‘ମନ୍ କି ବାତ୍’ରେ ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

The Sakala Picture
Published On

ନୂଆଦିଲ୍ଲୀ: ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ୯୭ତମ ମନ୍ କି ବାତ୍ କାର୍ଯ୍ଯକ୍ରମରେ ଉଠିଲା ଓଡ଼ିଶା ମିଲେଟ୍‌ର ସଫଳତାର କାହାଣୀ । ସୁନ୍ଦରଗଡ଼ର ଆଦିବାସୀ ଏସଏଚଜି ମହିଳାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ରାଜ୍ୟର ମିଲେଟ ମିଶନ ବିଷୟରେ ଜଣାଇଲେ ମୋଦି । ଓଡ଼ିଶାର ମିଲେଟ୍ ମିଶନ ଏବେ ଜାତୀୟ ଗଣମାଧ୍ୟମର ହେଡଲାଇନ୍ ପାଲଟିଛି । ସୁନ୍ଦରଗଡ଼ର ଏକ ଆଦିବାସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି […]

ନୂଆଦିଲ୍ଲୀ: ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ୯୭ତମ ମନ୍ କି ବାତ୍ କାର୍ଯ୍ଯକ୍ରମରେ ଉଠିଲା ଓଡ଼ିଶା ମିଲେଟ୍‌ର ସଫଳତାର କାହାଣୀ । ସୁନ୍ଦରଗଡ଼ର ଆଦିବାସୀ ଏସଏଚଜି ମହିଳାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ରାଜ୍ୟର ମିଲେଟ ମିଶନ ବିଷୟରେ ଜଣାଇଲେ ମୋଦି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ଓଡ଼ିଶାର ମିଲେଟ୍ ମିଶନ ଏବେ ଜାତୀୟ ଗଣମାଧ୍ୟମର ହେଡଲାଇନ୍ ପାଲଟିଛି । ସୁନ୍ଦରଗଡ଼ର ଏକ ଆଦିବାସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ମିଶନରେ ସାମିଲ ହୋଇଛି । ମିଲେଟ ସଫଳତା ପଛରେ ଓଡ଼ିଶାର ବହୁ ଏସଏଚଜି ମହିଳାଙ୍କ ହାତ ଥିବା ବେଳେ ସୁନ୍ଦରଗଡ଼ର ୧୫ ଶହ ମହିଳା ମାଣ୍ଡିଆରେ ପୁଷ୍ଟିକର ଖାଦ୍ୟ ତିଆରି କରୁଛନ୍ତି । କୁକିଜ୍, ସରଗୋଲ, ଗୁଲାବ ଜାମୁନ, କେକ୍ ଆଦି ତିଆରି କରୁଛନ୍ତି । ଏ ସବୁ ମାଣ୍ଡିଆ ପ୍ରସ୍ତୁତ ସାମଗ୍ରୀର ଚାହିଦା ଖୁବ୍ ରହିଛି । ଏହାଦ୍ବାରା ମହିଳାମାନେ ଲାଭବାନ ହେଉଛନ୍ତି । ରୋଜଗାରକ୍ଷମ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଅନ୍ତର୍ଜାତୀୟ ମିଲେଟ୍ ବର୍ଷକୁ ସ୍ବୀକୃତି ଦେଇଛି ଜାତିସଂଘ । ଉଭୟ ଯୋଗ ଓ ମିଲେଟ୍ ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ବ ବହନ କରୁଛି । ସୂଚନାଯୋଗ୍ୟ ୨୦୧୭ରେ ମିଲେଟ୍ ମିଶନ ଲଞ୍ଚ କରିଥିଲା ରାଜ୍ୟ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର