ଜାପାନ ପ୍ରାଧନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ଫୁଟିଲା ବୋମା, ଭାଷଣ ଦେବା ସମୟରେ ଫିଙ୍ଗାଗଲା ପାଇପ ବମ

The Sakala Picture
Published On

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ସଭାରେ ୧୫ ଏପ୍ରିଲ ଅର୍ଥାତ୍‌ ଶନିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓ୍ବାକାୟାମା ସହରରେ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଭାଷଣ ଆରମ୍ଭ ହେବାର ଠିକ ପୂର୍ବରୁ ହୋଇଛି। ଏହି ସମୟରେ ଖୁବ ଜୋରରେ ବିସ୍ଫୋରଣର ଶବ୍ଦ ଶୁଭିଥିଲା। ସୂଚନା ଅନୁଯାୟୀ, ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଉପରେ ସ୍ମୋକ ବମ ଦ୍ୱାରା ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ବିସ୍ଫୋରଣ ଖୁବ ଜୋରରେ […]

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ସଭାରେ ୧୫ ଏପ୍ରିଲ ଅର୍ଥାତ୍‌ ଶନିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓ୍ବାକାୟାମା ସହରରେ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଭାଷଣ ଆରମ୍ଭ ହେବାର ଠିକ ପୂର୍ବରୁ ହୋଇଛି। ଏହି ସମୟରେ ଖୁବ ଜୋରରେ ବିସ୍ଫୋରଣର ଶବ୍ଦ ଶୁଭିଥିଲା। ସୂଚନା ଅନୁଯାୟୀ, ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଉପରେ ସ୍ମୋକ ବମ ଦ୍ୱାରା ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ବିସ୍ଫୋରଣ ଖୁବ ଜୋରରେ ହୋଇଥିଲା। ଯେଉଁ ସ୍ଥାନକୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଭାଷଣ ଦେବାକୁ ଯାଇଥିଲେ, ସେଠାକାର ଏକ ଭିଡିଓ ଏବେ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଭିଡିଓରେ ଦେଖିବାକୁ ମିଳିଛି ବିସ୍ଫୋରଣ ପରେ ଘଟଣାସ୍ଥଳରେ ଥିବା ଲୋକେ ଦୌଡିବାକୁ ଲାଗିଛନ୍ତି। ଜଣେ ବ୍ୟକ୍ତିଙ୍କୁ କେତେଜଣ ଲୋକେ ତଳେ ପକାଇ ଦେଇ ମାଡି ବସି ଧରିଛନ୍ତି। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହିବା ସହ ଜଣେ ବ୍ୟକ୍ତିଙ୍କୁ ଧରି ରଖିଛି। ତିନିରୁ ଚାରି ଜଣ ପୋଲିସ ଅଧିକାରୀ ଉକ୍ତ ବ୍ୟକ୍ତିଙ୍କୁ ଧରି ନେଇଛନ୍ତି। ଏହି ଘଟଣା ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ଜାପାନ ପ୍ରଧାନମନ୍ତ୍ରୀ ଶାସକ ଲିବରଲ ଡୋମୋକ୍ରାର୍ଟିକ ପାର୍ଟିର ଜାଣେ ପ୍ରାର୍ଥୀଙ୍କ ସହ ସ୍ପିଚ ଦେବାର ଥିଲା।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର