ସେଲ୍ଫି ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି, ଟିମ୍‌ ସହ ଦୁର୍ବ୍ୟବହାର ହୋଇଥିବା ଥାନାରେ ଅଭିଯୋଗ

The Sakala Picture
Published On

ମୁମ୍ବାଇ: ସୋମବାର ଦିନ ମୁମ୍ବାଇର ଚେମ୍ବୁରଠାରେ ଏକ କନସର୍ଟ ଚାଲିଥିବାବେଳେ ସେଲ୍ଫି ନେବା ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହିତ ସୋନୁଙ୍କ ଟିମ୍‌ ସହ ମଧ୍ୟ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ୍‌ ‌ଷ୍ଟେସନ୍‌ରେ ପହଞ୍ଚିଛନ୍ତି ନିଜେ କଣ୍ଠଶିଳ୍ପୀ ସୋନୁ ନିଗମ। ସୂଚନା ଅନୁସାରେ, ଇଭେଣ୍ଟ ଶେଷ ହେବା ପରେ ସୋନୁ ନିଗମ ମଞ୍ଚରୁ ଓହ୍ଲାଉଥିବା ବେଳେ ଜଣେ ଫ୍ୟାନ୍ ତାଙ୍କ ସହ ଜବରଦସ୍ତି […]

ମୁମ୍ବାଇ: ସୋମବାର ଦିନ ମୁମ୍ବାଇର ଚେମ୍ବୁରଠାରେ ଏକ କନସର୍ଟ ଚାଲିଥିବାବେଳେ ସେଲ୍ଫି ନେବା ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହିତ ସୋନୁଙ୍କ ଟିମ୍‌ ସହ ମଧ୍ୟ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ୍‌ ‌ଷ୍ଟେସନ୍‌ରେ ପହଞ୍ଚିଛନ୍ତି ନିଜେ କଣ୍ଠଶିଳ୍ପୀ ସୋନୁ ନିଗମ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ସୂଚନା ଅନୁସାରେ, ଇଭେଣ୍ଟ ଶେଷ ହେବା ପରେ ସୋନୁ ନିଗମ ମଞ୍ଚରୁ ଓହ୍ଲାଉଥିବା ବେଳେ ଜଣେ ଫ୍ୟାନ୍ ତାଙ୍କ ସହ ଜବରଦସ୍ତି ସେଲଫି ନେବା ପାଇଁ ତାଙ୍କୁ ଧରି ପକାଇଥିଲେ । ସୋନୁଙ୍କ ଦୁଇ ଜଣ ଷ୍ଟାଫ୍ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲାବେଳେ ଫ୍ୟାନ୍ ଜଣକ ଧକ୍କା ଦେବାରୁ ଉଭୟ ତଳେ ପଡ଼ିଯାଇଥିଲେ । ଧସ୍ତାଧସ୍ତିରେ ସୋନୁ ମଧ୍ୟ ମଞ୍ଚ ସିଡ଼ିରେ ପଡିଯାଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ଏହି ଘଟଣା ପରେ ସୋନୁଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋନୁଙ୍କ ସହ ଧସ୍ତାଧସ୍ତି କରିଥିବା ବ୍ୟକ୍ତି ଜଣକ ଜଣେ ସ୍ଥାନୀୟ ନେତାଙ୍କ ପୁଅ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର