ନୂଆ ଗୋପନୀୟତା ନୀତିକୁ ନେଇ ଫେସବୁକ୍ ଓ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

The Sakala Picture
Published On

ନୂଆଦିଲ୍ଲୀ: ଲୋକଙ୍କ ଗୋପନୀୟତା ଚୋରି ତଥା ସେମାନଙ୍କ ଗୋପନୀୟ ତଥ୍ୟକୁ ନେଇ ଦୁଇ ସୋସିଆଲ୍ ମିଡିଆ ସାଇଟ୍ ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ବ୍ୟବସାୟ କରୁଛନ୍ତି ବୋଲି ଆସିଥିବା ଅଭିଯୋଗକୁ ଭାରତର ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଏହି ଦୁଇ ସୋସିଆଲ୍ ମିଡିଆ କମ୍ପନୀକୁ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସରେ କୋର୍ଟ ଦର୍ଶାଇଛନ୍ତି ଯେ, ଲୋକଙ୍କ ଗୋପନୀୟତା ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହାକୁ ସୁରକ୍ଷିତ ରଖିବା ଲାଗି ଭାରତର ସାଧାରଣ ଜନତା ଆମ […]

ନୂଆଦିଲ୍ଲୀ: ଲୋକଙ୍କ ଗୋପନୀୟତା ଚୋରି ତଥା ସେମାନଙ୍କ ଗୋପନୀୟ ତଥ୍ୟକୁ ନେଇ ଦୁଇ ସୋସିଆଲ୍ ମିଡିଆ ସାଇଟ୍ ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ବ୍ୟବସାୟ କରୁଛନ୍ତି ବୋଲି ଆସିଥିବା ଅଭିଯୋଗକୁ ଭାରତର ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଏହି ଦୁଇ ସୋସିଆଲ୍ ମିଡିଆ କମ୍ପନୀକୁ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସରେ କୋର୍ଟ ଦର୍ଶାଇଛନ୍ତି ଯେ, ଲୋକଙ୍କ ଗୋପନୀୟତା ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହାକୁ ସୁରକ୍ଷିତ ରଖିବା ଲାଗି ଭାରତର ସାଧାରଣ ଜନତା ଆମ ଉପରେ ଆସ୍ଥା ରଖିଛନ୍ତି। ଏବେ ସେମାନେ ଭାବୁଛନ୍ତି ଯେ, ନୂଆ ଗୋପନୀୟତା ନୀତି ଦ୍ୱାରା ସେମାନଙ୍କ କଥାବାର୍ତ୍ତା ଏବଂ ଚ୍ୟାଟ ମେସେଜ୍ ଅନ୍ୟ କାହା ହାତକୁ ଚାଲି ଯାଉଛି। ଏଣୁ ଏ ବିଷୟରେ ଶୁଣାଣି ହେବା ଦରକାର। ‘ଆପଣ ୨ ବା ୩ ଟ୍ରିଲିୟନ୍ ଡଲାରର କମ୍ପାନୀ ହୋଇପାରନ୍ତି। କିନ୍ତୁ ଲୋକଙ୍କ ଗୋପନୀୟତାକୁ ଅକ୍ଷୁଣ୍ଣ ରଖିବା ଆମର ଦାୟିତ୍ୱ । ଏଥିପାଇଁ ସେମାନଙ୍କ ଆସ୍ଥା ଆମ ଉପରେ ରହିଛି’ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ନିକଟରେ ହ୍ୱାଟ୍ସଆପ୍ ଏହାର ଗୋନୀୟତା ନୀତିକୁ ପରିବର୍ତ୍ତନ କରିବା ଲାଗି ଚାହିଁଥିଲା। ଜନସାଧାରଣଙ୍କ ବିରୋଧ ହେତୁ ଯଦିଓ ଏ ନୀତି ଲାଗୁ ହୋଇ ନାହିଁ କିନ୍ତୁ ଏହା କୌଣସି ବି ମୁହୂର୍ତ୍ତରେ ଲାଗୁ ହେବାର ଆଶଙ୍କା ରହିଛି। ଏହି ନୂଆ ନିୟମ ଦ୍ୱାରା ଜନସାଧାରଣଙ୍କ ଭିତରେ ହେଉଥିବା କଥାବାର୍ତ୍ତା ଏବଂ ଚ୍ୟାଟ୍ ବାର୍ତ୍ତା ଅନ୍ୟମାନଙ୍କୁ ଶେୟାର ହେବାର ଆଶଙ୍କା ରହିଛି। ଏହିପରି ଶେୟାର କରି କମ୍ପାନୀ ଅଧିକରୁ ଅଧିକ ରାଜସ୍ୱ ଅର୍ଜନ କରିବା ଆଶଙ୍କା ଥିବାରୁ ଭାରତର ଜନସାଧାରଣ କୋର୍ଟ ଏବଂ ସରକାରଙ୍କ ଆଗରେ ଏହି ନୀତି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ଖାଲି ସେତିକି ନୁହେଁ ୟୁରୋପୀୟ ରାଷ୍ଟ୍ରରେ ଯେଉଁ ପରି ଭାବେ ଗୋପନୀୟତା ନୀତିକୁ କାର୍ୟ୍ୟକାରୀ କରାଯାଉଛି ତାହା ଭାରତରେ ଲାଗୁ ପାଇଁ ମଧ୍ୟ କୋର୍ଟଙ୍କ ପାଖରେ ଆବେଦନ ହୋଇଛି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଭାରତ ସରକାରଙ୍କ ପକ୍ଷରୁ ମଧ୍ୟନେଇ ତଥ୍ୟ ରଖାଯାଇଛି। ଭାରତ ସରକାର କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ କମ୍ପାନୀମାନେ ବ୍ୟବହାରକାରୀଙ୍କ ତଥ୍ୟକୁ ଶେୟର କରିପାରିବେ ନାହିଁ । କୋର୍ଟଙ୍କ ଏହି ହସ୍ତକ୍ଷେପ ପରେ ଭାରତରେ ଲାଗୁ ହେବାକୁ ହ୍ୱାଟ୍ସଆପ୍ ଓ ଫେସବୁକର ନୂଆ ଗୋପନୀୟତା ନୀତି ନୂଆ ମୋଡ଼ ନେବ ବୋଲି ଆଶା ରହିଛି। ତେବେ କମ୍ପାନୀପକ୍ଷରୁ କୁହାଯାଇଛି ଯେ, ୟୁରୋପୀୟ ଦୋମାନଙ୍କୁ ଛାଡ଼ିଦେଲେ ପୃଥିବୀର ବିଭିନ୍ନ କୋଣରେ ଏହିପରି ନୀତିକୁ ଲାଗୁ କରାଯାଇଛି ଯାହାକୁ ଭାରତରେ ଲାଗୁ କରିବା ଯୋଜନା ରହିଛି। ଏହାଦ୍ୱାରା ଲୋକଙ୍କ ଗୋପନୀୟତାରେ ଆଞ୍ଚ ଆସିବ ନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର