ଆମେରିକା ଆକାଶରେ ଦେଖାଯାଉଥିବା ଅଜ୍ଞାତ ବସ୍ତୁ ‘ଏଲିଏନ୍‌’ ବୋଲି ଅସ୍ୱୀକାର କରିହେବ ନାହିଁ – ଆମେରିକା ଏୟାର୍‌‌ ଫୋର୍ସ ଜେନେରାଲ୍‌

The Sakala Picture
Published On

ୱାସିଂଟନ୍‌: ଆମେରିକା ଆକାଶରେ ଚିହ୍ନଟ କରାଯାଇ ଖସା ଯାଉଛି ଅଜ୍ଞାତ ବସ୍ତୁ । ଏପରି ବାରମ୍ଭର କ୍ରମାଗତ ଭାବେରେ କିଛିଦିନ ହେବ ଦେଖିବାକୁ ମିଳୁଛି । ତେବେ ଆକାଶରେ ଦେଖାଯାଉଥିବା ଏହେ ବସ୍ତୁଗୁଡ଼ିକ ‘ଏଲିଏନ୍‌’ ହୋଇ ନ ଥିବ ବୋଲି କୁହାଯାଇ ପାରିବ ନାହିଁ ବୋଲି ‘ଏୟାର୍‌‌ ଫୋର୍ସ ଜେନେରାଲ୍‌’ ଗ୍ଲେନ୍‌ ଭାନ୍‌ହେର୍କ ରବିବାର ଦିନ କହିଛନ୍ତି। ଗତ ୩ ଦିନରେ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ଖସାଇ ଦିଆଯାଇଥିବା ୩ଟି ଉଡ଼ନ୍ତା ବସ୍ତୁ ବାହ୍ୟ ଜଗତ୍‌ର କି […]

ୱାସିଂଟନ୍‌: ଆମେରିକା ଆକାଶରେ ଚିହ୍ନଟ କରାଯାଇ ଖସା ଯାଉଛି ଅଜ୍ଞାତ ବସ୍ତୁ । ଏପରି ବାରମ୍ଭର କ୍ରମାଗତ ଭାବେରେ କିଛିଦିନ ହେବ ଦେଖିବାକୁ ମିଳୁଛି । ତେବେ ଆକାଶରେ ଦେଖାଯାଉଥିବା ଏହେ ବସ୍ତୁଗୁଡ଼ିକ ‘ଏଲିଏନ୍‌’ ହୋଇ ନ ଥିବ ବୋଲି କୁହାଯାଇ ପାରିବ ନାହିଁ ବୋଲି ‘ଏୟାର୍‌‌ ଫୋର୍ସ ଜେନେରାଲ୍‌’ ଗ୍ଲେନ୍‌ ଭାନ୍‌ହେର୍କ ରବିବାର ଦିନ କହିଛନ୍ତି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଗତ ୩ ଦିନରେ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ଖସାଇ ଦିଆଯାଇଥିବା ୩ଟି ଉଡ଼ନ୍ତା ବସ୍ତୁ ବାହ୍ୟ ଜଗତ୍‌ର କି ବୋଲି ସାମ୍ବାଦିକମାନେ ପଚାରିବାରୁ ସେ କହିଥିଲେ ଯେ , ଏ କଥା ନିର୍ଦ୍ଧାରଣ କରିବା ଭାର ମୁଁ ‘ଇଣ୍ଟେଲ୍‌ କମ୍ୟୁନିଟି’ ଓ ‘କାଉଣ୍ଟର୍‌ଇଣ୍ଟେଲିଜେନ୍‌ସ୍‌ କମ୍ୟୁନିଟିଉପରେ ନ୍ୟସ୍ତ କରୁଛି। ମୁଁ କୌଣସି କଥାକୁ ଅଗ୍ରାହ୍ୟ କରିନାହିଁ। ଭାନ୍‌ହେ‌ର୍କ ଆହୁରି ମଧ୍ୟ କହିଛନ୍ତି, ଏବେ ଆମେ ବିପଦ ବା ସମ୍ଭାବ୍ୟ ବିପଦ କଥା ଆକଳନ କରୁଛୁ। ଉତ୍ତର ଆମେରିକାରେ ପହଞ୍ଚୁଥିବା ଉକ୍ତ ଅଜ୍ଞାତ ବସ୍ତୁଗୁଡ଼ିକୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛୁ। ସେଗୁଡ଼ିକ କିଭଳି ଆକାଶରେ ଭାସି ବୁଲୁଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର