ବାଲ୍ୟ ବିବାହ କରିଥିବା ଓ କରାଉଥିବା ଘଟଣାରେ ୧୮୦୦ଜଣଙ୍କୁ ଗିରଫ କଲା ଆସାମ ପୁଲିସ

The Sakala Picture
Published On

ନୂଆଦିଲ୍ଲୀ: ବାଲ୍ୟ ବିବାହକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ ।  ନିର୍ଦ୍ଦେଶ ପରେ ବର୍ତ୍ତମାନ ସୁଦ୍ଧା ବାଲ୍ୟ ବିବାହ ଘଟଣାରେ ସମ୍ପୃକ୍ତ ଥିବା ନେଇ ୧୮୦୦ଜଣଙ୍କୁ ଗିରଫ କରିଛି ଆସାମ ପୁଲିସ । ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନ ଦେଇଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ, ନ୍ତି, ‘ ଆମର ସରକାର ରାଜ୍ୟରେ ବାଲ୍ୟ ବିବାହ ଶେଷ କରିବାକୁ ଦୃଢ଼ ସଂକଳ୍ପ ନେଇଛି। ଆସାମ ପୁଲିସ ରାଜ୍ୟରେ ବାଲ୍ୟ […]

ନୂଆଦିଲ୍ଲୀ: ବାଲ୍ୟ ବିବାହକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ ।  ନିର୍ଦ୍ଦେଶ ପରେ ବର୍ତ୍ତମାନ ସୁଦ୍ଧା ବାଲ୍ୟ ବିବାହ ଘଟଣାରେ ସମ୍ପୃକ୍ତ ଥିବା ନେଇ ୧୮୦୦ଜଣଙ୍କୁ ଗିରଫ କରିଛି ଆସାମ ପୁଲିସ । ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ସେ ଆହୁରି ମଧ୍ଯ କହିଛନ୍ତି ଯେ, ନ୍ତି, ‘ ଆମର ସରକାର ରାଜ୍ୟରେ ବାଲ୍ୟ ବିବାହ ଶେଷ କରିବାକୁ ଦୃଢ଼ ସଂକଳ୍ପ ନେଇଛି। ଆସାମ ପୁଲିସ ରାଜ୍ୟରେ ବାଲ୍ୟ ବିବାହର ୪୦୦୪ ମାମଲା ରୁଜୁ କରିଛନ୍ତି। ଏଦିଗ‌ରେ ପୁଲିସର କାର୍ଯ୍ଯା ନୁଷ୍ଠାନ ଫେବ୍ରୁଆରି ୩ ତାରିଖରୁ ଆରମ୍ଭ ହୋଇଯାଇଛି। ମୁଁ ସମସ୍ତଙ୍କୁ ସହଯୋଗର ନିବେଦନ କରୁଛି। ଗତ ମାସରେ କ୍ୟାବିନେଟରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

ବିଶ୍ୱା ଶର୍ମା ଆହୁରି କହିଥିଲେ ଯେ, ମହିଳାଙ୍କ ବିବାହର ଆଇନଗତ ବୟସ ହେଲା ୧୮ ବର୍ଷ। କମ୍‌ ବୟସର ଝିଅଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ୧୪ବର୍ଷରୁ କମ ବୟସର ପିଲାଙ୍କୁ ବିବାହ କରୁଥିବା ପୁରୁଷଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଜରିଆରେ ଯାଞ୍ଚ ହେବା ନେଇ ମଞ୍ଜୁରୀ ମିଳିଯାଇଛି। ଅନେକ ବ୍ୟକ୍ତିଙ୍କୁ ଏଥିପାଇଁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ ବୋଲି ସେ କହିଥିଲେ। କମ୍‌ ବୟସରେ ବିବାହ ଏବଂ ମାତୃତ୍ୱକୁ ରୋକିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଅଛନ୍ତି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର