ପତ୍ନୀ ସହ ଅବୈଧ ସମ୍ବନ୍ଧ ରଖିଥିବା ସନ୍ଦେହରେ ନିଜ ବନ୍ଧୁର ଗଳା କାଟି ରକ୍ତ ପିଇଲା ଅନ୍ୟଜଣେ ବନ୍ଧୁ

The Sakala Picture
Published On

ବେଙ୍ଗାଲୁରୁ: ବନ୍ଧୁ ସାଜିଲା ବଇରୀ, ବେକ କାଟି ପିଇଲା ରକ୍ତ । କର୍ଣ୍ଣାଟକ ଚିକବଲ୍ଲାପୁରରୁ ବିଚଳିତ କରିବା ଭଳି ଏଭଳି ଏକ ମାମଲା ସାମ୍‌ନାକୁ ଆସିଛି। ରାକ୍ଷସ ସାଜି ବନ୍ଧୁଙ୍କୁ ହତ୍ୟା ଉଦ୍ୟମ କରିଛି ଅନ୍ୟ ଜଣେ ବନ୍ଧୁ। ପତ୍ନୀ ସହ ଅବୈଧ ସମ୍ବନ୍ଧ ରଖିଥିବା ସନ୍ଦେହରେ ବିଜୟ ନିଜ ବନ୍ଧୁ ମରେଶର ଗଳା କାଟି ରକ୍ତ ପିଇଯାଇଛି। ପାଖରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ବନ୍ଧୁ ଜନ୍‌ ଏହି ଘଟଣାର ଭିଡିଓ ବନାଇଛି। ଏହି ଆକ୍ରମଣରେ […]

ବେଙ୍ଗାଲୁରୁ: ବନ୍ଧୁ ସାଜିଲା ବଇରୀ, ବେକ କାଟି ପିଇଲା ରକ୍ତ । କର୍ଣ୍ଣାଟକ ଚିକବଲ୍ଲାପୁରରୁ ବିଚଳିତ କରିବା ଭଳି ଏଭଳି ଏକ ମାମଲା ସାମ୍‌ନାକୁ ଆସିଛି। ରାକ୍ଷସ ସାଜି ବନ୍ଧୁଙ୍କୁ ହତ୍ୟା ଉଦ୍ୟମ କରିଛି ଅନ୍ୟ ଜଣେ ବନ୍ଧୁ। ପତ୍ନୀ ସହ ଅବୈଧ ସମ୍ବନ୍ଧ ରଖିଥିବା ସନ୍ଦେହରେ ବିଜୟ ନିଜ ବନ୍ଧୁ ମରେଶର ଗଳା କାଟି ରକ୍ତ ପିଇଯାଇଛି। ପାଖରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ବନ୍ଧୁ ଜନ୍‌ ଏହି ଘଟଣାର ଭିଡିଓ ବନାଇଛି। ଏହି ଆକ୍ରମଣରେ ଆହତ ମରେଶକୁ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେ ଏବେ ବିପଦମୁକ୍ତ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ ଏତଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣା ଗତ ୧୯ ତାରିଖରେ ଘଟିଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଆକ୍ରମଣରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ଜବତ କରାଯାଇଛି। ଛୋଟ ଅସ୍ତ୍ର ହୋଇଥିବାରୁ ଗଭୀର ଆଘାତ ଲାଗିନାହିଁ ବୋଲି କୁହାଯାଇଛି। ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ବିଜୟ ମରେଶକୁ ଭେଟିବା ପାଇଁ ଡାକିଥିଲା। ସେ ନିଜ ବନ୍ଧୁ ଜନ୍‌ ସହିତ ମରେଶକୁ ଜଙ୍ଗଲକୁ ନେଇ ଯାଇଥିଲା। ସେ ପୀଡ଼ିତକୁ ନିଜ ପତ୍ନୀ ସହ ସମ୍ବନ୍ଧ ରଖିଥିବା ବିଷୟରେ ପଚାରି ଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଏବଂ ମାର୍‌ପିଟ ଆରମ୍ଭ ହୋଇ ଯାଇଥିଲା। ଏହା ପରେ ବିଜୟ ଧାରୁଆ ଅସ୍ତ୍ରରେ ମରେଶର ଗଳା କାଟି ଦେଇ ରକ୍ତ ପିଇବାକୁ ଲାଗିଥିଲା।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

27 Jun 2023 By The Sakala

ପତ୍ନୀ ସହ ଅବୈଧ ସମ୍ବନ୍ଧ ରଖିଥିବା ସନ୍ଦେହରେ ନିଜ ବନ୍ଧୁର ଗଳା କାଟି ରକ୍ତ ପିଇଲା ଅନ୍ୟଜଣେ ବନ୍ଧୁ

ବେଙ୍ଗାଲୁରୁ: ବନ୍ଧୁ ସାଜିଲା ବଇରୀ, ବେକ କାଟି ପିଇଲା ରକ୍ତ । କର୍ଣ୍ଣାଟକ ଚିକବଲ୍ଲାପୁରରୁ ବିଚଳିତ କରିବା ଭଳି ଏଭଳି ଏକ ମାମଲା ସାମ୍‌ନାକୁ ଆସିଛି। ରାକ୍ଷସ ସାଜି ବନ୍ଧୁଙ୍କୁ ହତ୍ୟା ଉଦ୍ୟମ କରିଛି ଅନ୍ୟ ଜଣେ ବନ୍ଧୁ। ପତ୍ନୀ ସହ ଅବୈଧ ସମ୍ବନ୍ଧ ରଖିଥିବା ସନ୍ଦେହରେ ବିଜୟ ନିଜ ବନ୍ଧୁ ମରେଶର ଗଳା କାଟି ରକ୍ତ ପିଇଯାଇଛି। ପାଖରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ବନ୍ଧୁ ଜନ୍‌ ଏହି ଘଟଣାର ଭିଡିଓ ବନାଇଛି। ଏହି ଆକ୍ରମଣରେ ଆହତ ମରେଶକୁ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେ ଏବେ ବିପଦମୁକ୍ତ ଥିବା ଜଣାପଡିଛି।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ ଏତଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣା ଗତ ୧୯ ତାରିଖରେ ଘଟିଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଆକ୍ରମଣରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ଜବତ କରାଯାଇଛି। ଛୋଟ ଅସ୍ତ୍ର ହୋଇଥିବାରୁ ଗଭୀର ଆଘାତ ଲାଗିନାହିଁ ବୋଲି କୁହାଯାଇଛି। ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ବିଜୟ ମରେଶକୁ ଭେଟିବା ପାଇଁ ଡାକିଥିଲା। ସେ ନିଜ ବନ୍ଧୁ ଜନ୍‌ ସହିତ ମରେଶକୁ ଜଙ୍ଗଲକୁ ନେଇ ଯାଇଥିଲା। ସେ ପୀଡ଼ିତକୁ ନିଜ ପତ୍ନୀ ସହ ସମ୍ବନ୍ଧ ରଖିଥିବା ବିଷୟରେ ପଚାରି ଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଏବଂ ମାର୍‌ପିଟ ଆରମ୍ଭ ହୋଇ ଯାଇଥିଲା। ଏହା ପରେ ବିଜୟ ଧାରୁଆ ଅସ୍ତ୍ରରେ ମରେଶର ଗଳା କାଟି ଦେଇ ରକ୍ତ ପିଇବାକୁ ଲାଗିଥିଲା।

https://www.thesakala.in/national-international/a-friend-cut-his-friends-throat-and-drank-his-blood-on-suspicion-of-having-an-illicit-relationship-with-his-wife-in-karnataka/article-22993
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର