ଆସନ୍ତା କାଲିଠାରୁ ୧୦ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କଲେ ତେଲେଙ୍ଗାନା ସରକାର

The Sakala Picture
Published On

ତେଲେଙ୍ଗାନାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟରେ ଆସନ୍ତା କାଲି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ବୈଠକ ପରେ ଏହା ଘୋଷଣା କରାଯାଇଛି । ତେବେ ଲକ୍‌ଡାଉନ୍‌ ସେତେ କଠୋର କରାଯାଇନଥିଲେ ବି ସକାଳ ୬ଟା ଠାରୁ ୧୦ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଚାଲୁ ରହିବ। ଆସନ୍ତାକାଲି ମାନେ ମେ […]

ତେଲେଙ୍ଗାନାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟରେ ଆସନ୍ତା କାଲି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ବୈଠକ ପରେ ଏହା ଘୋଷଣା କରାଯାଇଛି । ତେବେ ଲକ୍‌ଡାଉନ୍‌ ସେତେ କଠୋର କରାଯାଇନଥିଲେ ବି ସକାଳ ୬ଟା ଠାରୁ ୧୦ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଚାଲୁ ରହିବ। ଆସନ୍ତାକାଲି ମାନେ ମେ ୧୨ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଲକ୍‌ଡାଉନ୍‌ ଲାଗୁ କରାଯିବ ବୋଲି ତେଲେଙ୍ଗାନା ସରକାର କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଘୋଷଣା ମୁତାବକ ଆସନ୍ତା କାଲି ସକାଳ ୬ ଟାରୁ ଏହି ଲକଡାଉନ୍ ଲାଗୁ କରାଯିବ । ଲକଡାଉନ୍ ସମୟରେ ପ୍ରତିଦିନ ସକାଳ ୧୦ ରୁ ରାତି ୧୦ ମଧ୍ୟରେ କେବଳ ଅତ୍ୟାବଶକୀୟ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି କୁହାଯାଇଛି । ଏହାସହ ସକାଳ ୬ ରୁ ସକାଳ ୧୦ ମଧ୍ୟରେ କିଛି ସେବାକୁ ଅନୁମତି ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଏହା ପୂର୍ବରୁ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି , ଏଣୁ ଲକ୍‌ଡାଉନ୍‌ର ଆବଶ୍ୟକତା ନାହିଁ ବୋଲି ତେଲେଙ୍ଗାନା ମୁଖ୍ୟ ଶାସନସଚିବ କହିଥିଲେ। ହେଲେ କରୋନା ପରିଚଳନା ନେଇ ହାଇକୋର୍ଟ ତେଲେଙ୍ଗାନା ସରକାରଙ୍କୁ ସମାଲୋଚନା କରିବା ପରେ ରାଜ୍ୟରେ ୧୦ ଦିନ ପାଇଁ ଲକ୍‌ଡାଉନ୍ ଲଗାଇଛନ୍ତି ତେଲେଙ୍ଗାନା ସରକାର।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର