ବିମାନରେ ପରିସ୍ରା ଘଟଣା: କାର୍ଯ୍ଯରେ ଅବହେଳା ପାଇଁ ଏୟାର ଇଣ୍ଡିଆକୁ ପୁଣି ୧୦ ଲକ୍ଷ ଫାଇନ୍

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଥରେ ଏୟାର ଇଣ୍ଡିଆକୁ ଫାଇନ୍ । ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିବା ଘଟଣାରେ ଏବେ ପୁଣି ୧୦ ଲକ୍ଷ ଟଙ୍କର ଜରିମାନା ଲଗାଇଛି ଡିଜିସିଏ । ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆରେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ ସହଯାତ୍ରୀ । ବିମାନରେ ଏପରି ଏକ ଘଟଣା ଘଟିଥିଲେ ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ ଡିଜିସିଏକୁ କୌଣସି ତଥ୍ୟ ଦିଆଯାଇ ନଥିଲା । ଏହାସହ […]

ନୂଆଦିଲ୍ଲୀ: ପୁଣି ଥରେ ଏୟାର ଇଣ୍ଡିଆକୁ ଫାଇନ୍ । ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିବା ଘଟଣାରେ ଏବେ ପୁଣି ୧୦ ଲକ୍ଷ ଟଙ୍କର ଜରିମାନା ଲଗାଇଛି ଡିଜିସିଏ । ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆରେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ ସହଯାତ୍ରୀ । ବିମାନରେ ଏପରି ଏକ ଘଟଣା ଘଟିଥିଲେ ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ ଡିଜିସିଏକୁ କୌଣସି ତଥ୍ୟ ଦିଆଯାଇ ନଥିଲା ।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ଏହାସହ ଡିସେମ୍ବରରେ ଘଟିଥିବା ଘଟଣାକୁ ସେ ତାର ଆଭ୍ୟନ୍ତରୀଣ କମିଟିକୁ ବହୁ ବିଳମ୍ବରେ ଜଣାଇଥିଲା । ଏହି ବିଳମ୍ବ ଯୋଗୁ ଏୟାର ଇଣ୍ଡିଆକୁ ପୁଣି ୧୦ ଲକ୍ଷ ଟଙ୍କା ଜରିମାନା ହୋଇଛି । ଏହା ପୂର୍ବରୁ ୩୦ ଲକ୍ଷ ଟଙ୍କା ଜରିମାନା ଲଗା ଯାଇଥିଲା ।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

ଗତ ନଭେମ୍ବରରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଶଙ୍କର ମିଶ୍ରା ନାମକ ଯାତ୍ରୀ ମଦ ପିଇ ନିଶାରେ ବିମାନରେ ଯାତ୍ରା କରୁଥିବା ଅନ୍ୟ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ପ୍ରାୟ ମାସେ ଧରି ଗଣମାଧ୍ୟମରେ ଏହା ଶିରୋନାମା ପାଲଟିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର