ମହାକାଶର ଅଦ୍ଭୂତ ଦୃଶ୍ୟ ରେକର୍ଡ କଲେ ବୈଜ୍ଞାନିକ; ବୃହସ୍ପତି ଆକାରର ବିଶାଳ ଗ୍ରହକୁ ଗିଳିଦେଲା ତାରା

The Sakala Picture
Published On

କେମ୍ବ୍ରିଜ: ପ୍ରଥମ ଥର ପାଇଁ ମହାକାଶରେ ଏକ ଅଦ୍ଭୁତ ଦୃଶ୍ୟକୁ ଦେଖିବାକୁ ମିଳିଛି। ଏକ ଗ୍ରହକୁ ତାରା ଗିଳିଦେଇଛି। ଏହି ତାରାର ଆକାର ପ୍ରାୟ ସୂର୍ଯ୍ୟଙ୍କ ପରି ଏବଂ ଗ୍ରହଟି ବୃହସ୍ପତି ଆକାରର ଗ୍ୟାସ ପିଣ୍ଡ ସଦୃଶ ଥିଲା। ଏହି ବିରଳ ମହାଜାଗତିକ ଦୃଶ୍ୟକୁ ହାଭାର୍ଡ ୟୁନିଭର୍ସିଟି ଏବଂ କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ବୈଜ୍ଞାନିକଙ୍କ ଟିମ୍‌ ଦେଖିଛନ୍ତି। ଟିମ୍‌ ପକ୍ଷରୁ କୁହାଯାଇଛି ଯେ ଏହି ଦୃଶ୍ୟ ଅତ୍ୟନ୍ତ ଭୟାନକ ଥିଲା। ଏହି ପ୍ରକ୍ରିୟା ବିଷୟରେ ତଥ୍ୟ […]

କେମ୍ବ୍ରିଜ: ପ୍ରଥମ ଥର ପାଇଁ ମହାକାଶରେ ଏକ ଅଦ୍ଭୁତ ଦୃଶ୍ୟକୁ ଦେଖିବାକୁ ମିଳିଛି। ଏକ ଗ୍ରହକୁ ତାରା ଗିଳିଦେଇଛି। ଏହି ତାରାର ଆକାର ପ୍ରାୟ ସୂର୍ଯ୍ୟଙ୍କ ପରି ଏବଂ ଗ୍ରହଟି ବୃହସ୍ପତି ଆକାରର ଗ୍ୟାସ ପିଣ୍ଡ ସଦୃଶ ଥିଲା। ଏହି ବିରଳ ମହାଜାଗତିକ ଦୃଶ୍ୟକୁ ହାଭାର୍ଡ ୟୁନିଭର୍ସିଟି ଏବଂ କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ବୈଜ୍ଞାନିକଙ୍କ ଟିମ୍‌ ଦେଖିଛନ୍ତି। ଟିମ୍‌ ପକ୍ଷରୁ କୁହାଯାଇଛି ଯେ ଏହି ଦୃଶ୍ୟ ଅତ୍ୟନ୍ତ ଭୟାନକ ଥିଲା। ଏହି ପ୍ରକ୍ରିୟା ବିଷୟରେ ତଥ୍ୟ ହାସଲ କରିବା ଗୁରୁତ୍ବପୂର୍ଣ୍ଣ ଥିଲା। ଦିନେ ସୂର୍ଯ୍ୟ ଆମ ପୃଥିବୀ ଏବଂ ଏହା ଆଗରେ ଥିବା ତିନି ଗ୍ରହକୁ ଗିଳିଦେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ବୈଜ୍ଞାନିକଙ୍କ ଅନୁଯାୟୀ ପୂର୍ବରୁ କେବେ ତାରା ଗ୍ରହକୁ ଗିଳୁଥିବାର ଦୃଶ୍ୟ ଦେଖାଯାଇ ନାହିଁ। ଏମ୍‌ଆଇଟିରେ ଏହା ଉପରେ ଗବେଷଣା କରୁଥିବା କିସଲେ ଡେ କହିଛନ୍ତି ଯେ ଦିନେ ସୂର୍ଯ୍ୟ ସମ୍ପୂର୍ଣ୍ଣ ସୌରମଣ୍ଡଳକୁ ଗିଳିଦେବ ବୋଲି ଆମେ ପଢିଆସୁଛୁ। ୫ ଅରବ ବର୍ଷ ପରେ ଏପରି ହେବ। ସେ ସମୟରେ କିଛି କ୍ଷଣରେ ପୃଥିବୀ ଧ୍ବଂସ ହୋଇଯିବ। ଏବେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ୨୦୨୦ରେ ତାରା ଗ୍ରହକୁ ଗିଳି ଦେଇଥିଲା। ଏହାକୁ ବୁଝିବା ପାଇଁ ବୈଜ୍ଞାନିକଙ୍କୁ ତିନି ବର୍ଷ ଲାଗିଥିଲା। ଗ୍ରହକୁ ଗିଳିଥିବା ତାରା ସୂର୍ଯ୍ୟ ଭଳି ୧୦ ଅରବ ବର୍ଷ ତଳର ଥିଲା। ପୃଥିବୀଠାରୁ ୧୨ ହଜାର ଆଲୋକ ବର୍ଷ ଦୂରରେ ଥିବା ଏକ୍ବିଲା ନାମକ ତାରାମଣ୍ଡଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର