ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା , ଅମ୍ଳଜାନ ଅଭାବରୁ ଚାଲିଗଲା ୭ ରୋଗୀଙ୍କ ଜୀବନ

The Sakala Picture
Published On

ହାଇଦ୍ରାବାଦ : ଅମ୍ଳଜାନ ଅଭାବକୁ ନେଇ ହାଇଦ୍ରାବାଦସ୍ଥିତ ଏକ ସରକାରୀ ହସ୍ପିଟାଲରେ ୭ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କିଙ୍ଗ କୋଟି ସରକାରୀ ହସ୍ପିଟାଲରେ ଅମ୍ଳଜାନ ଅଭାବ ଦେଖାଯିବାରୁ ଏଠାକୁ ଏକ ଟ୍ୟାଙ୍କର ଅମ୍ଳଜାନ ଧରି ଆସୁଥିଲା। ମାତ୍ର ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲିଯିବାରୁ ଠିକ୍ ସମୟରେ ହସ୍ପିଟାଲରେ ଅମ୍ଳଜାନ ପହଞ୍ଚିପାରିନଥିଲା। ସେପଟେ ହସ୍ପିଟାଲରେ ଅମ୍ଳଜାନ ଅଭାବକୁ ନେଇ ସ୍ଥିତି ସଙ୍ଗିନ ହୋଇପଡ଼ିଥିଲା ବେଳେ ଲୋକମାନେ ଟ୍ୟାଙ୍କରକୁ ଚାତକ ପରି ଅପେକ୍ଷା କରିଥିଲେ। ଧିରେ ଧିରେ […]

ହାଇଦ୍ରାବାଦ : ଅମ୍ଳଜାନ ଅଭାବକୁ ନେଇ ହାଇଦ୍ରାବାଦସ୍ଥିତ ଏକ ସରକାରୀ ହସ୍ପିଟାଲରେ ୭ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କିଙ୍ଗ କୋଟି ସରକାରୀ ହସ୍ପିଟାଲରେ ଅମ୍ଳଜାନ ଅଭାବ ଦେଖାଯିବାରୁ ଏଠାକୁ ଏକ ଟ୍ୟାଙ୍କର ଅମ୍ଳଜାନ ଧରି ଆସୁଥିଲା। ମାତ୍ର ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲିଯିବାରୁ ଠିକ୍ ସମୟରେ ହସ୍ପିଟାଲରେ ଅମ୍ଳଜାନ ପହଞ୍ଚିପାରିନଥିଲା। ସେପଟେ ହସ୍ପିଟାଲରେ ଅମ୍ଳଜାନ ଅଭାବକୁ ନେଇ ସ୍ଥିତି ସଙ୍ଗିନ ହୋଇପଡ଼ିଥିଲା ବେଳେ ଲୋକମାନେ ଟ୍ୟାଙ୍କରକୁ ଚାତକ ପରି ଅପେକ୍ଷା କରିଥିଲେ। ଧିରେ ଧିରେ ଆଇସିୟୁକୁ ଅମ୍ଳଜାନ ଯୋଗାଣ କମିଯାଇଥିଲା ବେଳେ ଏଠାରେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନଙ୍କର ମୃତ୍ୟୁ ହେବାରେ ଲାଗିଥିଲା। ଏହି କାରଣରୁ ରବିବାର ୭ ରୋଗୀଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ମିଳିଥିବା ରିପୋର୍ଟ ଅନୁସାରେ ହସ୍ପିଟାଲରେ ଅମ୍ଳଜାନ ଟ୍ୟାଙ୍କରେ ରବିବାର ଦ୍ବିପ୍ରହରରୁ ହିଁ ପ୍ରେସର କମ୍ ହେବାରେ ଲାଗିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତୁ ଟ୍ୟାଙ୍କ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲା ବେଳେ ଅମ୍ଳଜାନ ନେଇ ଆସୁଥିବା ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲିଯାଇଥିଲେ। ହାଇଦ୍ରାବାଦ- ନାୟାରଣଗୁଡା ପୁଲିସ ବହୁତ କଷ୍ଟରେ ଏହି ଟ୍ୟାଙ୍କରକୁ ଠାବ କରି ହସ୍ପିଟାଲକୁ ଅମ୍ଳଜାନ ପହଞ୍ଚାଯାଇଥିଲେ ହେଁ ସେତେବେଳକୁ ୭ ଜଣଙ୍କ ଜୀବନ ନିର୍ବାପିତ ହୋଇସାରିଥିଲା।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର