ଦୁଇଫାଳ ହେବ ଆଫ୍ରିକା

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ବର ଦ୍ବିତୀୟ ବୃହତ୍ତମ ମହାଦେଶ ଆଫ୍ରିକା ଦୁଇ ଫାଳ ହେବାକୁ ଯାଉଛି। ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଲୋହିତ ସାଗରରୁ ମୋଜାମ୍ବିକ ମଧ୍ୟରେ ଥିବା ୩୫୦୦ କିମିର ପୂର୍ବ ଆଫ୍ରିକୀୟ ଫାଟ (ଇଷ୍ଟ ଆଫ୍ରିକାନ ରିଫ୍ଟ) ଦିନକୁ ଦିନ ସମ୍ପ୍ରସାରିତ ହେବାରେ ଲାଗିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ବୈଜ୍ଞାନିକ ଏ ନେଇ ଭବିଷ୍ୟବାଣୀ କରିଥିଲେ। ଆଫ୍ରିକା ମହାଦେଶର ଏକ ବଡ଼ ଭାଗ ଭାଙ୍ଗିଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ […]

ନୂଆଦିଲ୍ଲୀ : ବିଶ୍ବର ଦ୍ବିତୀୟ ବୃହତ୍ତମ ମହାଦେଶ ଆଫ୍ରିକା ଦୁଇ ଫାଳ ହେବାକୁ ଯାଉଛି। ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଲୋହିତ ସାଗରରୁ ମୋଜାମ୍ବିକ ମଧ୍ୟରେ ଥିବା ୩୫୦୦ କିମିର ପୂର୍ବ ଆଫ୍ରିକୀୟ ଫାଟ (ଇଷ୍ଟ ଆଫ୍ରିକାନ ରିଫ୍ଟ) ଦିନକୁ ଦିନ ସମ୍ପ୍ରସାରିତ ହେବାରେ ଲାଗିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ବୈଜ୍ଞାନିକ ଏ ନେଇ ଭବିଷ୍ୟବାଣୀ କରିଥିଲେ। ଆଫ୍ରିକା ମହାଦେଶର ଏକ ବଡ଼ ଭାଗ ଭାଙ୍ଗିଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ପୃଥିବୀ ଅନେକ ଟେକ୍ଟୋନିକ ପ୍ଲେଟ୍‌ ଉପରେ ରହିଛି। ଏହାର ତଳେ ତରଳ ପଦାର୍ଥ ‘ଲାର୍ଭା’ ରହିଛି। ଏହି ପ୍ଲେଟ ଗୁଡିକ ସବୁବେଳେ ବ୍ୟାପିବାରେ ଲାଗିଥାଆନ୍ତି। ଅନେକ ସମୟରେ ପରସ୍ପର ସହ ଧକ୍କା ମଧ୍ୟ ହୋଇଯାଆନ୍ତି। ଧକ୍କା ହେବା ଯୋଗୁଁ ପ୍ଲେଟର କୋଣଗୁଡିକ ବୁଲି ଯାଇଥାଏ। ଅଧିକ ଚାପ ପଡ଼ିଲେ ଏହି ପ୍ଲେଟ୍‌ ଭାଙ୍ଗି ଯାଇଥାଏ। ଏହା ଦ୍ବାରା ଫାଟ ସୃଷ୍ଟି ହୋଇଥାଏ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସୂଚନା ଅନୁଯାୟୀ ଆଫ୍ରିକା ପ୍ଲେଟକୁ ଇଷ୍ଟ ଆଫ୍ରିକାନ ରିଫ୍ଟ ଦୁଇ ଭାଗରେ ବିଭକ୍ତ କରିଛି। ହୋରାଇଜେଣ୍ଟାଲ ଏକ୍ସପାଣ୍ଡିଂ ଫୋର୍ସ ତଳେ ଲିଥୋସ୍ପିୟର ଥିଲେ ଏହା ବ୍ୟାପି ପତଳା ହୋଇ ଚାଲିଥାଏ। ଏହାକୁ ଭୌଗଳିକ ଭାଷାରେ ରିଫ୍ଟ (ଫାଟ) କୁହାଯାଏ। ଫାଟ ସୃଷ୍ଟି ହେଲେ ଏହି ଭାଗ ଭାଙ୍ଗିଯାଇଥାଏ। ଏହାର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପରି ହେଲେ ଏକ ନୂଆ ମହାସାଗର ସୃଷ୍ଟି ହେବ। ପୂର୍ବରୁ ଦକ୍ଷିଣ ଆଟଲାଣ୍ଟିକ ମହାସାଗରରେ ଏପରି ହୋଇଥିଲା।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଇଷ୍ଟ ଆଫ୍ରିକାନ ରିଫ୍ଟ ବଢ଼ିଲେ ଏହାର ପ୍ରଭାବ ସୋମଲିଆନ ଏବଂ ନୁବିୟନ ଟେକ୍ଟୋନିକ ପ୍ଲେଟ ଉପରେ ପଡ଼ିବ। ଏହି ଦୁଇ ପ୍ଲେଟ ଇଥିଓପିଆର ‘ଅଫାର’ ଅଞ୍ଚଳରେ ମିଶୁଛି। ଏଠାରେ ‘ୱାଇ’ ଆକାରର ଫାଟ ସୃଷ୍ଟି ହୋଇଥାଏ। ଅଫାର ଅଞ୍ଚଳର କିଛି ଭାଗ ସମୁଦ୍ର ଭିତରେ ରହିଛି। ଫାଟ ସମ୍ପ୍ରସାରିତ ହୋଇ ଚାଲିଲେ ଏଥିରେ ପାଣି ଭର୍ତ୍ତି ହୋଇଯିବ। ଏହା ଦ୍ବାରା ଏକ ନୂଆ ସମୁଦ୍ର ସୃଷ୍ଟି ହେବ। ଏହି ସମୁଦ୍ର ସୋମାଲିଆନ ପ୍ଲେଟକୁ ଦୂରକୁ ଠେଲିଦେବ। ଏପରି ଭାବେ ସୋମାଲିଆ ଏବଂ ସାଉଥ ଇଥିଓପିଆ ଅଲଗା ହୋଇଯିବ। ଆଫ୍ରିକା ବହୁତ ଛୋଟ ହୋଇଯିବ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର