷ ଆସିବା ପରେ କନ୍ୟା ପକ୍ଷ ଅତି ଆଦରରେ ସ୍ୱାଗତ କରି ବରକୁ ପାଛୋଟି ଆଣିଥିଲେ । ବିବାହର ସମସ୍ତ ରୀତିନୀତି ଆରମ୍ଭ ହୋଇ ଯାଇଥିଲା । ବରଣମାଳା, ସିନ୍ଦୁର ପିନ୍ଧା ଓ ଅନ୍ୟନ୍ୟା ନୀତି ଶେଷହେବା ପରେ ବରକନ୍ୟା ଫେରା ନେବାପାଇଁ ପ୍ରସ୍ତୁତ ହେଉଥିଲେ । ଆଉ ଏହାରି ଭିତରେ ଅଚାନକ କନ୍ୟା ବେହାସ ହୋଇ ତଳେ ପଡ଼ିଯାଇଥିଲେ । ପରେ ପରିବାର ଲୋକେ ତାକୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ସେତେବେଳକୁ ହୃଦଘାତରେ ଜୀବନ ଯାଇଥିବା କହି କନ୍ୟାକୁ ମୃତ ଘୋଷଣା କରିଥିଲେ ଡାକ୍ତର। ତାପରେ ଉଭୟ ପରିବାରଙ୍କ ସହମତି କ୍ରମେ ମୃତକଙ୍କ ଛୋଟ ଭଉଣୀଙ୍କୁ କନ୍ୟା ରୂପରେ ସଜାଇ ଦିଆଗଲା । ଶାଳୀ ସହିତ ବାହା ବେଦୀରେ ବସି ବର ବାହା ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

27 May 2021 By The Sakala

ବିବାହ ଚାଲିଥିବା ବେଳେ ଅଚାନକ୍ ଆସିଲା ମୃତ୍ୟୁ: ହୃଦଘାତରେ ଜୀବନ ହାରିଲେ କନ୍ୟା, ଶାଳୀକୁ ବାହା ହେଲା ବର

ଇଟାୱା:  ଉତ୍ତରପ୍ରଦେଶ ଇଟାୱା ଭରଥନା ଅଞ୍ଚଳର ସମସପୁରରେ ଘଟିଯାଇଛି ଦୁଃଖଦ ଘଟଣା। ଧୁମଧାମରେ ବିବାହ ଚାଲିଥିବା ବେଳେ ଅଚାନକ୍ ଆସିଲା ମୃତ୍ୟୁ । ବରଣମବାଳା ଅଦଳବଦଳ ସରିଥିଲା, ସାତ ଫେରା ବାକି ଥିବାବେଳେ ହଠାତ ହୃଦଘାତରେ ଜୀବନ ହାରିଲେ କନ୍ୟା। ଶାଶୁ ଘର ଯିବା ପୂର୍ବରୁ କୋକେଇରେ ଯାଇଛି ଝିଅ ।

ସୂଚନା ଅନୁଯାୟୀ,  ମେ ୨୫ ମଙ୍ଗଳବାର ଦିନ ସୁରଭିଙ୍କ ବିବାହ ମଞ୍ଜେସ ଗାଁର ଚିତଭବନଙ୍କ ସହ ସ୍ଥିର ହୋଇଥିବା । ବର ପକ୍ଷ ଆସିବା ପରେ କନ୍ୟା ପକ୍ଷ ଅତି ଆଦରରେ ସ୍ୱାଗତ କରି ବରକୁ ପାଛୋଟି ଆଣିଥିଲେ । ବିବାହର ସମସ୍ତ ରୀତିନୀତି ଆରମ୍ଭ ହୋଇ ଯାଇଥିଲା । ବରଣମାଳା, ସିନ୍ଦୁର ପିନ୍ଧା ଓ ଅନ୍ୟନ୍ୟା ନୀତି ଶେଷହେବା ପରେ ବରକନ୍ୟା ଫେରା ନେବାପାଇଁ ପ୍ରସ୍ତୁତ ହେଉଥିଲେ । ଆଉ ଏହାରି ଭିତରେ ଅଚାନକ କନ୍ୟା ବେହାସ ହୋଇ ତଳେ ପଡ଼ିଯାଇଥିଲେ । ପରେ ପରିବାର ଲୋକେ ତାକୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ସେତେବେଳକୁ ହୃଦଘାତରେ ଜୀବନ ଯାଇଥିବା କହି କନ୍ୟାକୁ ମୃତ ଘୋଷଣା କରିଥିଲେ ଡାକ୍ତର। ତାପରେ ଉଭୟ ପରିବାରଙ୍କ ସହମତି କ୍ରମେ ମୃତକଙ୍କ ଛୋଟ ଭଉଣୀଙ୍କୁ କନ୍ୟା ରୂପରେ ସଜାଇ ଦିଆଗଲା । ଶାଳୀ ସହିତ ବାହା ବେଦୀରେ ବସି ବର ବାହା ହୋଇଥିବା ଜଣାପଡ଼ିଛି।

https://www.thesakala.in/national-international/bride-died-due-to-heart-attack-on-wedding-day/article-2441
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର