ବାତ୍ୟା ତୌକତେ ଯୋଗୁ ପ୍ରାୟ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି !

The Sakala Picture
Published On

ଗୁଜରାଟର ସୌରାଷ୍ଟ୍ରରେ ସ୍ଥଳ ଭାଗ ଛୁଇଁ ଦୁଇ ଦିନ ତାଣ୍ଡବ ରଚିଥିବା ସାମୁଦ୍ରିକ ଝଡ଼ ତୌକତେ ଏବେ ଦୁର୍ବଳ ହୋଇଗଲାଣି। ଦୁର୍ବଳ ହେବା ପୂର୍ବରୁ ଏହା ଗୁଜରାଟ ଠାରୁ ଆରମ୍ଭ କରି ଗୋଆ ପର୍ଯ୍ୟନ୍ତ ଧ୍ୱଂସଲୀଳା ରଚିଥିଲା। ବାତ୍ୟା ଯୋଗୁ ଗୁଜରାଟରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ୮ରୁ ୧୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ପଶ୍ଚିମ ଉପକୂଳରେ ବାରେଜ ବୁଡ଼ି ଯିବାରୁ ଏଯାଏ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୧ […]

ଗୁଜରାଟର ସୌରାଷ୍ଟ୍ରରେ ସ୍ଥଳ ଭାଗ ଛୁଇଁ ଦୁଇ ଦିନ ତାଣ୍ଡବ ରଚିଥିବା ସାମୁଦ୍ରିକ ଝଡ଼ ତୌକତେ ଏବେ ଦୁର୍ବଳ ହୋଇଗଲାଣି। ଦୁର୍ବଳ ହେବା ପୂର୍ବରୁ ଏହା ଗୁଜରାଟ ଠାରୁ ଆରମ୍ଭ କରି ଗୋଆ ପର୍ଯ୍ୟନ୍ତ ଧ୍ୱଂସଲୀଳା ରଚିଥିଲା। ବାତ୍ୟା ଯୋଗୁ ଗୁଜରାଟରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ୮ରୁ ୧୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ପଶ୍ଚିମ ଉପକୂଳରେ ବାରେଜ ବୁଡ଼ି ଯିବାରୁ ଏଯାଏ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୧ ଜଣଙ୍କ ପତ୍ତା ମିଳୁନି।

ଆହୁରି ପଢ଼ନ୍ତୁ: ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ

ସାମୁଦ୍ରିକ ଝଡ଼ ତୌକତେ କେବଳ ଜୀବନ ନେଇନାହିଁ, ବରଂ ବ୍ୟାପକ ଧନ ସମ୍ପତ୍ତି ମଧ୍ୟ ନଷ୍ଟ କରିଛି। ବାତ୍ୟା ଯୋଗୁ ପ୍ରାୟ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। କୃଷି କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୁଜରାଟ ଓ ଡିଉରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ସିଜେପି ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା: ଭୁଲ ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଉଭୟ ବିଦ୍ୟୁତ ଓ ଟେଲିକମ ସେକ୍ଟର ଏହାଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଗୁଜରାଟ ଓ ଡିଉ ବ୍ୟତୀତ କେରଳ, କର୍ଣ୍ଣାଟକା, ଗୋଆ ଓ ମହାରାଷ୍ଟ୍ରରେ ମଧ୍ୟ ବାତ୍ୟା ତଉକତେର ଆଶିଂକ ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଛି ଛୀନଛତ୍ର ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

ତୌକତେ ଗୋଟିଏ ଭିନ୍ନ ଧରଣର ବାତ୍ୟା ଥିଲା ବୋଲି କହିଛନ୍ତି ଆରଏମଏସ୍‌ଆଇ ବରିଷ୍ଠ ଅଧିକାରୀ ପୁଷ୍ପେନ୍ଦ୍ର ଜୋହରି। କାରଣ ୱେଷ୍ଟର୍ଣ୍ଣ ଉପକୂଳର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସର୍ଭେରୁ ଜଣାପଡ଼ିଛି ଯେ ଆରବ ସାଗରରେ ତାପମାତ୍ରା ବଢ଼ୁଥିବାରୁ ଏହି ଅଞ୍ଚଳରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଅଧିକ ରହୁଛି। ବାତ୍ୟା ଯୋଗୁ ମୋଟ ୧୫ ହଜାର କୋଟି ଟଙ୍କାର କ୍ଷତି ଘଟିଥିବା ବେଳେ କେବଳ ଗୁଜରାଟ ଓ ଡିଉରେ ଏହା ୮ ହଜାର କୋଟି ରହିଛି।

20 May 2021 By The Sakala

ବାତ୍ୟା ତୌକତେ ଯୋଗୁ ପ୍ରାୟ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି !

ଗୁଜରାଟର ସୌରାଷ୍ଟ୍ରରେ ସ୍ଥଳ ଭାଗ ଛୁଇଁ ଦୁଇ ଦିନ ତାଣ୍ଡବ ରଚିଥିବା ସାମୁଦ୍ରିକ ଝଡ଼ ତୌକତେ ଏବେ ଦୁର୍ବଳ ହୋଇଗଲାଣି। ଦୁର୍ବଳ ହେବା ପୂର୍ବରୁ ଏହା ଗୁଜରାଟ ଠାରୁ ଆରମ୍ଭ କରି ଗୋଆ ପର୍ଯ୍ୟନ୍ତ ଧ୍ୱଂସଲୀଳା ରଚିଥିଲା। ବାତ୍ୟା ଯୋଗୁ ଗୁଜରାଟରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ୮ରୁ ୧୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ପଶ୍ଚିମ ଉପକୂଳରେ ବାରେଜ ବୁଡ଼ି ଯିବାରୁ ଏଯାଏ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୧ ଜଣଙ୍କ ପତ୍ତା ମିଳୁନି।

ସାମୁଦ୍ରିକ ଝଡ଼ ତୌକତେ କେବଳ ଜୀବନ ନେଇନାହିଁ, ବରଂ ବ୍ୟାପକ ଧନ ସମ୍ପତ୍ତି ମଧ୍ୟ ନଷ୍ଟ କରିଛି। ବାତ୍ୟା ଯୋଗୁ ପ୍ରାୟ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। କୃଷି କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୁଜରାଟ ଓ ଡିଉରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି।

ଉଭୟ ବିଦ୍ୟୁତ ଓ ଟେଲିକମ ସେକ୍ଟର ଏହାଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଗୁଜରାଟ ଓ ଡିଉ ବ୍ୟତୀତ କେରଳ, କର୍ଣ୍ଣାଟକା, ଗୋଆ ଓ ମହାରାଷ୍ଟ୍ରରେ ମଧ୍ୟ ବାତ୍ୟା ତଉକତେର ଆଶିଂକ ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଛି ଛୀନଛତ୍ର ହୋଇଯାଇଛି ।

ତୌକତେ ଗୋଟିଏ ଭିନ୍ନ ଧରଣର ବାତ୍ୟା ଥିଲା ବୋଲି କହିଛନ୍ତି ଆରଏମଏସ୍‌ଆଇ ବରିଷ୍ଠ ଅଧିକାରୀ ପୁଷ୍ପେନ୍ଦ୍ର ଜୋହରି। କାରଣ ୱେଷ୍ଟର୍ଣ୍ଣ ଉପକୂଳର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସର୍ଭେରୁ ଜଣାପଡ଼ିଛି ଯେ ଆରବ ସାଗରରେ ତାପମାତ୍ରା ବଢ଼ୁଥିବାରୁ ଏହି ଅଞ୍ଚଳରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଅଧିକ ରହୁଛି। ବାତ୍ୟା ଯୋଗୁ ମୋଟ ୧୫ ହଜାର କୋଟି ଟଙ୍କାର କ୍ଷତି ଘଟିଥିବା ବେଳେ କେବଳ ଗୁଜରାଟ ଓ ଡିଉରେ ଏହା ୮ ହଜାର କୋଟି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର