CBI ରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସିବିଆଇ ଅଫିସରେ ହାଜର ହୋଇଛନ୍ତି। ଏଥିନେଇ ଦୁଇ ଦିନ ତଳେ ସିବିଆଇ ପକ୍ଷରୁ କେଜ୍ରିୱାଲଙ୍କୁ ସମନ କରାଯାଇଥିଲା। ଏହାପରେ କେଜ୍ରିୱାଲ CBI କୁ ସହଯୋଗ କରିବେ ବୋଲି କହିଥିଲେ। କିନ୍ତୁ ଜେରାରେ କେଜ୍ରିୱାଲଙ୍କୁ ଗିରଫ ହେବାର ଭୟ ଘାରିଛି। ସେ ନିଜେ ମଧ୍ୟ ଏଥିନେଇ ଶନିବାର ଇସାରା ଦେଇଛନ୍ତି। ତାଙ୍କୁ ସିବିଆଇ ନିଶ୍ଚିତ ଗିରଫ କରିବ ବୋଲି କହିଥିଲେ। ଏହିକ୍ରମରେ ବିଜେପି ଉପରେ ବର୍ଷିବା […]

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସିବିଆଇ ଅଫିସରେ ହାଜର ହୋଇଛନ୍ତି। ଏଥିନେଇ ଦୁଇ ଦିନ ତଳେ ସିବିଆଇ ପକ୍ଷରୁ କେଜ୍ରିୱାଲଙ୍କୁ ସମନ କରାଯାଇଥିଲା। ଏହାପରେ କେଜ୍ରିୱାଲ CBI କୁ ସହଯୋଗ କରିବେ ବୋଲି କହିଥିଲେ। କିନ୍ତୁ ଜେରାରେ କେଜ୍ରିୱାଲଙ୍କୁ ଗିରଫ ହେବାର ଭୟ ଘାରିଛି। ସେ ନିଜେ ମଧ୍ୟ ଏଥିନେଇ ଶନିବାର ଇସାରା ଦେଇଛନ୍ତି। ତାଙ୍କୁ ସିବିଆଇ ନିଶ୍ଚିତ ଗିରଫ କରିବ ବୋଲି କହିଥିଲେ। ଏହିକ୍ରମରେ ବିଜେପି ଉପରେ ବର୍ଷିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ନିଶାଣ କରିଥିଲେ କେଜ୍ରିୱାଲ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ସମେତ ରାଉଜ୍‌ ଆଭେନ୍ୟୂସ୍ଥିତ ଆମ ଆଦମୀ ପାର୍ଟି (ଆପ୍‌)ମୁଖ୍ୟାଳୟ ପରିସର ସାମ୍ନାରେ ବ୍ୟାରକେଡ୍‌ ଲଗାଯିବା ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀ ପୁଲିସ ବ୍ୟତୀତ ଅର୍ଦ୍ଧ ସାମରିକ ବାହିନୀର ୧୦୦୦ ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହାବ୍ୟତୀତ ଆପ୍‌ କର୍ମୀଙ୍କ ଦ୍ବାରା କୌଣସି ଗଣ୍ଡଗୋଳ କରାଯିବା ଆଶଙ୍କାରେ ସହରର ପ୍ରମୁଖ ଅଞ୍ଚଳରେ ମଧ୍ୟ ବ୍ୟାପକ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀ ପୁଲିସର ବହୁ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ବିଭିନ୍ନ ଇଲାକାରେ ଆଇନଶୃଙ୍ଖଳା ବଜାୟ ରଖିବା ଦାୟିତ୍ବ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଦିଲ୍ଲୀ ଅବକାରୀ ଘୋଟାଲାକୁ ନେଇ ସିବିଆଇ ଏବଂ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ଯାହା କିଛି କୁହାଯାଉଛି ତାହା ସମ୍ପୂର୍ଣ୍ଣ ମିଛ। ଏଥିରେ ଅଣାକର ବି ସତ୍ୟତା ନାହିଁ। ଏହି ଦୁଇ କେନ୍ଦ୍ରୀୟ ଏଜେନ୍ସି ସବୁ କାମଧନ୍ଦା ଛାଡି କେବଳ ଅବକାରୀ ଦୁର୍ନୀତି ପଛରେ ପଡ଼ିଛନ୍ତି। ଏପରିକି ଏହି ବିଷୟକୁ ନେଇ ଅଦାଲତରେ ମଧ୍ୟ ଏହି ଦୁଇ ଏଜେନ୍ସି ଆପ୍‌ ବିରୋଧରେ ମିଛ କହିଛନ୍ତି । ଏହା ବିଜେପିର ପୁରା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କେଜ୍ରିୱାଲ କହିଥିଲେ। ଏହିକ୍ରମରେ ସେ ଯାଞ୍ଚ ଏଜେନ୍ସିମାନଙ୍କ କର୍ତ୍ତୃତ୍ବକୁ ଚ୍ୟାଲେଞ୍ଜ କରି ଏକ ଉଦାହରଣ ଦେଇ କହିଛନ୍ତି ଯେ, ‘ଧରି ନିଅନ୍ତୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗତ ସେପ୍ଟମ୍ବର ମାସ ୧୯ ତାରିଖ ସନ୍ଧ୍ୟାରେ ୧୦୦୦ କୋଟି ଟଙ୍କା ଦେଇଛି ବୋଲି ଦାବି କରୁଛି। କିନ୍ତୁ ଏହାକୁ ନେଇ କ’ଣ କୌଣସି ଯାଞ୍ଚ ଏଜେନ୍ସି ମୋଦୀଙ୍କୁ ଗିରଫ କରିବ କି’ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ମଦ ଦୂର୍ନୀତିକୁ ନେଇ ଯାଞ୍ଚ ଏଜେନ୍ସିଗୁଡିକ ଯେଉଁ ପ୍ରମାଣ ଓ ତଥ୍ୟ ପାଇଛନ୍ତି ବୋଲି କହୁଛନ୍ତି ତାହା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କେଜ୍ରିୱାଲ କହିଥିଲେ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର