ବିନା ଆଧାରକାର୍ଡରେ ବି ଆପଣ ନେଇପାରିବେ କରୋନା ଟିକା, ଜାଣନ୍ତୁ କିପରି…

The Sakala Picture
Published On

ଭାରତୀୟ ବିଶିଷ୍ଟ ପ୍ରାମାଣିକ ପ୍ରାଧିକରଣ ବା ୟୁଆଇଡିଏଆଇ ଆଧାରକାର୍ଡକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଜାରି କରିଛି । ୟୁଆଇଡିଏଆଇ କହିଛି କି କରୋନା ଟିକା ନେବା ପାଇଁ ଆଧାରକାର୍ଡ ଜରୁରୀ ନୁହେଁ । ଏଥିସହ ୟୁଆଇଡିଏଆଇ ଏହା ମଧ୍ୟ କହିଛି କି ଆଧାରକାର୍ଡ ନଥିବା ଲୋକଙ୍କୁ କୌଣସି ଜରୁରୀ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ । କୌଣସି ଲୋକପାଖରେ ଯଦି ଆଧାରକାର୍ଡ ନାହିଁ ତେବେ କୌଣସି ହସ୍ପିଟାଲ ତାଙ୍କୁ ଔଷଧ ବା ଚିକିତ୍ସାରୁ ବଞ୍ଚିତ କରିପାରିବ […]

ଭାରତୀୟ ବିଶିଷ୍ଟ ପ୍ରାମାଣିକ ପ୍ରାଧିକରଣ ବା ୟୁଆଇଡିଏଆଇ ଆଧାରକାର୍ଡକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଜାରି କରିଛି । ୟୁଆଇଡିଏଆଇ କହିଛି କି କରୋନା ଟିକା ନେବା ପାଇଁ ଆଧାରକାର୍ଡ ଜରୁରୀ ନୁହେଁ । ଏଥିସହ ୟୁଆଇଡିଏଆଇ ଏହା ମଧ୍ୟ କହିଛି କି ଆଧାରକାର୍ଡ ନଥିବା ଲୋକଙ୍କୁ କୌଣସି ଜରୁରୀ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ । କୌଣସି ଲୋକପାଖରେ ଯଦି ଆଧାରକାର୍ଡ ନାହିଁ ତେବେ କୌଣସି ହସ୍ପିଟାଲ ତାଙ୍କୁ ଔଷଧ ବା ଚିକିତ୍ସାରୁ ବଞ୍ଚିତ କରିପାରିବ ନାହିଁ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

କରୋନା ଟିକା ରେଜିଷ୍ଟ୍ରେସନ ପାଇଁ ଆବଶ୍ୟକ ଫଟୋ-ପରିଚୟ କାର୍ଡ ମଧ୍ୟରୁ ଆଧାର କାର୍ଡ ଅନ୍ୟତମ । ଆପଣ ଆଧାର କାର୍ଡ ବଦଳରେ ଟିକା ପଞ୍ଜୀକରଣ ପାଇଁ ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ସରକାରଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ ମଧ୍ୟ ବ୍ୟବହାର କରିପାରିବେ । ଆଧାର କାର୍ଡ ନଥିଲେ ଏହି ସବୁ କାର୍ଡ ଟିକା ପଞ୍ଜୀକରଣ ପାଇଁ ବୈଧ ବୋଲି ୟୁଆଇଡିଏଆଇ କହିଛି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ୟୁଆଇଡିଏଆଇର ସୂଚନା ମୁତାବକ ‘କୌଣସି ବ୍ୟକ୍ତିକୁ ଆପଣ ଜରୁରୀ ସେବାରୁ ବଞ୍ଚିତ କରିପାରିବେ ନାହିଁ, ବଞ୍ଚିତ କରିବା ପାଇଁ ଆପଣ ଆଧାରକାର୍ଡକୁ ମାଧ୍ୟମ କରିପାରିବେ ନାହିଁ । ବିନା ଆଧାରରେ ଜରୁରୀ କାମ ଓ ସୁବିଧା ଯୋଗାଇ ଦେବାକୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ବାଧ୍ୟ’ ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର