ଅବକାରୀ ଦୁର୍ନୀତି ମାମଲା : ବଢୁଛି ସିସୋଦିଆଙ୍କ ସମସ୍ୟା, ପ୍ରଥମଥର ପାଇଁ ସିବିଆଇ ଚାର୍ଜସିଟରେ ଆସିଲା ନାଁ

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଏହି ମାମଲାରେ ସେ ପୂର୍ବରୁ ତିହାର ଜେଲରେ ଅଛନ୍ତି ଏବଂ ବର୍ତ୍ତମାନ ପ୍ରଥମ ଥର ପାଇଁ ମନୀଷ ସିସୋଦିଆଙ୍କ ନାମ ସିବିଆଇ ଚାର୍ଜସିଟରେ ଅନ୍ତର୍ଭୁକ୍ତ ହୋଇଛି। ସିବିଆଇ ମଙ୍ଗଳବାର (ଏପ୍ରିଲ ୨୫) ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ସିସୋଦିଆଙ୍କ ସହ ହାଇଦ୍ରାବାଦର ବୁଚି ବାବୁ, ଅର୍ଜୁନ ପାଣ୍ଡେ ଏବଂ […]

ନୂଆଦିଲ୍ଲୀ : ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଏହି ମାମଲାରେ ସେ ପୂର୍ବରୁ ତିହାର ଜେଲରେ ଅଛନ୍ତି ଏବଂ ବର୍ତ୍ତମାନ ପ୍ରଥମ ଥର ପାଇଁ ମନୀଷ ସିସୋଦିଆଙ୍କ ନାମ ସିବିଆଇ ଚାର୍ଜସିଟରେ ଅନ୍ତର୍ଭୁକ୍ତ ହୋଇଛି। ସିବିଆଇ ମଙ୍ଗଳବାର (ଏପ୍ରିଲ ୨୫) ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ସିସୋଦିଆଙ୍କ ସହ ହାଇଦ୍ରାବାଦର ବୁଚି ବାବୁ, ଅର୍ଜୁନ ପାଣ୍ଡେ ଏବଂ ଅମନଦୀପ ଧଲଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ସିବିଆଇ ଅବକାରୀ ନୀତି ଅନିୟମିତତା ମାମଲାର ଯାଞ୍ଚ କରୁଛି। ଏ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ଅବକାରୀ ଦୁର୍ନୀତି ମାମଲା ସହ ମନି ଲଣ୍ଡରିଂ ଅଭିଯୋଗରେ ଇଡି ମଧ୍ୟ ସିସୋଦିଆଙ୍କୂ ଗିରଫ କରିଥିଲା । ସିସୋଦିଆ ମେ ୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି।ତାଙ୍କୁ ପ୍ରାୟ ଦୁଇମାସ ଧରି ତିହାର ଜେଲରେ ରଖାଯାଇଛି। ଦିଲ୍ଲୀ ସରକାରଙ୍କ ୨୦୨୧-୨୨ ଅବକାରୀ ନୀତି ଦ୍ବାରା କିଛି ଡିଲର ଉପକୃତ ହୋଇଥିଲେ। ଏଥିପାଇଁ ସେମାନେ ମୋଟା ଅଙ୍କର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ପୂର୍ବରୁ ସିବିଆଇ ଓ ଇଡି ଏହି ମାମଲାରେ ଚାର୍ଜଶିଟ ଦାଖଲ କରିଥିଲେ। କିନ୍ତୁ ସେତେବେଳେ ସିସୋଦିଆଙ୍କ ନାଁ ନଥିଲା। ହେଲେ ଆଜି ସିବିଆଇ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ରେ ସିସୋଦିଆଙ୍କ ନାଁ ରହିଛି। ଏଥିସହ ବିଆରଏସ୍‌ ନେତ୍ରୀ କେ କବିତାଙ୍କ ପୂର୍ବତନ ଅଡିଟର ବୁଟଚି ବାବୁ, ଅର୍ଜୁନ ପାଣ୍ଡେ ଓ ଅମନଦୀପ ଧଳଙ୍କ ନାଁ ମଧ୍ୟ ଚାର୍ଜଶିଟରେ ରହିଛି। ଏବେ ସିବିଆଇ ଓ ଇଡି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ଉପରେ ତଦନ୍ତ ଜାରି ରଖିଛନ୍ତି। ଆଗକୁ ପୁଣି ଚାର୍ଜଶିଟ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରାୟ ୯ ଘଣ୍ଟା ଧରି ଜେରା କରିଥିଲା। ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ମଧ୍ୟ ସିବିଆଇ ଏହି ମାମଲାରେ ଜେରା କରି ସାରିଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଦିଲ୍ଲୀ ଉପରାଜ୍ୟପାଳ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ରିପୋର୍ଟ ମୁତାବକ ମନୀଷ ସିସୋଦିଆ ଉପ ରାଜ୍ୟପାଳଙ୍କ ମଞ୍ଜୁରୀ ବିନା ଅବକାରୀ ନୀତିର ପରିବର୍ତ୍ତନ କରିଥିଲେ । ଏହାସହ ଦିଲ୍ଲୀ ସରକାର କରୋନା ମହାମାରୀ ନାମରେ ୧୪୪.୩୬ କୋଟି ଟଙ୍କାର ଟେଣ୍ଡର ଲାଇସେନ୍ସ ଫିସ୍ ଛାଡ କରିଥିବା କଥା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ଅଭିଯୋଗ ରହିଛି କି ଦିଲ୍ଲୀ ସରକାର ଏଭଳି କରି ମଦ ଡିଲରମାନଙ୍କୁ ଲାଭ ପହଞ୍ଚାଇଛନ୍ତି। ସିବିଆଇ ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଦାବି କରୁଛି। ତେବେ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି ସିସୋଦିଆ ଓ ଆପ ଏହାକୁ ଖଣ୍ଡନ କରି ଆସିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର