୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲାଗୁ କରିପାରନ୍ତି ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି), ଅମିତ ଶାହଙ୍କ ବଡ଼ ସୂଚନା

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ଖୁବ୍‌ଶୀଘ୍ର ଲାଗୁ ହୋଇପାରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଅର୍ଥାତ ଏକକ ନାଗରିକ ସଂହିତା। ୟୁନିଫର୍ମ ସିଭିଲ୍ କୋଡ୍ ନେଇ କ୍ରମାଗତ ଭାବରେ ଭାରତରେ ଦାବି କରାଯାଉଛି। ଯାହାକୁ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ ବିବୃତ୍ତି ଦେଇ କହିଛନ୍ତି ଦେଶର ବିଜେପି ସରକାର ୟୁସିସି ଆଡକୁ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ରର କୋଲହାପୁରରେ ଆୟୋଜିତ ଏକ ରାଲିରେ ଅମିତ ଶାହ କହିଛନ୍ତି ଯେ […]

ନୂଆଦିଲ୍ଲୀ : ଦେଶରେ ଖୁବ୍‌ଶୀଘ୍ର ଲାଗୁ ହୋଇପାରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଅର୍ଥାତ ଏକକ ନାଗରିକ ସଂହିତା। ୟୁନିଫର୍ମ ସିଭିଲ୍ କୋଡ୍ ନେଇ କ୍ରମାଗତ ଭାବରେ ଭାରତରେ ଦାବି କରାଯାଉଛି। ଯାହାକୁ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ ବିବୃତ୍ତି ଦେଇ କହିଛନ୍ତି ଦେଶର ବିଜେପି ସରକାର ୟୁସିସି ଆଡକୁ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ରର କୋଲହାପୁରରେ ଆୟୋଜିତ ଏକ ରାଲିରେ ଅମିତ ଶାହ କହିଛନ୍ତି ଯେ ଦେଶ ବର୍ତ୍ତମାନ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଆଡକୁ ଗତି କରିଛି।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଦେଶରେ ବିଭିନ୍ନ ସଂପ୍ରଦାୟକୁ ନେଇ ପ୍ରଚଳିତ ଭିନ୍ନ ନିୟମ ଜାତୀୟ ଏକତା ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି କେନ୍ଦ୍ର ସରକାର କହିବା ସହିତ ଏକକ ନାଗରିକ ସଂହିତା ଲାଗୁ କରାଯିବାର ଆବଶ୍ୟକତା ରହିଛି ବୋଲି ଏହା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଫଳରେ କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ୟୁସିସି ଲାଗୁ କରିବାକୁ ପ୍ରସ୍ତୁତି ନେଇଥିବା କୁହାଯାଉଛି। ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରାଯାଇପାରେ ବୋଲି କେତେକ ମହଲ ଆକଳନ କରାଯାଉଥିବା ବେଳେ ଅମିତ ଶାହଙ୍କ ବୟାନ ଏହି ଆଲୋଚନାକୁ ବଳ ଯୋଗାଇଛି।

ଆହୁରି ପଢ଼ନ୍ତୁ: ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ କୋର୍ଟରେ ହାଜର ନହେବାକୁ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣା, ଉଠାଇଲେ 'ସ୍ୱାର୍ଥର ସଂଘାତ' ଅଭିଯୋଗ

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଏନେଇ ବଡ଼ ପଦକ୍ଷେପ ନେଇପାରେ 

ଆହୁରି ପଢ଼ନ୍ତୁ: ଓଡିଶା ସୋସାଇଟି ଅଫ କାନାଡ଼ା ତରଫରୁ ଉତ୍କଳ ଦିବସ ପାଳନ

ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏହି ବିବୃତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ଆଗାମୀ ପଦକ୍ଷେପକୁ ଲୋକମାନେ ଚାହିଁବସିଛନ୍ତି। କୁହାଯାଉଛି କି ତିନି ତଲାକ ଏବଂ  ଧାରା ୩୭୦ ରଦ୍ଦ କରିବା ପରେ ବର୍ତ୍ତମାନ ମୋଦୀ ସରକାର ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଆଉ ବିଜେପି ‘ମିଶନ ୨୦୨୪’ ପୂର୍ବରୁ ଏନେଇ ବଡ଼ ପଦକ୍ଷେପ ନେଇ ପାରେ।

ୟୁସିସି ଗଠନ ପାଇଁ କାର୍ଯ୍ୟ କରୁଥିବା ବିଜେପି ସରକାର: ଅମିତ ଶାହା

କୋଲହାପୁରରେ ଏକ ରାଲିରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ମୋଦୀ ସରକାର ତିନି ତଲାକ ଶେଷ କରିଛନ୍ତି ଏବଂ ମୁସଲମାନ ମହିଳାମାନଙ୍କୁ ଅଧିକାର ଦେଇଛନ୍ତି। ଧାରା ୩୭୦ ଏବଂ ୩୫ A  ଉଚ୍ଛେଦ କରିଛି। ଗୋଟିଏ ଦେଶରେ ଦୁଇଟି ନିୟମ କାମ କରିବ ନାହିଁ। ୟୁସିସି ଗଠନ ପାଇଁ ବିଜେପି ସରକାର କାର୍ଯ୍ୟ କରୁଛନ୍ତି।

କେଉଁ ରାଜ୍ୟଗୁଡ଼ିକରେ ୟୁନିଫର୍ମ ସିଭିଲ୍ କୋଡ୍ ଅଛି?

ଗୋଆରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ପ୍ରଯୁଜ୍ୟ ହୋଇଥିବାବେଳେ ଗୁଜୁରାଟ ସରକାର ୟୁନିଫର୍ମ ସିଭିଲ କୋଡ ପାଇଁ ଏକ କମିଟି ଗଠନ କରିଛନ୍ତି। ଆସାମରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ବିବେଚନା କରାଯାଉଥିବାବେଳେ ଉତ୍ତରପ୍ରଦେଶ ସରକାର ଏ ସମ୍ପର୍କରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ସରକାର ମଧ୍ୟ ୟୁସିସି ଲାଗୁ କରିବାକୁ ସୂଚିତ କରିଛନ୍ତି। ଯେତେବେଳେ କି, ହିମାଚଳ ପ୍ରଦେଶରେ UCC ଲାଗୁ କରିବାର କଳ୍ପନା ମଧ୍ୟ ଚାଲିଛି।

କେଉଁ ଦେଶରେ UCC ପୂର୍ବରୁ ପ୍ରଯୁଜ୍ୟ?

ଯଦିଓ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଭାରତରେ ଲାଗୁ ହୋଇନାହିଁ, ତଥାପି ବିଶ୍ୱରେ ଅନେକ ଦେଶ ଅଛି ଯେଉଁଠାରେ ଏହା କାର୍ଯ୍ୟକାରୀ ହୋଇସାରିଛି । ଏହି ଦେଶଗୁଡିକରେ ଆମେରିକା, ସୁଦାନ, ପାକିସ୍ଥାନ, ଇଣ୍ଡୋନେସିଆ, ଆୟର୍ଲାଣ୍ଡ, ବାଂଲାଦେଶ, ମାଲେସିଆ, ତୁର୍କୀ ଏବଂ ଇଜିପ୍ଟରେ ୟୁନିଫର୍ମ ସିଭିଲ କୋଡ ପ୍ରଯୁଜ୍ୟ ।

ୟୁନିଫର୍ମ ସିଭିଲ୍ କୋଡ୍ କ’ଣ?

ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ମୁଖ୍ୟତଃ ଭାରତ ପାଇଁ ଗୋଟିଏ ଆଇନ ପ୍ରଣୟନ କରିବାକୁ ଆହ୍ୱାନ ପ୍ରଦାନ କରେ, ଯାହା ବ୍ୟକ୍ତିଗତ ପ୍ରସଙ୍ଗରେ ବିବାହ, ଛାଡପତ୍ର, ଉତ୍ତରାଧିକାରୀ, ପୋଷ୍ୟ ସନ୍ତାନ ଇତ୍ୟାଦିରେ ପ୍ରଯୁଜ୍ୟ। ଏହା ସମ୍ବିଧାନର ଧାରା ୪୪ ଅନୁଯାୟୀ ଆସିଛି, ଯେଉଁଥିରେ ଦର୍ଶାଯାଇଛି ଯେ ସମଗ୍ର ଭାରତର ନାଗରିକଙ୍କ ପାଇଁ ୟୁନିଫର୍ମ ସିଭିଲ କୋଡ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବ।

ସମ୍ପ୍ରତି, ବିଭିନ୍ନ ଧର୍ମର ଅନୁଗାମୀମାନଙ୍କ ପାଇଁ ବିଭିନ୍ନ ନିୟମ ଭାରତରେ ଏହି ଦିଗଗୁଡିକୁ ନିୟନ୍ତ୍ରିତ କରିଥାଏ, ଉଦାହରଣ ସ୍ୱରୂପ, ହିନ୍ଦୁ ବିବାହ ଆଇନ, ହିନ୍ଦୁ ଉତ୍ତରାଧିକାରୀ ଆଇନ, ଭାରତୀୟ ଖ୍ରୀଷ୍ଟିଆନ ବିବାହ ଆଇନ, ପାର୍ସୀ ବିବାହ ଏବଂ ଛାଡପତ୍ର ଆଇନ। କିନ୍ତୁ, ମୁସଲମାନ ବ୍ୟକ୍ତିଗତ ନିୟମଗୁଡିକ କୋଡ଼ିପାଏଡ୍ ହୋଇନାହିଁ ଏବଂ ତାହା ସେମାନଙ୍କର ଧାର୍ମିକ ଗ୍ରନ୍ଥ ଉପରେ ଆଧାରିତ। ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଦେଶରେ ଲାଗୁ ହେଲେ ଉତ୍ତରାଧିକାରୀ ବାଛିବା, ଛାଡ଼ପତ୍ର, ବିବାହା, ବିବାହ ବୟସ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଭଳି ନିୟମ ସବୁ ଧର୍ମ ପାଇଁ ସମାନ ହୋଇଯିବ।

20 Feb 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର