ସ୍କୁଲ ଛୁଟି ପରେ ଘରକୁ ଫେରୁଥିବାବେଳେ ଅଟୋକୁ ଧକ୍କା ଦେଲା ଟ୍ରକ; ୭ ଛାତ୍ର ମୃତ, ୪ ଗୁରୁତର

The Sakala Picture
Published On

ଛତିଶଗଡ଼: ସ୍କୁଲ ଛୁଟି ପରେ ଘରକୁ ପହଁରୁଥିଲେ କୁନି କୁନି ଛାତ୍ର, ମାତ୍ର ଅଧା ବାଟରେ ଜଗିଥିଲା ଯମ । ସ୍କୁଲ ଛୁଟି ହେବା ପରେ ଖୁସିମନରେ ଅଟୋରେ ଘରକୁ ଫେରୁଥିବାବେଳେ ମଝି ରାସ୍ତରେ ଅଟୋ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ୭ ଜଣ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଥିବା ଭାନୁପ୍ରତାପପୁରରେ ଘଟିଛି […]

ଛତିଶଗଡ଼: ସ୍କୁଲ ଛୁଟି ପରେ ଘରକୁ ପହଁରୁଥିଲେ କୁନି କୁନି ଛାତ୍ର, ମାତ୍ର ଅଧା ବାଟରେ ଜଗିଥିଲା ଯମ । ସ୍କୁଲ ଛୁଟି ହେବା ପରେ ଖୁସିମନରେ ଅଟୋରେ ଘରକୁ ଫେରୁଥିବାବେଳେ ମଝି ରାସ୍ତରେ ଅଟୋ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ୭ ଜଣ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଥିବା ଭାନୁପ୍ରତାପପୁରରେ ଘଟିଛି ଏଭଳି ହୃଦୟ ବିଦାରକ ସଡକ ଦୁର୍ଘଟଣା ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ସୂଚନା ଅନୁସାରେ, ସ୍କୁଲ ଛୁଟି ପରେ ଏହି ସମସ୍ତ ପିଲାମାନେ ଅଟୋରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ସମୟରେ ଚିଲହାଟୀ ଛକ ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା । ଅଟୋଟି କିଛି ଦୂରକୁ ଛିଟିକି ପଡିଥିଲା, ଯେଉଁ କାରଣରୁ ୫ ଜଣ ଶିଶୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଏଥି ସହିତ ଦୁର୍ଘଟଣାରେ ଆହତ ୪ ଜଣ ଶିଶୁଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଉ ୨ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଆହତ ଶିଶୁଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଉଭୟ ଆହତ ଶିଶୁଙ୍କୁ ଭଲ ଚିକିତ୍ସା ପାଇଁ ରାୟପୁରକୁ ପଠାଯାଇଛି । ସେମାନେ ସମସ୍ତେ ପ୍ରାଥମିକ କ୍ଲାସରେ ପଢୁଥିବା କଥା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଅନ୍ୟପଟେ ଏଭଳି ଘଟଣାର ସୂଚନା ପାଇବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତ ଛାତ୍ରମାନଙ୍କ ପରିବାର ପ୍ରତି ସମ୍ବେଦନ ଜଣାଇବା ସହ ମାମଲାର ଯାଂଚ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୟୁଟ୍ୟୁବର ଅରୁଣ ପନୱାରଙ୍କୁ ଶ୍ୱଶୁର ଘରୁ ମିଳିଲା ୭୧ ଲକ୍ଷ ଟଙ୍କା ଓ ୨୧ ତୋଳା ସୁନା: ଯୌତୁକ ନା ଦାନ, ଜାଣନ୍ତୁ ପୂରା ବିବାଦ

09 Feb 2023 By The Sakala

ସ୍କୁଲ ଛୁଟି ପରେ ଘରକୁ ଫେରୁଥିବାବେଳେ ଅଟୋକୁ ଧକ୍କା ଦେଲା ଟ୍ରକ; ୭ ଛାତ୍ର ମୃତ, ୪ ଗୁରୁତର

ଛତିଶଗଡ଼: ସ୍କୁଲ ଛୁଟି ପରେ ଘରକୁ ପହଁରୁଥିଲେ କୁନି କୁନି ଛାତ୍ର, ମାତ୍ର ଅଧା ବାଟରେ ଜଗିଥିଲା ଯମ । ସ୍କୁଲ ଛୁଟି ହେବା ପରେ ଖୁସିମନରେ ଅଟୋରେ ଘରକୁ ଫେରୁଥିବାବେଳେ ମଝି ରାସ୍ତରେ ଅଟୋ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ୭ ଜଣ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଥିବା ଭାନୁପ୍ରତାପପୁରରେ ଘଟିଛି ଏଭଳି ହୃଦୟ ବିଦାରକ ସଡକ ଦୁର୍ଘଟଣା ।

ସୂଚନା ଅନୁସାରେ, ସ୍କୁଲ ଛୁଟି ପରେ ଏହି ସମସ୍ତ ପିଲାମାନେ ଅଟୋରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ସମୟରେ ଚିଲହାଟୀ ଛକ ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା । ଅଟୋଟି କିଛି ଦୂରକୁ ଛିଟିକି ପଡିଥିଲା, ଯେଉଁ କାରଣରୁ ୫ ଜଣ ଶିଶୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଏଥି ସହିତ ଦୁର୍ଘଟଣାରେ ଆହତ ୪ ଜଣ ଶିଶୁଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଉ ୨ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଆହତ ଶିଶୁଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଉଭୟ ଆହତ ଶିଶୁଙ୍କୁ ଭଲ ଚିକିତ୍ସା ପାଇଁ ରାୟପୁରକୁ ପଠାଯାଇଛି । ସେମାନେ ସମସ୍ତେ ପ୍ରାଥମିକ କ୍ଲାସରେ ପଢୁଥିବା କଥା ସୂଚନା ମିଳିଛି ।

ଅନ୍ୟପଟେ ଏଭଳି ଘଟଣାର ସୂଚନା ପାଇବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତ ଛାତ୍ରମାନଙ୍କ ପରିବାର ପ୍ରତି ସମ୍ବେଦନ ଜଣାଇବା ସହ ମାମଲାର ଯାଂଚ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର