କରୋନା ଆଗରେ ହାର ମାନିଲେ ବିହାରର ବାହୁବଳୀ ସାଂସଦ, ତିହାଡ ଜେଲରେ ମୃତ୍ୟୁ

The Sakala Picture
Published On

ନୂଆଦିଲ୍ଲୀ: ବିହାରର ସିବାନର ପୂର୍ବତନ ସାଂସଦ ତଥା ଆରଜେଡି ନେତା ଓ କୁଖ୍ୟାତ ମାଫିଆ ଡନ୍ ମହମ୍ମଦ ଶାହାବୁଦ୍ଦିନର କରୋନାରେ ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହେବା ପରେ ଶାହାବୁଦ୍ଦିନକୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶାହାବୁଦ୍ଦିନ ବିରୋଧରେ ହତ୍ୟା ସମେତ ଅନେକ ସଂଗୀନ ଅଭିଯୋଗ ଥିଲା । ପ୍ରଥମେ ମୃତ୍ୟୁ ସୂଚନା ମିଛ ବୋଲି ଖବର ଆସୁଥିଲେ ମଧ୍ୟ ତିହାଡ ଜେଲ ଡିଜି ଶାହାବୁଦ୍ଦିନର ମୃତ୍ୟୁ ଖବରକୁ ସ୍ୱୀକାର କରିଛନ୍ତି । […]

ନୂଆଦିଲ୍ଲୀ: ବିହାରର ସିବାନର ପୂର୍ବତନ ସାଂସଦ ତଥା ଆରଜେଡି ନେତା ଓ କୁଖ୍ୟାତ ମାଫିଆ ଡନ୍ ମହମ୍ମଦ ଶାହାବୁଦ୍ଦିନର କରୋନାରେ ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହେବା ପରେ ଶାହାବୁଦ୍ଦିନକୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶାହାବୁଦ୍ଦିନ ବିରୋଧରେ ହତ୍ୟା ସମେତ ଅନେକ ସଂଗୀନ ଅଭିଯୋଗ ଥିଲା । ପ୍ରଥମେ ମୃତ୍ୟୁ ସୂଚନା ମିଛ ବୋଲି ଖବର ଆସୁଥିଲେ ମଧ୍ୟ ତିହାଡ ଜେଲ ଡିଜି ଶାହାବୁଦ୍ଦିନର ମୃତ୍ୟୁ ଖବରକୁ ସ୍ୱୀକାର କରିଛନ୍ତି । କରୋନା ସଂକ୍ରମିତ ହେବା ପରେ ଶାହାବୁଦ୍ଦିନ ଜେଲ ଡାକ୍ତରଙ୍କ ନିରୀକ୍ଷଣରେ ଥିଲେ । ତେବେ ପରେ ତାକୁ ଭେଣ୍ଟିଲେଟରକୁ ସ୍ଥାନାନ୍ତିରତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

ଶାହାବୁଦ୍ଦିନ କିଏ ?

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

୧୯ ବର୍ଷ ବୟସରେ ଶାହାବୁଦ୍ଦିନ ବିରୋଧରେ ପ୍ରଥମ ଆପରାଧିକ ମାମଲା ଦାଏର ହୋଇଥିଲା । ରାଜନୀତି ବିଜ୍ଞାନରେ ଏମଏ ଓ ପିଏଚଡି କରିଥିବା ଶାହାବୁଦ୍ଦିନ ସିବାନରେ ଆତଙ୍କର ରୂପ ଥିଲା । କଲେଜ ସମୟରୁ ହିଁ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା । ପ୍ରଥମେ ସିବାନରେ ଆତଙ୍କ ସୃଷ୍ଟି କରିଥିବା ଶାହାବୁଦ୍ଦିନର ରାଜନୈତିକ ପ୍ରତିପତି ବୃଦ୍ଧି ସହିତ ସମଗ୍ର ରାଜ୍ୟରେ ଆତଙ୍କ ବଢିଥିଲା । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଶାହାବୁଦ୍ଦିନ ଉପରେ ଆର୍ଶିବାଦ ଥିବା ଅଭିଯୋଗ ହୁଏ । ୧୯୯୬ରେ ଲାଲୁ ଯାଦବଙ୍କ କୃପାରୁ ଶାହାବୁଦ୍ଦିନ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

୨୦୦୪ରେ ଚନ୍ଦା ବାବୁଙ୍କ ତିନି ପୁଅ ସତୀଶ, ଗିରୀଶ ଓ ରାଜୀବଙ୍କ ଅପହରଣ ଶାହାବୁଦ୍ଦିନ ଆଦେଶରେ ହୋଇଥିଲା । ଗିରିଶ ଓ ସତୀଶଙ୍କୁ ଏସିଡ କୁଣ୍ଡରେ ପକାଇ ହତ୍ୟା କରାଯାଇଥିଲା । ଅନ୍ୟପକ୍ଷରେ ଏହି ମାମଲାର ସାକ୍ଷୀ ରାଜୀବ କୌଣସି ପ୍ରକାରେ ସେଠାରୁ ଖସି ଚାଲି ଯାଇଥିଲେ । ପରେ ରାଜୀବ ଏହି ମାମଲାରେ ସାକ୍ଷୀ ହୋଇଥିଲେ । ତେବେ ୨୦୧୫ରେ ସିବାନର ଡିଏଭି ରୋଡରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାର ମାତ୍ର ୧୮ ଦିନ ପୂର୍ବରୁ ରାଜୀବଙ୍କ ବିବାହ ହୋଇଥିଲା ।

01 May 2021 By The Sakala

କରୋନା ଆଗରେ ହାର ମାନିଲେ ବିହାରର ବାହୁବଳୀ ସାଂସଦ, ତିହାଡ ଜେଲରେ ମୃତ୍ୟୁ

ନୂଆଦିଲ୍ଲୀ: ବିହାରର ସିବାନର ପୂର୍ବତନ ସାଂସଦ ତଥା ଆରଜେଡି ନେତା ଓ କୁଖ୍ୟାତ ମାଫିଆ ଡନ୍ ମହମ୍ମଦ ଶାହାବୁଦ୍ଦିନର କରୋନାରେ ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହେବା ପରେ ଶାହାବୁଦ୍ଦିନକୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶାହାବୁଦ୍ଦିନ ବିରୋଧରେ ହତ୍ୟା ସମେତ ଅନେକ ସଂଗୀନ ଅଭିଯୋଗ ଥିଲା । ପ୍ରଥମେ ମୃତ୍ୟୁ ସୂଚନା ମିଛ ବୋଲି ଖବର ଆସୁଥିଲେ ମଧ୍ୟ ତିହାଡ ଜେଲ ଡିଜି ଶାହାବୁଦ୍ଦିନର ମୃତ୍ୟୁ ଖବରକୁ ସ୍ୱୀକାର କରିଛନ୍ତି । କରୋନା ସଂକ୍ରମିତ ହେବା ପରେ ଶାହାବୁଦ୍ଦିନ ଜେଲ ଡାକ୍ତରଙ୍କ ନିରୀକ୍ଷଣରେ ଥିଲେ । ତେବେ ପରେ ତାକୁ ଭେଣ୍ଟିଲେଟରକୁ ସ୍ଥାନାନ୍ତିରତ କରାଯାଇଥିଲା ।

ଶାହାବୁଦ୍ଦିନ କିଏ ?

୧୯ ବର୍ଷ ବୟସରେ ଶାହାବୁଦ୍ଦିନ ବିରୋଧରେ ପ୍ରଥମ ଆପରାଧିକ ମାମଲା ଦାଏର ହୋଇଥିଲା । ରାଜନୀତି ବିଜ୍ଞାନରେ ଏମଏ ଓ ପିଏଚଡି କରିଥିବା ଶାହାବୁଦ୍ଦିନ ସିବାନରେ ଆତଙ୍କର ରୂପ ଥିଲା । କଲେଜ ସମୟରୁ ହିଁ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା । ପ୍ରଥମେ ସିବାନରେ ଆତଙ୍କ ସୃଷ୍ଟି କରିଥିବା ଶାହାବୁଦ୍ଦିନର ରାଜନୈତିକ ପ୍ରତିପତି ବୃଦ୍ଧି ସହିତ ସମଗ୍ର ରାଜ୍ୟରେ ଆତଙ୍କ ବଢିଥିଲା । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଶାହାବୁଦ୍ଦିନ ଉପରେ ଆର୍ଶିବାଦ ଥିବା ଅଭିଯୋଗ ହୁଏ । ୧୯୯୬ରେ ଲାଲୁ ଯାଦବଙ୍କ କୃପାରୁ ଶାହାବୁଦ୍ଦିନ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

୨୦୦୪ରେ ଚନ୍ଦା ବାବୁଙ୍କ ତିନି ପୁଅ ସତୀଶ, ଗିରୀଶ ଓ ରାଜୀବଙ୍କ ଅପହରଣ ଶାହାବୁଦ୍ଦିନ ଆଦେଶରେ ହୋଇଥିଲା । ଗିରିଶ ଓ ସତୀଶଙ୍କୁ ଏସିଡ କୁଣ୍ଡରେ ପକାଇ ହତ୍ୟା କରାଯାଇଥିଲା । ଅନ୍ୟପକ୍ଷରେ ଏହି ମାମଲାର ସାକ୍ଷୀ ରାଜୀବ କୌଣସି ପ୍ରକାରେ ସେଠାରୁ ଖସି ଚାଲି ଯାଇଥିଲେ । ପରେ ରାଜୀବ ଏହି ମାମଲାରେ ସାକ୍ଷୀ ହୋଇଥିଲେ । ତେବେ ୨୦୧୫ରେ ସିବାନର ଡିଏଭି ରୋଡରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାର ମାତ୍ର ୧୮ ଦିନ ପୂର୍ବରୁ ରାଜୀବଙ୍କ ବିବାହ ହୋଇଥିଲା ।

https://www.thesakala.in/national-international/former-rjd-ex-mp-mohammad-shahabuddin-dies-from-covid19/article-1946
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର