ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚିବା ପରେ ଟଙ୍କା ଗଣି ନ ପାରିବାରୁ ଶିଶୁପାଳ ହୋଇ ଘରକୁ ଫେରିଲା ବର

The Sakala Picture
Published On

ଉତ୍ତରପ୍ରଦେଶ: ଟଙ୍କା ଗଣି ନ ପାରିବାରୁ ଶିଶୁପାଳ ହୋଇ ଘରକୁ ଫେରିଲା ବର । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଫାରୁଖାବାଦରେ । ବରଯାତ୍ରୀଙ୍କୁ ସାଥିରେ ଧରି ଧୂମଧାମରେ ବାଜା ରୋସଣୀ କରି ବାହା ହେବାକୁ କନ୍ୟା ଘର ପାଖରେ ପହଁଚିଲା ବର। ତେବେ ବାଟବରଣୀ ବେଳେ ଜଣାପଡିଗଲା ବର ଜଣକ ପୁରା ଅପାଠୁଆ । ମାତ୍ର ୨୧୦୦ ଟଙ୍କାକୁ ଗଣିପାରିଲାନି । ଏହାପରେ ବାହା ହେବାକୁ ମନା କରିଦେଲା କନିଆଁ । ଫଳରେ ଶିଶୁପାଳ […]

ଉତ୍ତରପ୍ରଦେଶ: ଟଙ୍କା ଗଣି ନ ପାରିବାରୁ ଶିଶୁପାଳ ହୋଇ ଘରକୁ ଫେରିଲା ବର । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଫାରୁଖାବାଦରେ । ବରଯାତ୍ରୀଙ୍କୁ ସାଥିରେ ଧରି ଧୂମଧାମରେ ବାଜା ରୋସଣୀ କରି ବାହା ହେବାକୁ କନ୍ୟା ଘର ପାଖରେ ପହଁଚିଲା ବର। ତେବେ ବାଟବରଣୀ ବେଳେ ଜଣାପଡିଗଲା ବର ଜଣକ ପୁରା ଅପାଠୁଆ । ମାତ୍ର ୨୧୦୦ ଟଙ୍କାକୁ ଗଣିପାରିଲାନି । ଏହାପରେ ବାହା ହେବାକୁ ମନା କରିଦେଲା କନିଆଁ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଲା ବର ।

ଆହୁରି ପଢ଼ନ୍ତୁ: ଛାତ୍ର ଆନ୍ଦୋଳନକାରୀଙ୍କ ଉପରୁ ଏଫଆଇଆର ହଟାଇବା ପ୍ରସଙ୍ଗ: ସରକାରଙ୍କ ଲିଖିତ ପ୍ରତିଶ୍ରୁତି ମିଳିନଥିବା କହିଲେ ସିଜେପି ମୁଖପାତ୍ର ସୌରଭ ଦାସ

ସୂଚନା ଅନୁସାରେ ବିବାହ ପାଇଁ କନ୍ୟା ଘରେ ପହଞ୍ଚିବା ପରେ ବାଟବରଣୀ ସମୟରେ କନ୍ୟାର ଭାଇ ବରକୁ ଟଙ୍କା ଗଣିବାକୁ ଦେଇଥିଲେ । ନୋଟ୍ ଗଣିବା ଛାଡନ୍ତୁ, ଖୁଚୁରା ପଇସାବି ବର ଗଣି ପାରି ନଥିଲେ । ଏ ଖବର କନ୍ୟା ଜାଣିବା ପରେ ଅପାଠୁଆ ଯୁବକଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏହାପରେ ଉଭୟ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା । କଥା କଟାକଟି ହେବା ସହ ଘଟଣା ଥାନାକୁ ଯାଇଥିଲା । ପରେ ବିବାହ କରା ନଯିବାକୁ ଥାନାରେ ବୁଝାମଣା ହୋଇଥିଲା । ଏହାପରେ ବର ଫେରି ଯାଇଥିଲା ।

ଆହୁରି ପଢ଼ନ୍ତୁ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ତଦନ୍ତ: ବୋଇଙ୍ଗ ଡ୍ରିମଲାଇନରର ଫୁଏଲ୍ ସୁଇଚରେ କୌଣସି ତ୍ରୁଟି ନାହିଁ, ସଂସଦରେ କହିଲେ ସରକାର

ଖବର ଅନୁସାରେ ଦୁର୍ଗାପୁର ଗାଁର ଯୁବତୀଙ୍କ ବିବାହ ଦୁଇମାସ ପୂର୍ବରୁ ମେନପୁର ଥାନା ବିଛମା ଗାଁର ବବିନା ସାରାରେ ରହୁଥିବା ଯୁବକଙ୍କ ସହ ଠିକ ହୋଇଥିଲା । ଗୁରୁବାର ବର ଆସିଥିଲା । ରାତି ଗୋଟାଏରେ ବାଟବରଣୀ ସମୟରେ ବର ଅପାଠୁଆ ବୋଲି କୌଣସି କାରଣ ସନ୍ଦେହ କରିଥିଲେ । ଯୁବତୀଙ୍କ ଭାଇ ପଣ୍ଡିତଙ୍କୁ ୨୧୦୦ ଟଙ୍କା ଦେଇ ବରକୁ ଗଣାଇବାକୁ କହିଥିଲେ । ତାଙ୍କ ସନ୍ଦେହ ସତ ହେବା ପରେ ଏନେଇ ସେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଏହାପରେ ଯୁବତୀ ବିବାହ କରିବାକୁ ମନା କରି ଦେଇଥିଲେ ।

ଆହୁରି ପଢ଼ନ୍ତୁ: ନେପାଳରେ ସାମ୍ପ୍ରଦାୟିକ ହିଂସା: ସୁନସରୀରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ, ଶାନ୍ତି ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ନିବେଦନ

ଯୁବତୀ ବିବାହ କରିବାକୁ ମନା କରିବା ପରେ ଘଟଣା ଥାନାକୁ ଯାଇଥିଲା । ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ନେଇଯାଇଥିଲା । ଥାନାରେ ଘଣ୍ଟା ଘଣ୍ଟା ଆଲୋଚନା ହେବା ପରେ ବିବାହ ବନ୍ଦ ହୋଇଥିଲା ।

22 Jan 2023 By The Sakala

ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚିବା ପରେ ଟଙ୍କା ଗଣି ନ ପାରିବାରୁ ଶିଶୁପାଳ ହୋଇ ଘରକୁ ଫେରିଲା ବର

ଉତ୍ତରପ୍ରଦେଶ: ଟଙ୍କା ଗଣି ନ ପାରିବାରୁ ଶିଶୁପାଳ ହୋଇ ଘରକୁ ଫେରିଲା ବର । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଫାରୁଖାବାଦରେ । ବରଯାତ୍ରୀଙ୍କୁ ସାଥିରେ ଧରି ଧୂମଧାମରେ ବାଜା ରୋସଣୀ କରି ବାହା ହେବାକୁ କନ୍ୟା ଘର ପାଖରେ ପହଁଚିଲା ବର। ତେବେ ବାଟବରଣୀ ବେଳେ ଜଣାପଡିଗଲା ବର ଜଣକ ପୁରା ଅପାଠୁଆ । ମାତ୍ର ୨୧୦୦ ଟଙ୍କାକୁ ଗଣିପାରିଲାନି । ଏହାପରେ ବାହା ହେବାକୁ ମନା କରିଦେଲା କନିଆଁ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଲା ବର ।

ସୂଚନା ଅନୁସାରେ ବିବାହ ପାଇଁ କନ୍ୟା ଘରେ ପହଞ୍ଚିବା ପରେ ବାଟବରଣୀ ସମୟରେ କନ୍ୟାର ଭାଇ ବରକୁ ଟଙ୍କା ଗଣିବାକୁ ଦେଇଥିଲେ । ନୋଟ୍ ଗଣିବା ଛାଡନ୍ତୁ, ଖୁଚୁରା ପଇସାବି ବର ଗଣି ପାରି ନଥିଲେ । ଏ ଖବର କନ୍ୟା ଜାଣିବା ପରେ ଅପାଠୁଆ ଯୁବକଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏହାପରେ ଉଭୟ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା । କଥା କଟାକଟି ହେବା ସହ ଘଟଣା ଥାନାକୁ ଯାଇଥିଲା । ପରେ ବିବାହ କରା ନଯିବାକୁ ଥାନାରେ ବୁଝାମଣା ହୋଇଥିଲା । ଏହାପରେ ବର ଫେରି ଯାଇଥିଲା ।

ଖବର ଅନୁସାରେ ଦୁର୍ଗାପୁର ଗାଁର ଯୁବତୀଙ୍କ ବିବାହ ଦୁଇମାସ ପୂର୍ବରୁ ମେନପୁର ଥାନା ବିଛମା ଗାଁର ବବିନା ସାରାରେ ରହୁଥିବା ଯୁବକଙ୍କ ସହ ଠିକ ହୋଇଥିଲା । ଗୁରୁବାର ବର ଆସିଥିଲା । ରାତି ଗୋଟାଏରେ ବାଟବରଣୀ ସମୟରେ ବର ଅପାଠୁଆ ବୋଲି କୌଣସି କାରଣ ସନ୍ଦେହ କରିଥିଲେ । ଯୁବତୀଙ୍କ ଭାଇ ପଣ୍ଡିତଙ୍କୁ ୨୧୦୦ ଟଙ୍କା ଦେଇ ବରକୁ ଗଣାଇବାକୁ କହିଥିଲେ । ତାଙ୍କ ସନ୍ଦେହ ସତ ହେବା ପରେ ଏନେଇ ସେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଏହାପରେ ଯୁବତୀ ବିବାହ କରିବାକୁ ମନା କରି ଦେଇଥିଲେ ।

ଯୁବତୀ ବିବାହ କରିବାକୁ ମନା କରିବା ପରେ ଘଟଣା ଥାନାକୁ ଯାଇଥିଲା । ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ନେଇଯାଇଥିଲା । ଥାନାରେ ଘଣ୍ଟା ଘଣ୍ଟା ଆଲୋଚନା ହେବା ପରେ ବିବାହ ବନ୍ଦ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର