ଆଜି ଗୁଜରାଟରେ ସ୍ଥଳଭାଗ ଛୁଇଁବ ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ଉପକୂଳବର୍ତ୍ତୀ ଜିଲ୍ଲାରେ ରେଡ୍‌ଆଲର୍ଟ

The Sakala Picture
Published On

ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବିପର୍ଯ୍ୟୟ’ ବେଳକୁ ବେଳ ଭୀଣେ ରୂପ ନେବା ସହିତ ଗୁଜରାଟ ଉପକୂଳ ଆଡକୁ ମୁହାଁଇଛି। ବାତ୍ୟା ଯେତିକି ନିକଟବର୍ତ୍ତୀ ହେଉଛି ଏହାର ପ୍ରଭାବ ଗୁରୁତର ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସୂଚନା ଅନୁସାରେ ଏହା ଆଜି ସନ୍ଧ୍ୟା ସୁଦ୍ଧା କଚ୍ଛ ଏବଂ ମାଣ୍ଡଭି ଅଞ୍ଚଳର ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବା ସହିତ ପାକିସ୍ତାନ ଆଡକୁ ଗତି କରିବ। ଏହି ସମୟରେ ଘଣ୍ଟାକୁ ୧୩୫ ରୁ ୧୪୦ କିମି ବେଗରେ ପବନ ବୋହିବ ଏବଂ […]

ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବିପର୍ଯ୍ୟୟ’ ବେଳକୁ ବେଳ ଭୀଣେ ରୂପ ନେବା ସହିତ ଗୁଜରାଟ ଉପକୂଳ ଆଡକୁ ମୁହାଁଇଛି। ବାତ୍ୟା ଯେତିକି ନିକଟବର୍ତ୍ତୀ ହେଉଛି ଏହାର ପ୍ରଭାବ ଗୁରୁତର ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସୂଚନା ଅନୁସାରେ ଏହା ଆଜି ସନ୍ଧ୍ୟା ସୁଦ୍ଧା କଚ୍ଛ ଏବଂ ମାଣ୍ଡଭି ଅଞ୍ଚଳର ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବା ସହିତ ପାକିସ୍ତାନ ଆଡକୁ ଗତି କରିବ। ଏହି ସମୟରେ ଘଣ୍ଟାକୁ ୧୩୫ ରୁ ୧୪୦ କିମି ବେଗରେ ପବନ ବୋହିବ ଏବଂ ଭୀଷଣରୁ ଅତି ଭୀଷଣ ମାତ୍ରାରେ ବର୍ଷା ହେବ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

କିନ୍ତୁ ଏହା ପୂର୍ବରୁ ଗୁଜରାଟର କଚ୍ଛ ଓ ଦ୍ୱାରକା ଅଞ୍ଚଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳୁଛି। ଗୁଜରାଟ ଉପକୂଳରେ ସମୁଦ୍ର ଆଶାନ୍ତ ହୋଇପଡ଼ିବା ସହିତ ବହୁ ଉଚ୍ଚତାରେ ଲହଡ଼ି ଦେଖାଯାଇଛି। ପୋରବନ୍ଦରରେ ବୁଧବାର ପ୍ରବଳ ପବନ ସହ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଗଛ ଉପୁଡ଼ି ପଡ଼ିଛି। କଚ୍ଛ ଅଞ୍ଚଳର ୬୫ ଗାଁରେ ବିଜୁଳି ସେବା ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରାୟ ୧୨ ହଜାରରୁ ଅଧିକ ବିଜୁଳି ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳ ଦେଇ ଗତି କରୁଥିବା ୬୯ଟି ଟ୍ରେନର ଚଳାଚଳକୁ ବାତିଲ କରିଦିଆଯାଇଛି। ସେହିପରି ମୁମ୍ବାଇ ଉପକୂଳରେ ମଧ୍ୟ ସମୁଦ୍ରର ଭୟାନକ ରୂପ ଦେଖିବାକୁ ମିଳିଛି। ଗୁଜରାଟର ୭ ଜିଲ୍ଲାରେ ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ନେଇ ଆଶଙ୍କା କରାଯାଉଛି। ଯାହାକୁ ଦୃଷ୍ଟିରେ ରଖି ଗୁଜରାଟ ଓ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଆଜି ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନଗର, ମୋରବୀ, ରାଜକୋଟ ଓ ଜୁନାଗଡ଼ରେ ତାଣ୍ଡବ ସୃଷ୍ଟି କରିପାରେ ବୋଲି ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କଚ୍ଛ, ପୋରବନ୍ଦର, ଅମରେଲୀ, ଗିର ସୋମନାଥ ଓ ଦ୍ୱାରକା ଜିଲ୍ଲାର ସବୁ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷଣାନୁଷ୍ଠାନକୁ ୨ ଦିନ ଯାଏ ବନ୍ଦ ଘୋଷଣା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ତିନି ସେନା ମୁଖ୍ୟଙ୍କ ସହ କଥା ହୋଇ ବାତ୍ୟା ମୁକାବିଲା ପାଇଁ ସଶସ୍ତ୍ର ବାହିନୀର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଗୁଜୁରାଟ କଚ୍ଛ ଜିଲ୍ଲାର ଜାଖାଉ ବନ୍ଦର ନିକଟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିବାରୁ ସଂପୃକ୍ତ ଅଞ୍ଚଳରୁ ୫୦ ହଜାର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହିତ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ କିଭଳି ତ୍ବରାନ୍ବିତ କରାଯାଇପାରିବ ସେନେଇ ପ୍ରସ୍ତୁତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୧୮ଟି ଏନଡିଆରଏଫ ଟିମ୍‌ ସମେତ ୧୨ ଏସଡିଆରଏଫ ଟିମ୍‌କୁ ମୁତୟନ କରାଯାଇଛି। ଏହାବ୍ୟତୀତ ସେନା ଏବଂ ନୌସେନା ସମେତ ଭାରତୀୟ ତଟରକ୍ଷୀ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି। ବାତ୍ୟାକୁ ନଜରରେ ରଖି ଆଇଏମଡି ଗୁଜରାଟ ସମେତ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୋଆ, ତାମିଲନାଡୁ, ଡାମନ ଓ ଡ୍ୟୁ, ଦାଦରା ଓ ନଗର ହାବେଳି ଆଦି କେନ୍ଦ୍ର ଶାସିତ ଅଞ୍ଚଳକୁ ମଧ୍ୟ ସତର୍କ କରାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର