ଗମ୍ଭୀର ହେଉଛି ମଣିପୁର ସ୍ଥିତି: ଆକ୍ରମଣମୁଖା କୁକି, ସଙ୍କଟରେ ମେଇତି

The Sakala Picture
Published On

ନୂଆଦିଲ୍ଲୀ: ମଣିପୁରର ଦୁଇ ମହିଳାଙ୍କୁ ଅମାନବୀୟ ନିର୍ଯାତନାର ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ବଢିବାରେ ଲାଗିଛି। ଇମ୍ଫାଲ ଠାରୁ ଆରମ୍ଭ କରି ଚୁରାଚନ୍ଦ୍ରପୁର, ବିଷ୍ଣୁପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ପୁଣି ମେଇତି ଏବଂ କୁକି ସଂପ୍ରଦାୟ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି। ନିର୍ଯାତିତ ଦୁଇ ମହିଳା କୁକି ସଂପ୍ରଦାୟର ହୋଇଥିବା ବେଳେ ଏବେ ମେଇତି ଲୋକଙ୍କ ବିରୋଧରେ କୁକି ସଂପ୍ରଦାୟ ପ୍ରତିଶୋଧ ପରାୟଣା ହୋଇପଡ଼ିଛି ବୋଲି କୁହାଯାଉଛି। ଯାହାକୁ ନେଇ […]

ନୂଆଦିଲ୍ଲୀ: ମଣିପୁରର ଦୁଇ ମହିଳାଙ୍କୁ ଅମାନବୀୟ ନିର୍ଯାତନାର ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ବଢିବାରେ ଲାଗିଛି। ଇମ୍ଫାଲ ଠାରୁ ଆରମ୍ଭ କରି ଚୁରାଚନ୍ଦ୍ରପୁର, ବିଷ୍ଣୁପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ପୁଣି ମେଇତି ଏବଂ କୁକି ସଂପ୍ରଦାୟ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି। ନିର୍ଯାତିତ ଦୁଇ ମହିଳା କୁକି ସଂପ୍ରଦାୟର ହୋଇଥିବା ବେଳେ ଏବେ ମେଇତି ଲୋକଙ୍କ ବିରୋଧରେ କୁକି ସଂପ୍ରଦାୟ ପ୍ରତିଶୋଧ ପରାୟଣା ହୋଇପଡ଼ିଛି ବୋଲି କୁହାଯାଉଛି। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏପରିକି ପଡ଼ୋଶୀ ରାଜ୍ୟ ମିଜୋରାମରେ ମଧ୍ୟ ମେଇତି ସଂପ୍ରଦାୟକୁ ବିରୋଧ କରିବା ଆରମ୍ଭ ହୋଇଛି। ମିଜୋ ଜାତି ସ୍ବଭାବତଃ କୁକି ସଂପ୍ରଦାୟକୁ ସମର୍ଥନ କରୁଥିବା ବେଳେ ବହୁ ମିଜୋ ସଂଗଠନ ଏବେ ମେଇତି ସଂପ୍ରଦାୟ ବିରୋଧରେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ମିଜୋରାମ ରାଜଧାନୀ ଆଇଜଲ ସମେତ ଅନ୍ୟାନ୍ୟ ଜିଲ୍ଲାରେ ବସବାସ କରୁଥିବା ମେଇତି ଲୋକ ତୁରନ୍ତ ରାଜ୍ୟ ଛାଡିବାକୁ ଏହି ସଂଗଠନ ପକ୍ଷରୁ ଧମକ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମଣିପୁର ସରକାରଙ୍କ ଚିନ୍ତା ଆହୁରି ବଢିଛି। ମିଜୋରାମରୁ ମେଇତି ଲୋକଙ୍କୁ ଫେରାଇ ଆଣିବାକୁ ମଣିପୁରର ବୀରେନ ସରକାର ବିମାନ ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ନେଇଛନ୍ତି। ମଣିପୁରରେ ମହିଳାଙ୍କ ଉପରେ ଚାଲିଥିବା ନିର୍ଯାତନାକୁ ନେଇ ସ୍ଥିତି ପରଖିବାକୁ ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ବାତୀ ମଲିୱାଲ ରବିବାର ଇମ୍ଫାଲରେ ପହଞ୍ଚିଛନ୍ତି। କିନ୍ତୁ ତାଙ୍କ ଗସ୍ତକୁ କେତେକ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିବାରୁ ସେ ଇମ୍ଫାଲ ବାହାରକୁ ଯାଇପାରିନାହାନ୍ତି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

24 Jul 2023 By The Sakala

ଗମ୍ଭୀର ହେଉଛି ମଣିପୁର ସ୍ଥିତି: ଆକ୍ରମଣମୁଖା କୁକି, ସଙ୍କଟରେ ମେଇତି

ନୂଆଦିଲ୍ଲୀ: ମଣିପୁରର ଦୁଇ ମହିଳାଙ୍କୁ ଅମାନବୀୟ ନିର୍ଯାତନାର ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ବଢିବାରେ ଲାଗିଛି। ଇମ୍ଫାଲ ଠାରୁ ଆରମ୍ଭ କରି ଚୁରାଚନ୍ଦ୍ରପୁର, ବିଷ୍ଣୁପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ପୁଣି ମେଇତି ଏବଂ କୁକି ସଂପ୍ରଦାୟ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି। ନିର୍ଯାତିତ ଦୁଇ ମହିଳା କୁକି ସଂପ୍ରଦାୟର ହୋଇଥିବା ବେଳେ ଏବେ ମେଇତି ଲୋକଙ୍କ ବିରୋଧରେ କୁକି ସଂପ୍ରଦାୟ ପ୍ରତିଶୋଧ ପରାୟଣା ହୋଇପଡ଼ିଛି ବୋଲି କୁହାଯାଉଛି। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏପରିକି ପଡ଼ୋଶୀ ରାଜ୍ୟ ମିଜୋରାମରେ ମଧ୍ୟ ମେଇତି ସଂପ୍ରଦାୟକୁ ବିରୋଧ କରିବା ଆରମ୍ଭ ହୋଇଛି। ମିଜୋ ଜାତି ସ୍ବଭାବତଃ କୁକି ସଂପ୍ରଦାୟକୁ ସମର୍ଥନ କରୁଥିବା ବେଳେ ବହୁ ମିଜୋ ସଂଗଠନ ଏବେ ମେଇତି ସଂପ୍ରଦାୟ ବିରୋଧରେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ମିଜୋରାମ ରାଜଧାନୀ ଆଇଜଲ ସମେତ ଅନ୍ୟାନ୍ୟ ଜିଲ୍ଲାରେ ବସବାସ କରୁଥିବା ମେଇତି ଲୋକ ତୁରନ୍ତ ରାଜ୍ୟ ଛାଡିବାକୁ ଏହି ସଂଗଠନ ପକ୍ଷରୁ ଧମକ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମଣିପୁର ସରକାରଙ୍କ ଚିନ୍ତା ଆହୁରି ବଢିଛି। ମିଜୋରାମରୁ ମେଇତି ଲୋକଙ୍କୁ ଫେରାଇ ଆଣିବାକୁ ମଣିପୁରର ବୀରେନ ସରକାର ବିମାନ ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ନେଇଛନ୍ତି। ମଣିପୁରରେ ମହିଳାଙ୍କ ଉପରେ ଚାଲିଥିବା ନିର୍ଯାତନାକୁ ନେଇ ସ୍ଥିତି ପରଖିବାକୁ ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ବାତୀ ମଲିୱାଲ ରବିବାର ଇମ୍ଫାଲରେ ପହଞ୍ଚିଛନ୍ତି। କିନ୍ତୁ ତାଙ୍କ ଗସ୍ତକୁ କେତେକ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିବାରୁ ସେ ଇମ୍ଫାଲ ବାହାରକୁ ଯାଇପାରିନାହାନ୍ତି ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର