ଟିକାକରଣରେ ବାଧା ସୃଷ୍ଟି କଲା ବାତ୍ୟା ‘ତୌକତେ’, ମୁମ୍ୱାଇରେ ବନ୍ଦ ହେଲା ଟିକାକରଣ

The Sakala Picture
Published On

ମୁମ୍ୱାଇ: ବାତ୍ୟା ପାଇଁ ଭ୍ୟାକ୍‌ସିନେସନ ବନ୍ଦ । ବାତ୍ୟା ତୌକତେକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ପରେ ୧୭ ତାରିଖରେ କରୋନା ଟିକାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବ୍ରିହାନମୁମ୍ୱାଇ ମ୍ୟୁନିସିପାଲ କର୍ପୋରେସନ (ବ୍ରିହାନ) । ବାତ୍ୟା ତୌକାତେ ଯୋଗୁ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଥିଲା । ୧୭ ତାରିଖରେ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମ […]

ମୁମ୍ୱାଇ: ବାତ୍ୟା ପାଇଁ ଭ୍ୟାକ୍‌ସିନେସନ ବନ୍ଦ । ବାତ୍ୟା ତୌକତେକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ପରେ ୧୭ ତାରିଖରେ କରୋନା ଟିକାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବ୍ରିହାନମୁମ୍ୱାଇ ମ୍ୟୁନିସିପାଲ କର୍ପୋରେସନ (ବ୍ରିହାନ) । ବାତ୍ୟା ତୌକାତେ ଯୋଗୁ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଥିଲା । ୧୭ ତାରିଖରେ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମ ୧୮ ଓ ୧୯ ମେ ରେ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ଅପରପକ୍ଷରେ ତାଣ୍ଡବ ରଚୁଛି ବାତ୍ୟା ତୌକତେ । ପ୍ରଭାବରେ ଗୁଜରାଟ, କର୍ଣ୍ଣାଟକ, ଗୋଆ ଓ କେରଳରେ ବର୍ଷା ସାଙ୍ଗକୁ ପବନ ବହୁଛି । କର୍ଣ୍ଣାଟକରେ ୪ ଓ କେରଳରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ ନିଖୋଜଙ୍କ ସଂଖ୍ୟା ବଢୁଛି । ଆସନ୍ତାକାଲି ଭୋର ସମୟରେ ବାତ୍ୟା ତୌକତେ ଗୁଜୁରାଟ ଉପକୂଳ ମହୁଭା ଏବଂ ପୋରବନ୍ଦର ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏହି ସମୟରେ ୧୬୦ରୁ ୧୮୦ କିଲୋମିଟରେ ବେଗରେ ପବନ ସହ ପ୍ରବଳ ବର୍ଷା ହୋଇପାରେ । ଗୁଜରାଟର ଜୁନାଗଡ, ଆମ୍ରେଲି, ଭାବାନଗର, ଡିଉ ଏବଂ ଏହାର ଆଖପାଖରେ ଥିବା ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହୋଇପାରେ । ଲାକ୍ଷାଦୀପ ସମେତ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର , ଗୋଆ ଏବଂ ଗୁଜରାଟରେ ରେଡ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ୬ ରାଜ୍ୟରେ ୧୦୦ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ସେହିଭଳି ପୁନେ, ଅହମ୍ମଦାବାଦ ଓ ଗୁଜରାଟକୁ ୫ଟି ଲେଖାଏଁ ଏନଡିଆରଏଫ ଟିମ୍ ପଠାଯାଇଛି ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

17 May 2021 By The Sakala

ଟିକାକରଣରେ ବାଧା ସୃଷ୍ଟି କଲା ବାତ୍ୟା ‘ତୌକତେ’, ମୁମ୍ୱାଇରେ ବନ୍ଦ ହେଲା ଟିକାକରଣ

ମୁମ୍ୱାଇ: ବାତ୍ୟା ପାଇଁ ଭ୍ୟାକ୍‌ସିନେସନ ବନ୍ଦ । ବାତ୍ୟା ତୌକତେକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ପରେ ୧୭ ତାରିଖରେ କରୋନା ଟିକାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବ୍ରିହାନମୁମ୍ୱାଇ ମ୍ୟୁନିସିପାଲ କର୍ପୋରେସନ (ବ୍ରିହାନ) । ବାତ୍ୟା ତୌକାତେ ଯୋଗୁ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଥିଲା । ୧୭ ତାରିଖରେ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମ ୧୮ ଓ ୧୯ ମେ ରେ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ ତାଣ୍ଡବ ରଚୁଛି ବାତ୍ୟା ତୌକତେ । ପ୍ରଭାବରେ ଗୁଜରାଟ, କର୍ଣ୍ଣାଟକ, ଗୋଆ ଓ କେରଳରେ ବର୍ଷା ସାଙ୍ଗକୁ ପବନ ବହୁଛି । କର୍ଣ୍ଣାଟକରେ ୪ ଓ କେରଳରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ ନିଖୋଜଙ୍କ ସଂଖ୍ୟା ବଢୁଛି । ଆସନ୍ତାକାଲି ଭୋର ସମୟରେ ବାତ୍ୟା ତୌକତେ ଗୁଜୁରାଟ ଉପକୂଳ ମହୁଭା ଏବଂ ପୋରବନ୍ଦର ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏହି ସମୟରେ ୧୬୦ରୁ ୧୮୦ କିଲୋମିଟରେ ବେଗରେ ପବନ ସହ ପ୍ରବଳ ବର୍ଷା ହୋଇପାରେ । ଗୁଜରାଟର ଜୁନାଗଡ, ଆମ୍ରେଲି, ଭାବାନଗର, ଡିଉ ଏବଂ ଏହାର ଆଖପାଖରେ ଥିବା ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହୋଇପାରେ । ଲାକ୍ଷାଦୀପ ସମେତ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର , ଗୋଆ ଏବଂ ଗୁଜରାଟରେ ରେଡ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ୬ ରାଜ୍ୟରେ ୧୦୦ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ସେହିଭଳି ପୁନେ, ଅହମ୍ମଦାବାଦ ଓ ଗୁଜରାଟକୁ ୫ଟି ଲେଖାଏଁ ଏନଡିଆରଏଫ ଟିମ୍ ପଠାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର