ଏଣିକି ଭାରତରେ ନିର୍ମାଣ ହେବ ଯୁଦ୍ଧ ବିମାନର ଇଞ୍ଜିନ, HAL ଏବଂ GE ଏରୋସ୍ପେସ ମଧ୍ୟରେ ହେଲା ବଡ଼ ଡିଲ୍‌

The Sakala Picture
Published On

ୱାଶିଂଟନ: ଏଣିକି ଭାରତରେ ହିଁ ତିଆରି ହେବ ଭାରତୀୟ ବାୟୁସେନା ବ୍ୟବହାର କରୁଥିବା ଯୁଦ୍ଧ ବିମାନର ଇଞ୍ଜିନ । ଏଥିପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ପ୍ରାଇଭେଟ ଲିଃ ସହ ଚୁକ୍ତି କରିଛି ଆମେରିକାର ଜେନେରାଲ ଇଲେକ୍ଟ୍ରିକ(GE) ଅରୋସ୍ପେସ। GE ସହାୟତାରେ ହାଲରେ ହିଁ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକର ଇଞ୍ଜିନକୁ ତିଆରି କରାଯିବ। ତେବେ ଏହି ଚୁକ୍ତିର ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକୀୟ ରାଷ୍ଟ୍ରପତି […]

ୱାଶିଂଟନ: ଏଣିକି ଭାରତରେ ହିଁ ତିଆରି ହେବ ଭାରତୀୟ ବାୟୁସେନା ବ୍ୟବହାର କରୁଥିବା ଯୁଦ୍ଧ ବିମାନର ଇଞ୍ଜିନ । ଏଥିପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ପ୍ରାଇଭେଟ ଲିଃ ସହ ଚୁକ୍ତି କରିଛି ଆମେରିକାର ଜେନେରାଲ ଇଲେକ୍ଟ୍ରିକ(GE) ଅରୋସ୍ପେସ। GE ସହାୟତାରେ ହାଲରେ ହିଁ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକର ଇଞ୍ଜିନକୁ ତିଆରି କରାଯିବ। ତେବେ ଏହି ଚୁକ୍ତିର ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ମହିଳା ଜିଲ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତରେ ଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଏହି ଚୁକ୍ତି ସମ୍ପର୍କିତ ଏମ୍ଓୟୁରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ମଧ୍ୟରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ । ଏହି ଚୁକ୍ତି ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ମଜବୁତ ହେବ। ଚୁକ୍ତି ଅନୁଯାୟୀ ଜେଇର ଏଫ୍୪୧୪ ଇଞ୍ଜିନ୍ ନିର୍ମାଣ ପାଇଁ ଭାରତକୁ ଲାଇସେନ୍ସ ମିଳିଛି। ଏହି ଇଞ୍ଜିନକୁ ଭାରତୀୟ ବାୟୁ ସେନାର ହାଲୁକା ଲଢ଼ୁଆ ବିମାନ ଏମକେ-୨ ତେଜସରେ ବ୍ୟବହାର କରାଯିବ। ଜିଇ ଏରୋପ୍ସେଶର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ଜିଇର ଅଧ୍ୟକ୍ଷ ଏଚ ଲରେନ୍ସ କଲ୍ପ ଜୁନିୟର କହିଛନ୍ତି, ଏହି ଐତିହାସିକ ଚୁକ୍ତି ଭାରତ ଏବଂ ହାଲ ସହ ଆମର ଦୀର୍ଘକାଳୀନ ସମ୍ପର୍କ କାରଣରୁ ସମ୍ଭବ ହୋଇପାରିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ପ୍ରକାଶଥାଉକି, ଭାରତରେ ଜିଇ ଏରୋସ୍ପେଶ ଇଞ୍ଜିନ, ଆଭିୟୋନିକ୍ସ, ସେବା, ଇଞ୍ଜିନିୟରିଂ, ବିନିର୍ମାଣ ଏବଂ ସ୍ଥାନୀୟ ସୋର୍ସିଂରେ ସଂଲଗ୍ନତା ସହ ୪୦ରୁ ଅଧିକ ବର୍ଷ ହେବ କାମ କରିଆସୁଛି । ଏହା ବ୍ୟତୀତ ୧୯୮୬ରୁ ସେ ଭାରତର ଏଲସିଏ ପ୍ରୋଜେକ୍ଟ ଉପରେ ଏରୋନଟିକାଲ ଡେଭେଲପମେଣ୍ଟ ଏଜେନ୍ସି (ଏଡିଏ) ଏବଂ ହାଲ ସହ ମଧ୍ୟ କାମ କରୁଛି । ଜିଇ ଏବଂ ହାଲ ମଧ୍ୟରେ ହୋଇଥିବା ଏହି ଡିଲ୍ ଭାରତୀୟ ଏୟାରଫୋର୍ସର ହାଲୁକା ଯୁଦ୍ଧ ବିମାନ ବନାଇବାର ପ୍ରୋଗ୍ରାମ ଏମକେ୨ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ଭାରତ ଏବଂ ଆମେରିକୀୟ କମ୍ପାନୀ ମଧ୍ୟରେ ଅନେକ ଚୁକ୍ତି ହେବ ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର