ଚାପରେ CAPF ଯବାନ: ୫ ବର୍ଷରେ ୫୦ ହଜାରରୁ ଉର୍ଦ୍ଧ୍ବ ଯବାନ ଚାକିରି ଛାଡିବା ସହ ୬୫୪ ଜଣ କଲେଣି ଆତ୍ମହତ୍ୟା

The Sakala Picture
Published On

ନୂଆଦିଲ୍ଲୀ: ଗତ ୪୮ ଘଣ୍ଟା ମଧ୍ୟରେ ଦୁଇଟି ବଡ଼ ଘଟଣା ଘଟିଛି । ପ୍ରଥମ ଘଟଣା ଦିଲ୍ଲୀର ଦ୍ୱାରକା ଜିଲ୍ଲାରେ ଅବସ୍ଥିତ ଆଇଟିବିପିର ଛୱଲା କ୍ୟାମ୍ପରେ ଦେଖିବାକୁ ମିଳିଥିଲା। ସେକେଣ୍ଡ ଇନ କମାଣ୍ଡାଣ୍ଟ ‘ଟୁଆଇସି’ଙ୍କ ଘରେ ତାଙ୍କ ପୁଅଙ୍କ ଗୁଳିମାଡ଼ରେ ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦ୍ୱିତୀୟ ଖବର ରାଜସ୍ଥାନର ଚୁରୁ ଜିଲ୍ଲାରୁ ଆସିଛି। ବିଏସଏଫ ଯବାନ ସୁରେଶ ବେନିୱାଲଙ୍କ ଦେହାନ୍ତ ହୋଇଛି। ସୁରେଶଙ୍କ ସମ୍ପର୍କୀୟ କହିଛନ୍ତି ଯେ, କମାଣ୍ଡାଣ୍ଟ ତାଙ୍କୁ ପାଟନାରେ ଥିବା ତାଙ୍କ ଘରକୁ […]

ନୂଆଦିଲ୍ଲୀ: ଗତ ୪୮ ଘଣ୍ଟା ମଧ୍ୟରେ ଦୁଇଟି ବଡ଼ ଘଟଣା ଘଟିଛି । ପ୍ରଥମ ଘଟଣା ଦିଲ୍ଲୀର ଦ୍ୱାରକା ଜିଲ୍ଲାରେ ଅବସ୍ଥିତ ଆଇଟିବିପିର ଛୱଲା କ୍ୟାମ୍ପରେ ଦେଖିବାକୁ ମିଳିଥିଲା। ସେକେଣ୍ଡ ଇନ କମାଣ୍ଡାଣ୍ଟ ‘ଟୁଆଇସି’ଙ୍କ ଘରେ ତାଙ୍କ ପୁଅଙ୍କ ଗୁଳିମାଡ଼ରେ ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦ୍ୱିତୀୟ ଖବର ରାଜସ୍ଥାନର ଚୁରୁ ଜିଲ୍ଲାରୁ ଆସିଛି। ବିଏସଏଫ ଯବାନ ସୁରେଶ ବେନିୱାଲଙ୍କ ଦେହାନ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସୁରେଶଙ୍କ ସମ୍ପର୍କୀୟ କହିଛନ୍ତି ଯେ, କମାଣ୍ଡାଣ୍ଟ ତାଙ୍କୁ ପାଟନାରେ ଥିବା ତାଙ୍କ ଘରକୁ ପଠାଇଥିଲେ। ସେଠାରେ ଘର ମରାମତି ଚାଲିଥିଲା। କିଛି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର କାରଣ ଅନୁସନ୍ଧାନ ନ ହେବା ପର୍ଯ୍ୟନ୍ତ ସେମାନେ ଯବାନଙ୍କ ମୃତଦେହ ନେବେ ନାହିଁ ବୋଲି  କହିଛନ୍ତି। ଏହାପୂର୍ବରୁ ଏଭଳି ଘଟଣାରେ CRPF ର ଦୁଇ କମାଣ୍ଡାଣ୍ଟଙ୍କ ନାମ ମଧ୍ୟ ଆସିଛି। ସେ ଅନାଧିକୃତ ଭାବରେ ଯାବାନମାନଙ୍କୁ ବାଧ୍ୟତାମୂଳକ ଭାବେ ଦୂର ସ୍ଥାନକୁ ପୋଷ୍ଟିଂ ଦେଉଥିଲେ। କନଫେଡରେସନ୍ ଅଫ୍ ଏକ୍ସ ପାରାମିଲିଟାରୀ ଫୋର୍ସ ଶହୀଦ କଲ୍ୟାଣ ସଂଘର ମହାସଚିବ ରଣବୀର ସିଂ କହିଛନ୍ତି ଯେ, ଯବାନଙ୍କ ସହ କିଛି ଠିକ୍ ଚାଲିନାହିଁ। ଅନେକ କାରଣରୁ ସେମାନେ ଦୁଃଖରେ ଓ ଟେନସନରେ ରହୁଛନ୍ତି।  ଯଦି ସବୁ ଠିକ୍ ହୋଇଥାନ୍ତା, ପାଞ୍ଚ ବର୍ଷ ମଧ୍ୟରେ ୫୦୧୫୫ ସେଣ୍ଟ୍ରାଲ୍ ପାରାମିଲିଟାରୀ ଫୋର୍ସ କର୍ମଚାରୀ ଚାକିରି ଛାଡି ନଥାନ୍ତେ ଏବଂ ୬୫୪ ସୈନିକ ଆତ୍ମହତ୍ୟା କରିବାର ସାଂଘାତିକ ପଦକ୍ଷେପ ନେଇ ନଥାନ୍ତେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଅଧିକାରୀଙ୍କ ଘରେ ଦୁଇ ଯବାନଙ୍କ ମୃତ୍ୟୁ…

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଆଇଟିବିପି କ୍ୟାମ୍ପରେ ଅଧିକାରୀଙ୍କ ବାସଭବନରେ ନିହତ ହୋଇଥିବା ଯବାନଙ୍କୁ ଭୁପେନ୍ଦ୍ର ସିଂ (୩୬) ବୋଲି ଜଣାପଡିଛି। ସେ ଯବାନ କ୍ୟାମ୍ପରେ ‘ରୋଷେଇ’ ଭାବରେ କାମ କରୁଥିଲେ। ତାଙ୍କ ଶରୀରରେ ଅନେକ ଗୁଳି ଲଗିଛି। ହତ୍ୟା ମାମଲା ପଞ୍ଜିକରଣ କରିବା ପରେ ଦିଲ୍ଲୀ ପୁଲିସ ‘ଟୁଆଇସି’ଙ୍କ ପୁଅ ଦିଗବିଜୟଙ୍କୁ ଗିରଫ କରିଛି। ସେ ତାଙ୍କ ପିତାଙ୍କ ଲାଇସେନ୍ସ ପିସ୍ତଲରେ ଯବାନଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡ଼ିଛି।

ଦ୍ୱିତୀୟ ଘଟଣା ବିଏସ୍ଏଫ୍ ସହିତ ଜଡିତ। ରାଜସ୍ଥାନର ଚୁରୁ ଜିଲ୍ଲାର ହାମିରୱାସ୍ ପୁଲିସ୍ ଷ୍ଟେସନ ପରିସରରେ ଥିବା ରାବୋଡି ଗାଁର ବାସିନ୍ଦା ସୁରେଶ ବେନିୱାଲ ବିଏସଏଫରେ ଜଣେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିଲେ। ସୁରେଶଙ୍କ ବଡ ଭାଇ ରାମ  ସ୍ବରୂପଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ନିରପେକ୍ଷ ତଦନ୍ତ ହେବା ଉଚିତ। ବିଏସଏଫ କହିବା  ଅନୁଯାୟୀ,  ଜୁନ୍ ୧୦ରୁ ସୁରେଶ ଛୁଟିରେ ଥିଲ। ଯଦି ସେ ଛୁଟିରେ ଥିଲେ ତେବେ ସେ କାହିଁକି ଘରକୁ ଆସିଲେ ନାହିଁ । ମୁଁ ୧୭ ଜୁନ୍ ରେ ସୁରେଶଙ୍କ ସହ କଥା ହୋଇଥିଲି ବୋଲି ସୁରେଶଙ୍କ ବଡ ଭାଇ କହିଛନ୍ତି।  ସେ ପାଟନାରେ କମାଣ୍ଡାଣ୍ଟଙ୍କ ଘରେ ଅଛନ୍ତି। ହେଲେ ତାଙ୍କର ଡ୍ୟୁଟି ଅନ୍ୟ କିଛି ରାଜ୍ୟରେ ଥିବା ସୁରେଶଙ୍କ ଭାଇ ଅଭିଯୋଗ କରିଛନ୍ତି।

ଅଧିକାରୀଙ୍କ ଘରେ ପେଣ୍ଟିଂ ଏବଂ ମରାମତି କାମ ଚାଲିଛି ବୋଲି ସୁରେଶ କହିଥିବା କଥା ତାଙ୍କ ଭାଇ କହିଛନ୍ତି। ଜୁନ୍ ୧୮ରେ ସୁରେଶଙ୍କ ବଡ ଭାଇ ରାମ ସ୍ବରୂପ ଏକ କଲ ପାଇଥିଲେ ଯେ, ତାଙ୍କୁ ସୁରେଶଙ୍କ ପତ୍ନୀ ସୁଶୀଲାଙ୍କ ନମ୍ବର ଦେବାକୁ କହିଥିଲେ। ଅଳ୍ପ ସମୟ ମଧ୍ୟରେ ଏହା ଜଣା ପଡିଲା ଯେ ସୁରେଶ ଏହି ଦୁନିଆରେ ଆଉ ନାହାଁନ୍ତି।  ଜୁନ୍୧୦ରୁ ଜୁଲାଇ ୧୧ ପର୍ଯ୍ୟନ୍ତ ସୁରେଶଙ୍କ ଛୁଟିଥିବା ବିଏସ୍ଏଫ୍ କହିଛି। ଯଦି ସେ ଛୁଟିରେ ଥିଲେ କମାଣ୍ଡିଙ୍ଗ ଅଫିସରଙ୍କ ଘରେ ସେ କ’ଣ କରୁଥିଲେ।  ସୁରେଶଙ୍କ ନକଲି ଛୁଟି ଦେଖାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୋଷ୍ଟମର୍ଟମ କରିବା ପୂର୍ବରୁ ବିଏସଏଫ ସମ୍ପର୍କୀୟଙ୍କୁ ମଧ୍ୟ ଜଣାଇ ନ ଥିଲା। ଏହି ବିଷୟ BSF ର ୧୭ତମ ବାଟାଲିୟନ ସହିତ ସମ୍ବନ୍ଧିତ। ଏହାର କମାଣ୍ଡିଙ୍ଗ ଅଫିସର ଅଜିତ କୁମାର ବୋଲି କୁହାଯାଉଛି।

CRPF କମାଣ୍ଡାଣ୍ଟ ନୀରଜ ପାଣ୍ଡେଙ୍କ ବିଷୟରେ ମଧ୍ୟ ଏକ ନକଲି ଖବର ମଧ୍ୟ ସାମ୍ନାକୁ ଅସିଥିଲା। ସେ ନୋଏଡାସ୍ଥିତ ତାଙ୍କର ଏକ ବ୍ୟବସାୟ ସ୍ଥାନରେ ତିନି ଜଣ ଯବାନ ବିଜୟ ଦହିୟା, ପ୍ରେମ ଚନ୍ଦ୍ର ଗୌତମ ଏବଂ ପ୍ରଦୀପ କୁମାର ଭଟ୍ଟଙ୍କୁ ନିୟୋଜିତ କରିଥିଲେ। ଫାଇଲଗୁଡ଼ିକରେ, ସେହି ଯବାନଙ୍କ ନିୟୋଜନ ଲକ୍ଷ୍ନୌ ମୁଖ୍ୟାଳୟରେ ଥିଲା । କିନ୍ତୁ ବାସ୍ତବରେ ଏହି ଯବାନମାନେ ଅଧିକାଂଶ ସମୟରେ ନୋଏଡାଠାରେ ରହୁଥିଲେ। ୧୩୦ ତମ ବାଟାଲିୟନର କମାଣ୍ଡାଣ୍ଟ ଦୀନେଶ ସିଂ ଚାନ୍ଦେଲ ମଧ୍ୟ ଏଭଳି ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ତାଙ୍କ ବାଟାଲିୟନର ଡ୍ରାଇଭର ‘ହାଭାଲଦାର’ ମୋ. ତାରିକ୍ ଦୀର୍ଘ ସମୟ ଧରି ଆହ୍ଲାବାଦରେ ପୋଷ୍ଟିଂ କରାଯାଇଥିଲା। ଆଇନ ଅନୁଯାୟୀ, ଛତିଶଗଡରେ ପୋଷ୍ଟ ହୋଇଥିବା ତାଙ୍କ ବାଟାଲିୟନ ସହିତ ସେ ସେଠାରେ ରହିବା ଉଚିତ୍। ତେବେଳେ ଏହି କଥା ସାମ୍ନାକୁ ଆସିଲା ଜଣାପଡିଲା ଯେ, ବ୍ୟକ୍ତିଗତ ବିବାଦରେ ତାରିକ ତାଙ୍କ ପଡ଼ୋଶୀଙ୍କ ଉପରକୁ ଗୁଳି ଚଳାଇଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ତଦନ୍ତ ଆରମ୍ଭ ହେବା ପରେ ମାମଲା ସାମ୍ନାକୁ ଆସିଥିଲା।

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ପ୍ରତି ଯବାନ ଓ କ୍ୟାଡର ଅଧିକାରୀମାନେ କାହିଁକି ନିରାଶ ହେଉଛନ୍ତି ? ସେମାନେ କାହିଁକି ଅଧାରୁ ଚାକିରି ଛାଡି ଯାଉଛନ୍ତି। ଯଦି ଆମେ ଗତ ପାଞ୍ଚ ବର୍ଷ ବିଷୟରେ କଥା ହେବା,  CRPF, BSF, ITBP, SSB, CISF ଏବଂ ଆସାମ ରାଇଫଲ୍ସରୁ ୫୦୧୫୫ କର୍ମଚାରୀ ଚାକିରି ଛାଡି ସାରିଲେଣି। କେବଳ ଏତିକି ନୁହେଁ  ଆତ୍ମହତ୍ୟା ମାମଲା ମଧ୍ୟ ବୃଦ୍ଧି ପାଉଛି। ଗୃହ ବିଭାଗ ଉପରେ ସଂସଦୀୟ ସ୍ଥାୟୀ କମିଟି ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। କମିଟି ଏହାର ୨୪୨ତମ ରିପୋର୍ଟରେ ସ୍ପଷ୍ଟ ଭାବେ କହିଛି ଯେ ଯବାନ ଏବଂ ଅଧିକାରୀଙ୍କ ଦ୍ୱାରା ଚାକିରି ଛାଡ଼ିବା ସେନାର ମନୋବଳ ଉପରେ ସିଧାସଳଖ ପ୍ରଭାବ ପକାଉଛି। ଯେଉଁମାନେ ଚାକିରି ଛାଡି ଯାଉଛନ୍ତି ସେମାନଙ୍କୁ ସାକ୍ଷାତକାରିବା ସଗ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି।  ଏହା ମାଧ୍ୟମରେ ଯାବାନ ଏବଂ ଅଧିକାରୀମାନଙ୍କ ଚାକିରି ଛାଡିବାର କାରଣ ଜାଣିବା ସମ୍ଭବ ହେବ।  ଏହା ପରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇ ପାରିବି। ଫଳରେ ଚାକିରି ଛାଡୁଥିବା ଲୋକଙ୍କ ସଂଖ୍ୟା କମିବା ଆରମ୍ଭ ହେବ।

ସେଣ୍ଟ୍ରାଲ୍ ପାରାମିଲିଟାରୀ ଫୋର୍ସ CRPF, BSF, ITBP, SSB, CISF, ଆସାମ ରାଇଫଲ୍ସ ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡରେ ସୈନିକ ଏବଂ ଅଧିକାରୀଙ୍କ ଆତ୍ମହତ୍ୟା ମାମଲା ହ୍ରାସ ପାଉନାହିଁ। ଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ୬୫୪ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ଯେଉଁମାନେ ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ମଧ୍ୟରେ ୨୩୦ CRPF, ୧୭୪ ଜଣ BSF, ୮୯ ଜଣ CISF, ୬୪ ଜଣ SSB,  ୫୧ ଜଣ ITBP, ୪୩ ଜଣ ଆସାମ ରାଇଫଲ ଏବଂ ୩ NSG କର୍ମଚାରୀ ଅଛନ୍ତି।

ସଂସଦୀୟ କମିଟି କହିଛି ଯେ, ଆତ୍ମହତ୍ୟା ମାମଲା ସେନାବଳର କାର୍ଯ୍ୟ ସ୍ଥିତିକୁ ପ୍ରଭାବିତ କରିଥାଏ। ସେବାର ନିୟମରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ଯାହାକି ସୈନିକମାନଙ୍କୁ ଉତ୍ସାହିତ କରିବ। ରୋଟେସନ ନୀତି ଅନୁଯାୟୀ ପୋଷ୍ଟିଂ ଦିଆଯିବା ଉଚିତ୍। ଦୀର୍ଘ ସମୟ ପାଇଁ ଗୋଟିଏ ଯାଗାରେ ପୋଷ୍ଟିଂ ଦିଅନ୍ତୁ ନାହିଁ । ସ୍ଥାନାନ୍ତର ନୀତି ଏପରି କରାଯିବା ଉଚିତ ଯେ ଯବାନମାନେ ନିଜ ପସନ୍ଦର ଡ୍ୟୁଟି ସ୍ଥାନ ପାଇବେ । ଯଦି ଏପରି ପଦକ୍ଷେପ ନିଆଯାଏ ତେବେ ଚାକିରି ଛାଡୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ହୋଇପାରେ ବୋଲି ଆକଳନ କରାଯାଇଛି।

ଯବାନମାନଙ୍କୁ ମିଳୁନାହିଁ  ‘100’ ଦିନ ଛୁଟି: 
୨୦୧୯ ଶେଷରେ ଘୋଷଣା କରାଯାଇଥିଲା ଯେ, CAPF ଯବାନମାନେ ପ୍ରତିବର୍ଷ ୧୦୦ ଦିନ ଛୁଟି ପାଇବେ। ବର୍ତ୍ତମାନ ଚତୁର୍ଥ ବର୍ଷରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରି ନାହିଁ । ଏହି ଯୋଜନାରେ କୁହାଯାଇଥିଲା ଯେ, ଏହା ଲାଗୁ ପରେ କୌଣସି ଯବାନ ତାଙ୍କ ପରିବାର ସହିତ ୧୦୦ ଦିନ ବିତାଇ ପାରିବେ। ୨୦୨୧ ମସିହାରେ, ଆରଟିଆଇ ମାଧ୍ୟମରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ କନଫେଡେରେସନ୍ ଅଫ୍ ଏକ୍ସ ପାରାମିଲିଟାରୀ ଫୋର୍ସ ଶହୀଦ କଲ୍ୟାଣ ସଂଘ ଦ୍ୱାରା ପଚରାଯାଇଥିଲା ଯେ, ଗୋଟିଏ ବର୍ଷରେ କେତେଜଣ ଯବାନଙ୍କୁ ୧୦୦ ଦିନ ଛୁଟି ମିଳିଛି। କିଛି ନିୟମ ଦର୍ଶାଇ ଏହି ପ୍ରଶ୍ନରଉତ୍ତର ଦିଆଯାଇନଥିଲା ।

ଗତ ସଂସଦ ଅଧିବେଶନରେ ଏହି ପ୍ରସଙ୍ଗରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, CAPF କର୍ମଚାରୀମାନେ ପ୍ରତିବର୍ଷ ଅତି କମରେ ୧୦୦ଦିନ ନିଜ ପରିବାର ସହିତ ବିତାଇବା ପାଇଁ ପ୍ରୟାସ ଜାରି ରହିଛି।

ଯବାନଙ୍କ ଅଭିଯୋଗକୁ ଅଣଦେଖା

‘କନଫେଡରେସନ୍ ଅଫ୍ ଏକ୍ସ ପାରାମିଲିଟାରୀ ଫୋର୍ସ ଶହୀଦ କଲ୍ୟାଣ ସଂଘ’ର ମହାସଚିବ ରଣବୀର ସିଂ କହିବା ଅନୁଯାୟୀ, ସୈନିକମାନଙ୍କ ଘରେ କୌଣସି ଅସୁବିଧା ନାହିଁ। ଯାହାକି ସରକାର ମିଛ କହୁଛନ୍ତି। ଡ୍ୟୁଟିରେ ସେମାନେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ସରକାର ଆଲୋଚନା କରନ୍ତି ନାହିଁ। ଯବାନମାନେ ପୁରୁଣା ପେନସନରୁ ବାଦ ଦିଆଯାଇଛି। କନଷ୍ଟେବଳଙ୍କ ଠାରୁ କ୍ୟାଡର ଅଧିକାରୀଙ୍କ ପର୍ଯ୍ୟନ୍ତ ପଦୋନ୍ନତି ବହୁତ ସମୟ ନେଉଛି। ଫଳସ୍ୱରୂପ, ଯବାନମାନେ ଟେନସନରେ ଜୀବନଯାପନ କରୁଛନ୍ତି। କେନ୍ଦ୍ରୀୟ ସେନାବାହିନୀକୁ ଭାରତୀୟ ସେନା ସହିତ ସହିଦ ମାନ୍ୟତା ମଧ୍ୟ ଦିଆଯାଉ ନାହିଁ।

ପୂର୍ବତନ ବିଏସଏଫ ଏଡିଜି ସଞ୍ଜୀବ କୃଷ୍ଣ ସୁଦ କହିଛନ୍ତି ଯେ, ଅନେକ ସ୍ଥାନରେ କାର୍ଯ୍ୟ ଭାର ଅଧିକ ରହିଥାଏ। ଯାବାନମାନେ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି । ଯେତେବେଳେ ସେମାନେ ସେମାନଙ୍କର ସମସ୍ୟାକୁ କାହା ସାମ୍ନାରେ ରଖନ୍ତି, ସେଠାରେ କୌଣସି ଉପଯୁକ୍ତ ଶୁଣାଣି ହୁଏ ନାହିଁ । ଏହି ଜିନିଷଗୁଡ଼ିକ ଯବାନମାନଙ୍କୁ ଟେନସନ ଆଡକୁ ନେଇଥାଏ। କେତେକ ସ୍ଥାନରେ ବାରାକ ଏବଂ ଅନ୍ୟାନ୍ୟ ସୁବିଧା ଅଭାବ ରହିଛି। ଅନେକ ଥର ସିନିୟରଙ୍କ ଗାଳିଗୁଲଜ ମଧ୍ୟ ଯବାନମାନଙ୍କ ଆତ୍ମହତ୍ୟାର କାରଣ ପାଲଟିଥାଏ। ଠିକ୍ ସମୟରେ ପଦୋନ୍ନତି କିମ୍ବା ପଦବୀ ନ ପାଇବା ଦ୍ବାରା ଯବାନମାନେ ମଧ୍ୟ ଚାପଗ୍ରସ୍ତ ରହିଥାନ୍ତି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର