କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୪ କରୋନା ରୋଗୀଙ୍କ ସହ ୨ ନର୍ସ ମୃତ
ଅହମଦାବାଦ: ଗୁଜରାଟର ଭରୁଚରେ ଥିବା ଏକ କୋଭିଡ ହସ୍ପିଟାଲରେ ଶୂକ୍ରବାର ବିଳମ୍ବିତ ରାତିରେ ଭୀଷଣ ନିଆଁ ଲାଗିଛି । ହସ୍ପିଟାଲର କରୋନା ୱାର୍ଡରେ ଲାଗଥିବା ନିଆଁ ଦେଖୁ ଦେଖୁ ଆଇସିୟୁକୁ ବ୍ୟାପି ଯାଇଥିଲା । ଏଥିରେ ୧୬ ଜଣ ଜଣଙ୍କ ମୃତ୍ୟୁ ହୋଇଛି । ୧୪ ରୋଗୀଙ୍କ ସହ ୨ ଜଣ ନର୍ସଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ନିଆଁ ଲାଗିଥିବା ଜଣାପଡ଼ିଛି । Gujarat| Fire breaks out at […]
ଅହମଦାବାଦ: ଗୁଜରାଟର ଭରୁଚରେ ଥିବା ଏକ କୋଭିଡ ହସ୍ପିଟାଲରେ ଶୂକ୍ରବାର ବିଳମ୍ବିତ ରାତିରେ ଭୀଷଣ ନିଆଁ ଲାଗିଛି । ହସ୍ପିଟାଲର କରୋନା ୱାର୍ଡରେ ଲାଗଥିବା ନିଆଁ ଦେଖୁ ଦେଖୁ ଆଇସିୟୁକୁ ବ୍ୟାପି ଯାଇଥିଲା । ଏଥିରେ ୧୬ ଜଣ ଜଣଙ୍କ ମୃତ୍ୟୁ ହୋଇଛି । ୧୪ ରୋଗୀଙ୍କ ସହ ୨ ଜଣ ନର୍ସଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ନିଆଁ ଲାଗିଥିବା ଜଣାପଡ଼ିଛି ।
Gujarat| Fire breaks out at a COVID-19 care centre in Bharuch. Affected patients are being shifted to nearby hospitals. Details awaited. pic.twitter.com/pq88J0eRXY
ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ— ANI (@ANI) April 30, 2021
ସୂଚନାନୁଯାୟୀ, ଭରୁଚ ଜମ୍ବୁସର ହାଇୱେରେ ଥିବା ପଟେଲ ୱେଲଫେୟାର ହସ୍ପିଟାଲର ପ୍ରଥମ ମହଲାରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ରୁ ୧ଟା ମଧ୍ୟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିଥିବା ସ୍ଥାନ ନିକଟରେ ହିଁ ଆଇସିୟୁ ୱାର୍ଡ ଥିଲା । ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ ରୋଗୀଙ୍କୁ ବାହାରକୁ ବାହର କରିବାକୁ ସମୟ ହିଁ ନଥିଲା । ରୋଗୀଙ୍କୁ ବାହାର କରିବା ବେଳକୁ ଅନେକ ନିଆଁ ଭିତରେ ଫସି ଯାଇଥିଲେ । ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।
ସୂଚନା ଅନୁସାରେ, କରୋନା ୱାର୍ଡରେ ୪୯ ଜଣ ଆକ୍ରାନ୍ତ ଥିଲେ । ଯେଉଁଥିରୁ ପ୍ରାୟ ୨୪ ଜଣ ଆକ୍ରାନ୍ତ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସ୍ଥାନୀୟ ଜିଲ୍ଲାପାଳଙ୍କ ଅନୁସାରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଆକ୍ରାନ୍ତଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ନିଆଁ କେମିତି ଲାଗିଲା ଏଯାଏଁ ଜଣାପଡ଼ିନାହିଁ । ମାମଲାର ତଦନ୍ତ ଚାଲିଛି ।
କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୪ କରୋନା ରୋଗୀଙ୍କ ସହ ୨ ନର୍ସ ମୃତ
ଅହମଦାବାଦ: ଗୁଜରାଟର ଭରୁଚରେ ଥିବା ଏକ କୋଭିଡ ହସ୍ପିଟାଲରେ ଶୂକ୍ରବାର ବିଳମ୍ବିତ ରାତିରେ ଭୀଷଣ ନିଆଁ ଲାଗିଛି । ହସ୍ପିଟାଲର କରୋନା ୱାର୍ଡରେ ଲାଗଥିବା ନିଆଁ ଦେଖୁ ଦେଖୁ ଆଇସିୟୁକୁ ବ୍ୟାପି ଯାଇଥିଲା । ଏଥିରେ ୧୬ ଜଣ ଜଣଙ୍କ ମୃତ୍ୟୁ ହୋଇଛି । ୧୪ ରୋଗୀଙ୍କ ସହ ୨ ଜଣ ନର୍ସଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ନିଆଁ ଲାଗିଥିବା ଜଣାପଡ଼ିଛି ।
Gujarat| Fire breaks out at a COVID-19 care centre in Bharuch. Affected patients are being shifted to nearby hospitals. Details awaited. pic.twitter.com/pq88J0eRXY
— ANI (@ANI) April 30, 2021