ଅତି ଭୟଙ୍କର ରୂପ ନେଇ ଆଜି ଗୁଜରାଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ତୌକତେ

The Sakala Picture
Published On

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଏବେ ଏହା ଅତି ଭୟୟଙ୍କର ବାତ୍ୟାର ରୂପ ଧାରଣ କରି ଗୁଜରାଟ ଅଭିମୁଖେ ମାଡ଼ି ଚାଲିଛି। ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୨୧୦ କିମି ରହିଛି। ଗୁଜରାଟ ଅଭିମୁଖେ ତୌକତେ ଯାଉଥିବା ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି। ରାତି ୮ଟାରୁ ୧୧ଟା […]

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଏବେ ଏହା ଅତି ଭୟୟଙ୍କର ବାତ୍ୟାର ରୂପ ଧାରଣ କରି ଗୁଜରାଟ ଅଭିମୁଖେ ମାଡ଼ି ଚାଲିଛି। ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୨୧୦ କିମି ରହିଛି। ଗୁଜରାଟ ଅଭିମୁଖେ ତୌକତେ ଯାଉଥିବା ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି। ରାତି ୮ଟାରୁ ୧୧ଟା ଭିତରେ ଗୁଜରାଟ ଭାବନଗର ଜିଲ୍ଲା ଅନ୍ତର୍ଗତ ପୋରବନ୍ଦର-ମହୁଭା ନିକଟରେ ତୌକତେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ବାତ୍ୟା ଲ୍ୟାଣ୍ଡଫଲ କରିବା ବେଳକୁ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ପବନର ବେଗ ୧୫୫ରୁ ୧୬୫ କିଲୋମିର ଓ କେତେକାଂଶରେ ବଢ଼ି ୧୮୫ କିଲୋମିଟର ଛୁଇଁପାରେ । ସ୍ଥଳଭାଗ ଛୁଇଁବା ପରେ ଅତି ଭୟଙ୍କର ତାଣ୍ଡବ ରଚିବ ତୌକତେ । ଆସନ୍ତା ୬ ଘଣ୍ଟା ପାଇଁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୮୦-୧୯୦ କିଲୋମିଟ ବେଗରେ ପବନ ବହିବ । ପବନର ବେଗ ବଢ଼ି ୨୧୦ବି ହୋଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର