୫ ପିଲାଙ୍କ ସହ କେନାଲକୁ ଡେଇଁ ପଡିଲେ ସ୍ବାମୀ- ସ୍ତ୍ରୀ, ସମସ୍ତଙ୍କ ମୃତଦେହ ଉଦ୍ଧାର

The Sakala Picture
Published On

ଜୟପୁର: ରାଜସ୍ଥାନର ଜାଲୋର ଜିଲ୍ଲାର ସାଞ୍ଚୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ।  ସ୍ୱାମୀ-ସ୍ତ୍ରୀ ନିଜ ୫ ପିଲାଙ୍କ ସହ ନର୍ମଦା କେନାଲକୁ ଡେଇଁ ପଡ଼ିଥିଲେ । ପରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛଅ ଜଣଙ୍କ ହାତ ଜଣେ ଅନ୍ୟଜଣଙ୍କ ସହ ରଶିରେ ବନ୍ଧା ହୋଇଥିଲା। ପ୍ରଥମେ ୯ ବର୍ଷର ଜଣେ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ଅନ୍ୟ ଛଅଜଣଙ୍କ ଶବ ମିଳିଥିଲା । ମୃତକମାନେ ହେଲେ ଶଙ୍କରାରାମ, ତାଙ୍କ […]

ଜୟପୁର: ରାଜସ୍ଥାନର ଜାଲୋର ଜିଲ୍ଲାର ସାଞ୍ଚୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ।  ସ୍ୱାମୀ-ସ୍ତ୍ରୀ ନିଜ ୫ ପିଲାଙ୍କ ସହ ନର୍ମଦା କେନାଲକୁ ଡେଇଁ ପଡ଼ିଥିଲେ । ପରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛଅ ଜଣଙ୍କ ହାତ ଜଣେ ଅନ୍ୟଜଣଙ୍କ ସହ ରଶିରେ ବନ୍ଧା ହୋଇଥିଲା। ପ୍ରଥମେ ୯ ବର୍ଷର ଜଣେ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ଅନ୍ୟ ଛଅଜଣଙ୍କ ଶବ ମିଳିଥିଲା । ମୃତକମାନେ ହେଲେ ଶଙ୍କରାରାମ, ତାଙ୍କ ପତ୍ନୀ ବାଦଲୀ, ଝିଅ ରମିଲା, ପୁଅ ପ୍ରକାଶ, ଝିଅ କେଗି, ଝିଅ ଜାନକୀ ଏବଂ ପୁଅ ହିତେଶଙ୍କ ଶବ କେନାଲରୁ ଉଦ୍ଧାର କରାଯାଇଛି ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ଗଲିପାର ଭମ୍ବର ସିଂ ରାଜପୁତ ନାମକ ଜଣେ ବ୍ୟକ୍ତି ହେଲ୍ପଲାଇନ ୧୦୧ ଅଭୟ କମାଣ୍ଡ ଜାଲୋରକୁ ସୂଚନା ଦେଇଥିଲେ ଯେ ଶଙ୍କାରାର ତା ସ୍ତ୍ରୀ ସହ ଝଗଡ଼ା ହୋଇଥିଲା । ସେ ରାଗରେ ପତ୍ନୀ ଏବଂ ପିଲାଙ୍କ ସହ ଘରୁ ବାହାରି ସିଦ୍ଧେଶ୍ୱରରେ ପହଞ୍ଚିଥିଲା । ପିଲାଙ୍କ ମଧ୍ୟରେ ୩ ଝିଅ ଓ ୨ ପୁଅ ସାମିଲ ଥିଲେ । ଏମାନଙ୍କ କପଡ଼ା ନର୍ମଦା ନଦୀର ମୁଖ୍ୟ କେନାଲ ପାଖରେ ପଡ଼ିଥିବାର ମିଳିଥିଲା । ସାଞ୍ଚୌର ସିଓ ରୁପାସିଂହ ଇନ୍ଦା କହିଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଉଭୟ ନିଜ ପାଞ୍ଚ ପିଲାଙ୍କ ସହ ଘରୁ ବାହାରି ଯାଇଥିଲେ । ଯେଉଁଠାରେ ସେମାନେ କେନାଲକୁ ଡେଇଁ ପଡ଼ିଥିଲେ, ସେଠାରୁ ୨୦୦ ମିଟର ଆଗକୁ ସେମାନଙ୍କ ଶବ ମିଳିଛି । ପୁଲିସକୁ ନଦୀ ବାହାରୁ ମିଳିଥିବା କପଡ଼ା ସହ ଏକ ମୋବାଇଲ୍ ମଧ୍ୟ ମିଳିଛି ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

01 Mar 2023 By The Sakala

୫ ପିଲାଙ୍କ ସହ କେନାଲକୁ ଡେଇଁ ପଡିଲେ ସ୍ବାମୀ- ସ୍ତ୍ରୀ, ସମସ୍ତଙ୍କ ମୃତଦେହ ଉଦ୍ଧାର

ଜୟପୁର: ରାଜସ୍ଥାନର ଜାଲୋର ଜିଲ୍ଲାର ସାଞ୍ଚୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ।  ସ୍ୱାମୀ-ସ୍ତ୍ରୀ ନିଜ ୫ ପିଲାଙ୍କ ସହ ନର୍ମଦା କେନାଲକୁ ଡେଇଁ ପଡ଼ିଥିଲେ । ପରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛଅ ଜଣଙ୍କ ହାତ ଜଣେ ଅନ୍ୟଜଣଙ୍କ ସହ ରଶିରେ ବନ୍ଧା ହୋଇଥିଲା। ପ୍ରଥମେ ୯ ବର୍ଷର ଜଣେ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ଅନ୍ୟ ଛଅଜଣଙ୍କ ଶବ ମିଳିଥିଲା । ମୃତକମାନେ ହେଲେ ଶଙ୍କରାରାମ, ତାଙ୍କ ପତ୍ନୀ ବାଦଲୀ, ଝିଅ ରମିଲା, ପୁଅ ପ୍ରକାଶ, ଝିଅ କେଗି, ଝିଅ ଜାନକୀ ଏବଂ ପୁଅ ହିତେଶଙ୍କ ଶବ କେନାଲରୁ ଉଦ୍ଧାର କରାଯାଇଛି ।

ଗଲିପାର ଭମ୍ବର ସିଂ ରାଜପୁତ ନାମକ ଜଣେ ବ୍ୟକ୍ତି ହେଲ୍ପଲାଇନ ୧୦୧ ଅଭୟ କମାଣ୍ଡ ଜାଲୋରକୁ ସୂଚନା ଦେଇଥିଲେ ଯେ ଶଙ୍କାରାର ତା ସ୍ତ୍ରୀ ସହ ଝଗଡ଼ା ହୋଇଥିଲା । ସେ ରାଗରେ ପତ୍ନୀ ଏବଂ ପିଲାଙ୍କ ସହ ଘରୁ ବାହାରି ସିଦ୍ଧେଶ୍ୱରରେ ପହଞ୍ଚିଥିଲା । ପିଲାଙ୍କ ମଧ୍ୟରେ ୩ ଝିଅ ଓ ୨ ପୁଅ ସାମିଲ ଥିଲେ । ଏମାନଙ୍କ କପଡ଼ା ନର୍ମଦା ନଦୀର ମୁଖ୍ୟ କେନାଲ ପାଖରେ ପଡ଼ିଥିବାର ମିଳିଥିଲା । ସାଞ୍ଚୌର ସିଓ ରୁପାସିଂହ ଇନ୍ଦା କହିଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଉଭୟ ନିଜ ପାଞ୍ଚ ପିଲାଙ୍କ ସହ ଘରୁ ବାହାରି ଯାଇଥିଲେ । ଯେଉଁଠାରେ ସେମାନେ କେନାଲକୁ ଡେଇଁ ପଡ଼ିଥିଲେ, ସେଠାରୁ ୨୦୦ ମିଟର ଆଗକୁ ସେମାନଙ୍କ ଶବ ମିଳିଛି । ପୁଲିସକୁ ନଦୀ ବାହାରୁ ମିଳିଥିବା କପଡ଼ା ସହ ଏକ ମୋବାଇଲ୍ ମଧ୍ୟ ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର