ବାହାଘରରେ ସାମିଲ ହୋଇ ୯୫ ଜଣ କରୋନା ପଜିଟିଭ୍, ପରେ କନ୍ୟା ପିତାଙ୍କର ମୃତ୍ୟୁ

The Sakala Picture
Published On

ଜୟପୁର: କରୋନା କାଳରେ ଟିକିଏ ଅସାବଧାନତା ହେଲେ ପରିଣାମ ଭୟଙ୍କର ହେଉଛି । ରାଜସ୍ଥାନର ଝୁନଝୁନ ଜିଲ୍ଲା ଅନ୍ତର୍ଗତ ସିଆଲୁକାଲା ଗାଁରୁ ଆସିଛି ଅଭାବନୀୟ ଘଟଣା। ଉକ୍ତ ଗାଁରେ ଏକ ବହାଘରରେ ସାମିଲ ହୋଇଥିବା ୯୫ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି। ୧୫୦ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏପରିକି ବାହାଘର ପରେ କନ୍ୟା ପିତାଙ୍କର ମୃତ୍ୟୁ ବି ଘଟିଛି । ଏହି ଖବର ପରେ ଆଖପାଖ ଅଞ୍ଚଳରେ ଭୟ ସୃଷ୍ଟି କରିଛି। ସୂଚନା ଅନଯାୟୀ, ରାଜସ୍ଥାନର […]

ଜୟପୁର: କରୋନା କାଳରେ ଟିକିଏ ଅସାବଧାନତା ହେଲେ ପରିଣାମ ଭୟଙ୍କର ହେଉଛି । ରାଜସ୍ଥାନର ଝୁନଝୁନ ଜିଲ୍ଲା ଅନ୍ତର୍ଗତ ସିଆଲୁକାଲା ଗାଁରୁ ଆସିଛି ଅଭାବନୀୟ ଘଟଣା। ଉକ୍ତ ଗାଁରେ ଏକ ବହାଘରରେ ସାମିଲ ହୋଇଥିବା ୯୫ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି। ୧୫୦ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏପରିକି ବାହାଘର ପରେ କନ୍ୟା ପିତାଙ୍କର ମୃତ୍ୟୁ ବି ଘଟିଛି । ଏହି ଖବର ପରେ ଆଖପାଖ ଅଞ୍ଚଳରେ ଭୟ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୂଚନା ଅନଯାୟୀ, ରାଜସ୍ଥାନର ସିଆଲୁ କାଲା ଗାଁର ସୁରେନ୍ଦ୍ର ଶେଖାଓ୍ୱତଙ୍କ ଝିଅ ବାହାଘର ଗତ ଏପ୍ରିଲ ୨୫ ତାରିଖରେ ଥିଲା । ସରକାର ବାହାଘରରେ ୧୧ ଜଣଙ୍କୁ ସାମିଲ ଅନୁମତି ଦେଇଥିବା ବେଳେ ଏଠାରେ ଶତାଧିକ ଲୋକ ଆସିଥିଲେ। ପୂର୍ବରୁ ଗାଁ ଲୋକ ଭାବୁଥିଲେ କରୋନା କେବଳ ସହରରେ ହେଉଛି । ଗାଁରେ ନାହିଁ । ଏଥିପାଇଁ କଟକଣାକୁ ବେଖାତିର କରି ଶତାଧିକ ଲୋକ ଏକାଠି ହେବାରୁ ମହାମାରୀ ବ୍ୟାପିଛି। ବାହାଘର ପରେ ପ୍ରଥମ କନ୍ୟା ପିତାଙ୍କ ମୃତ୍ୟୁ ହୋଇଥିଲା। ପରେ ଟେଷ୍ଟ ପରେ ଅନ୍ୟମାନେ ପଜିଟିଭ ବାହାରିଛନ୍ତି । ଏହି ଘଟଣାପରେ ଏବେ ଗାଁ ଲୋକ ସଚେତନ ହୋଇ କେହି ଆଉ ଘରୁ ବାହାରୁ ନାହାନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର