ପୃଥିବୀ କକ୍ଷପଥ ଛାଡି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-୩, ୨୩ ସୁଦ୍ଧା ଚନ୍ଦ୍ର ପୃଷ୍ଠରେ କରିବ ଅବତରଣ

The Sakala Picture
Published On

ନୂଆଦିଲ୍ଲୀ: ପୃଥିବୀର କକ୍ଷପଥ ଛାଡ଼ି ଚନ୍ଦ୍ରର କକ୍ଷପଥ ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୩। ପୃଥିବୀ କକ୍ଷରୁ ଚନ୍ଦ୍ର କକ୍ଷକୁ ପଠାଇବା ପାଇଁ ଗତକାଲି ରାତି ୧୨ରୁ ଗୋଟାଏ ମଧ୍ୟରେ ଥ୍ରଷ୍ଟ ଇଞ୍ଜିନ ଚାଲୁ କରାଯାଇଥିଲା । ମଧ୍ୟରାତ୍ରୀରେ ଟ୍ରାନ୍ସ ଲୁନାର ଇଞ୍ଜେକସନ ପ୍ରକ୍ରିୟା ସରିଥିଲା । ଏଥିପାଇଁ ୨୮ରୁ ୩୧ ମିନିଟ ସମୟ ଲାଗିଥିଲା ।ମହାକାଶ ପଥରେ ଚନ୍ଦ୍ର ଯାନର ଗତି ସ୍ବାଭାବିକ ରହିବା ସହିତ ଏହା ଚନ୍ଦ୍ର ଆଡକୁ ଅଗ୍ରସର ହେଉଛି। ଗତ ୧୪ ତାରିଖରେ […]

ନୂଆଦିଲ୍ଲୀ: ପୃଥିବୀର କକ୍ଷପଥ ଛାଡ଼ି ଚନ୍ଦ୍ରର କକ୍ଷପଥ ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୩। ପୃଥିବୀ କକ୍ଷରୁ ଚନ୍ଦ୍ର କକ୍ଷକୁ ପଠାଇବା ପାଇଁ ଗତକାଲି ରାତି ୧୨ରୁ ଗୋଟାଏ ମଧ୍ୟରେ ଥ୍ରଷ୍ଟ ଇଞ୍ଜିନ ଚାଲୁ କରାଯାଇଥିଲା । ମଧ୍ୟରାତ୍ରୀରେ ଟ୍ରାନ୍ସ ଲୁନାର ଇଞ୍ଜେକସନ ପ୍ରକ୍ରିୟା ସରିଥିଲା । ଏଥିପାଇଁ ୨୮ରୁ ୩୧ ମିନିଟ ସମୟ ଲାଗିଥିଲା ।ମହାକାଶ ପଥରେ ଚନ୍ଦ୍ର ଯାନର ଗତି ସ୍ବାଭାବିକ ରହିବା ସହିତ ଏହା ଚନ୍ଦ୍ର ଆଡକୁ ଅଗ୍ରସର ହେଉଛି। ଗତ ୧୪ ତାରିଖରେ ଉତ୍‌କ୍ଷେପଣ ହୋଇଥିବା ଚନ୍ଦ୍ରଯାନ ବର୍ତ୍ତମାନ ପୃଥିବୀ କକ୍ଷପଥ ଅତିକ୍ରମ କରିବାକୁ ପ୍ରସ୍ତୁତ ହୋଇଛି ବୋଲି ଇସ୍ରୋ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଚନ୍ଦ୍ରଯାନ-୩ ପାଞ୍ଚ ଦିନର ଯାତ୍ରା କରିବା ପରେ ଅଗଷ୍ଟ ୫ ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଆସନ୍ତା ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ଯୋଜନା ରହିଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ସୋମବାର ସକାଳ ସୁଦ୍ଧା ଏହା ୭୧୩୫୧ କିମି ଦୂର ପୃଥିବୀ କକ୍ଷପଥରେ ଘୂର୍ଣ୍ଣନ କରିଥିଲା। ଏହାପରେ ରାତି ସୁଦ୍ଧା ଏହା ଚନ୍ଦ୍ର କକ୍ଷପଥ( ଟ୍ରାନ୍ସଲୁନାର ଇଞ୍ଜେକ୍ସନ) ରେ ପ୍ରବେଶ କରିବ। ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ଏହା ଅଗଷ୍ଟ ୨୩ ସୁଦ୍ଧା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ବୈଜ୍ଞାନିକମାନେ କହିଛନ୍ତି। ଚନ୍ଦ୍ରଯାନର ସଫଳ ଅବତରଣ ପରେ ଭାରତ ନୂଆ ଇତିହାସ ରଚିବ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର