ପୁଣି ଦିଲ୍ଲୀରେ ଅମାନୁଷିକ ଘଟଣା: ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଘୋଷାଡି ନେଲା କାର୍

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ ଅମାନୁଷିକ ଘଟଣା ଘଟିଛି । ଏଥର ସାଧାରଣ ମହିଳା ନୁହନ୍ତି ବରଂ ଖୋଦ୍ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ହୋଇଛନ୍ତି ଅସାମାଜିକ ଲୋକଙ୍କ ଆତଙ୍କରାଜର ଶିକାର। ଜଣେ ମଦ୍ୟପ ଡ୍ରାଇଭର ତାଙ୍କ କାରରେ ସ୍ବାତୀଙ୍କୁ ପ୍ରାୟ ୧୫ ମିଟର ଘୋଷାଡ଼ି ନେଇଥିବା ଅଭିଯୋଗ କରିଛନ୍ତି ସ୍ବାତୀ । ଗତ ଗୁରୁବାର ରାତି ୩ଟା ୧୧ ମିନଟରେ ଘଟିଛି ଏହି ଅଘଟଣ । ମାଲିଓ୍ବାଲ କରିଥିବା ଅଭିଯୋଗ ଅନୁଯାୟୀ, ଦିଲ୍ଲୀ […]

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ ଅମାନୁଷିକ ଘଟଣା ଘଟିଛି । ଏଥର ସାଧାରଣ ମହିଳା ନୁହନ୍ତି ବରଂ ଖୋଦ୍ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ହୋଇଛନ୍ତି ଅସାମାଜିକ ଲୋକଙ୍କ ଆତଙ୍କରାଜର ଶିକାର। ଜଣେ ମଦ୍ୟପ ଡ୍ରାଇଭର ତାଙ୍କ କାରରେ ସ୍ବାତୀଙ୍କୁ ପ୍ରାୟ ୧୫ ମିଟର ଘୋଷାଡ଼ି ନେଇଥିବା ଅଭିଯୋଗ କରିଛନ୍ତି ସ୍ବାତୀ । ଗତ ଗୁରୁବାର ରାତି ୩ଟା ୧୧ ମିନଟରେ ଘଟିଛି ଏହି ଅଘଟଣ ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ମାଲିଓ୍ବାଲ କରିଥିବା ଅଭିଯୋଗ ଅନୁଯାୟୀ, ଦିଲ୍ଲୀ ଏମସ୍ ପଛପଟେ ସେ ରିୟଲିଟି ଚେକ୍ କରୁଥିବାବେଳେ ୪୭ ବର୍ଷ ବୟସ୍କ ଜଣେ ମଦ୍ୟପ ଡ୍ରାଇଭର ହରିଶଚନ୍ଦ୍ର ତାଙ୍କୁ ବାଲେନୋ କାରରେ ବସିବା ଲାଗି ବାଧ୍ୟ କରିଥିଲା। ମାତ୍ର ସେ ମନା କରିବାରୁ ତାଙ୍କୁ ଜବରଦସ୍ତ କାରରେ ବସାଇବା ଲାଗି ବଳ ପ୍ରୟୋଗ କରିଥିଲା । ଏହାରି ଭିତରେ ସ୍ବାତୀଙ୍କ ହାତ କାରର ଓ୍ବିଣ୍ଡୋରେ ଲାଖିଯାଇଥିବା ସତ୍ତ୍ବେ ଡ୍ରାଇଭର ଜଣକ କାରକୁ ଆଗକୁ ଚଳାଇଥିଲା । ଫଳରେ ପ୍ରାୟ ୧୫ ମିଟର ଯାଏ ସ୍ବାତୀ କାରରେ ଘୋଷାଡି ହୋଇଯାଇଥିଲେ । ମହିଳା କମିଶନଙ୍କ ଟିମ୍ କିଛି ଦୂରରେ ଥିବାରୁ ଡ୍ରାଇଭରଜଣକ ଏହି କାଣ୍ଡ ଘଟାଇବାକୁ ସକ୍ଷମ ହୋଇଥିଲା । ଏହି ଘଟଣାରେ ଡ୍ରାଇଭରକୁ ଗିରଫ କରାଯାଇଛି । ଗତ ଜାନୁଆରୀ ୧ରେ ଅଞ୍ଜଳି ସିଂ ନାମ୍ନୀ ଜଣେ ୨୦ ବର୍ଷ ବୟସ୍କା ମହିଳାଙ୍କୁ କାରରେ ୧୨ କିଲୋମିଟର ଘୋଷାଡି ନେବାରୁ ତାଙ୍କର ହୋଇଥିଲା ମୃତ୍ୟୁ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର