ହରିୟାଣାର ନୁହ ଜିଲ୍ଲାରେ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପଥରମାଡ଼ ସହ ପୋଡ଼ାଜଳା

The Sakala Picture
Published On

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମ ସଂଲଗ୍ନ ନୁହ ଜିଲ୍ଲାରେ ସୋମବାର ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଛି । ଦଙ୍ଗାକାରୀମାନେ ଅନେକ ଗାଡିରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି ‌। ଏହି ଘଟଣାରେ ଜଣେ ହୋମ୍ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ବେଳେ ପୋଲିସ ଭିଡ଼ ହଟାଇବାକୁ ଯାଇ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଉତ୍ତେଜନାପୂର୍ଣ୍ଣ […]

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମ ସଂଲଗ୍ନ ନୁହ ଜିଲ୍ଲାରେ ସୋମବାର ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଛି । ଦଙ୍ଗାକାରୀମାନେ ଅନେକ ଗାଡିରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି ‌। ଏହି ଘଟଣାରେ ଜଣେ ହୋମ୍ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ବେଳେ ପୋଲିସ ଭିଡ଼ ହଟାଇବାକୁ ଯାଇ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦୃଷ୍ଟିରୁ ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ପରିସ୍ଥିତିକୁ ସମ୍ଭାଳିବା ପାଇଁ ଅନ୍ୟ ଅଞ୍ଚଳରୁ ପୋଲିସ ଫୋର୍ସ ମଧ୍ୟ ଡକାଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ପୋଲିସର ସୂଚନାନୁସାରେ, ବିଶ୍ବ ହିନ୍ଦୁ ପରିଷଦର ବ୍ରଜ ମଣ୍ଡଳ ଜଳାଭିଷେକ ଶୋଭାଯାତ୍ରାକୁ ନୁହର ଖେଡଲା ମୋର୍ ନିକଟରେ କିଛି ଯୁବକ ଅଟକାଇ ପଥରମାଡ଼ କରିଥିଲେ। ସେମାନେ ଏହି ଶୋଭାଯାତ୍ରାରେ ସାମିଲ ଦୁଇଟି କାରକୁ ମଧ୍ୟ ନିଆଁ ଜାଳି ଦେଇଥିଲେ। ଖବର ମୁତାବକ, ଏହି ଶୋଭାଯାତ୍ରାରେ ସାମିଲ ଲୋକମାନେ ସେମାନଙ୍କୁ ଅଟକାଇ ଥିବା ଯୁବକମାନଙ୍କ ଉପରେ ପାଲଟା ପଥରମାଡ଼ କରିଥିଲେ ।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର