୨୦୨୪ ନିର୍ବାଚନରେ ବହୁମତ ହାସଲ କରିପାରିବନି ବିଜେପି, ହରାଇବ ୫୦ରୁ ଅଧିକ ଆସନ: ଶଶୀ ଥରୁର

The Sakala Picture
Published On

କୋଝିକୋଡ: ୨୦୨୪ ରେ ହେବାକୁ ଥିବା ନିର୍ବାଚନ ଫଳାଫଳକୁ ନେଇ ସାଙ୍ଘାତିକ ଭବିଷ୍ୟବାଣୀ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । ୨୦୨୪ ନିର୍ବାଚନରେ ବିଜେପିର ବିଜୟ ଆଶା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି କି ବହୁମତ ହାସଲ କରିପାରିବନି ଶାସକ ବିଜେପି । ଏହା ସହିତ ବିଜେପି ୫୦ରୁ ଅଧିକ ଆସନ ହରାଇବ । ୨୦୨୪ରେ ୨୦୧୯ର ପୁନରାବୃତ୍ତି ଦେଖିବାକୁ ମିଳିବନି । ‘କେରଳ ସାହିତ୍ୟ ଉତ୍ସବ’ରେ ‘ଇଣ୍ଡିଆ ଆଟ୍‌ ୭୫: ଏ […]

କୋଝିକୋଡ: ୨୦୨୪ ରେ ହେବାକୁ ଥିବା ନିର୍ବାଚନ ଫଳାଫଳକୁ ନେଇ ସାଙ୍ଘାତିକ ଭବିଷ୍ୟବାଣୀ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । ୨୦୨୪ ନିର୍ବାଚନରେ ବିଜେପିର ବିଜୟ ଆଶା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି କି ବହୁମତ ହାସଲ କରିପାରିବନି ଶାସକ ବିଜେପି । ଏହା ସହିତ ବିଜେପି ୫୦ରୁ ଅଧିକ ଆସନ ହରାଇବ । ୨୦୨୪ରେ ୨୦୧୯ର ପୁନରାବୃତ୍ତି ଦେଖିବାକୁ ମିଳିବନି ।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

‘କେରଳ ସାହିତ୍ୟ ଉତ୍ସବ’ରେ ‘ଇଣ୍ଡିଆ ଆଟ୍‌ ୭୫: ଏ ୱାକ୍‌ ଥ୍ରୋ ଦି ଡେମୋକ୍ରାଟିକ୍‌ ଇନ୍‌ଷ୍ଟିଚ୍ୟୁସନ୍‌’ ଶୀର୍ଷକ ଅଧିବେଶନରେ ଉଦ୍‌ବୋଧନ ଦେବା ବେଳେ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି ଯେ, ସେ ‘ବିଜେପି’ର ପ୍ରାଧାନ୍ୟକୁ ସ୍ୱୀକାର କରୁଛନ୍ତି ସତ, କିନ୍ତୁ ଏ କଥା ବି ସତ ଯେ, ଅନେକ ରାଜ୍ୟରେ ‘ବିଜେପି’ ହାରୁ ଥିବାରୁ ସାଧାରଣ ନିର୍ବାଚନରେ ହାରିଯିବା ଅସମ୍ଭବ ନୁହେଁ। ଶଶୀ ଥରୁର କହିଛନ୍ତି ଯେ, ୨୦୧୯ରେ ବିଜେପି ଉନ୍ନତ ପ୍ରଦର୍ଶନ କରିଥିଲା।ବିଜେପି ପାଖରେ ପଶ୍ଚିମବଙ୍ଗର ୧୮ ସିଟ୍ ସମେତ ହରିୟାଣା, ଗୁଜରାଟ ଏବଂ ରାଜସ୍ଥାନରେ ପ୍ରାୟ ସବୁ ସିଟ ଥିଲା । ତେବେ ୨୪ ନିର୍ବାଚନରେ ବିଜେପିକୁ ସେଭଳି ଫଳାଫଳ ମିଳିବା ଅସମ୍ଭବ। ଏପରିକି ଦଳ ବହୁମତ ହାସଲ କରିବା ସମ୍ଭାବନା ବି କମ୍ ବୋଲି ଥରୁର କହିଛନ୍ତି। ମହୋତ୍ସବରେ ଥରୁର କହିଛନ୍ତି, ପୂର୍ବଭଳି ବିଜେପିକୁ ଆଉ ଲୋକେ ପସନ୍ଦ କରୁନାହାଁନ୍ତି। ଦେଶବାସୀ ଜାଣି ସାରିଲେଣି ଦଳର ଆକାଂକ୍ଷା କଣ। ତେଣୁ ଦଳକୁ ସେଭଳି ସଫଳତା ମିଳିବା କ୍ଷୀଣ।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

ଗତ ଲୋକସଭା ନିର୍ବାଚନରେ ପୁଲୱାମା ଆକ୍ରମଣ ପରେ ବାଲାକୋଟ ଏୟାରଷ୍ଟ୍ରାଇକକୁ ନେଇ ସରାକରଙ୍କ ସପକ୍ଷରେ ହାୱା ଦେଖିବାକୁ ମିଳିଥିଲା । କିନ୍ତୁ ୨୦୨୪ରେ ସେଭଳି କୌଣସି ହାୱା ବିଜେପି ସପକ୍ଷରେ ବହିବ ନାହିଁ । ତେଣୁ ଆଗାମୀ ନିର୍ବାଚନରେ ବିଜେପି ୫୦ ସିଟ୍ ହରାଇବା ଏକପ୍ରକାର ନିଶ୍ଚିତ ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

14 Jan 2023 By The Sakala

୨୦୨୪ ନିର୍ବାଚନରେ ବହୁମତ ହାସଲ କରିପାରିବନି ବିଜେପି, ହରାଇବ ୫୦ରୁ ଅଧିକ ଆସନ: ଶଶୀ ଥରୁର

କୋଝିକୋଡ: ୨୦୨୪ ରେ ହେବାକୁ ଥିବା ନିର୍ବାଚନ ଫଳାଫଳକୁ ନେଇ ସାଙ୍ଘାତିକ ଭବିଷ୍ୟବାଣୀ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । ୨୦୨୪ ନିର୍ବାଚନରେ ବିଜେପିର ବିଜୟ ଆଶା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି କି ବହୁମତ ହାସଲ କରିପାରିବନି ଶାସକ ବିଜେପି । ଏହା ସହିତ ବିଜେପି ୫୦ରୁ ଅଧିକ ଆସନ ହରାଇବ । ୨୦୨୪ରେ ୨୦୧୯ର ପୁନରାବୃତ୍ତି ଦେଖିବାକୁ ମିଳିବନି ।

‘କେରଳ ସାହିତ୍ୟ ଉତ୍ସବ’ରେ ‘ଇଣ୍ଡିଆ ଆଟ୍‌ ୭୫: ଏ ୱାକ୍‌ ଥ୍ରୋ ଦି ଡେମୋକ୍ରାଟିକ୍‌ ଇନ୍‌ଷ୍ଟିଚ୍ୟୁସନ୍‌’ ଶୀର୍ଷକ ଅଧିବେଶନରେ ଉଦ୍‌ବୋଧନ ଦେବା ବେଳେ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି ଯେ, ସେ ‘ବିଜେପି’ର ପ୍ରାଧାନ୍ୟକୁ ସ୍ୱୀକାର କରୁଛନ୍ତି ସତ, କିନ୍ତୁ ଏ କଥା ବି ସତ ଯେ, ଅନେକ ରାଜ୍ୟରେ ‘ବିଜେପି’ ହାରୁ ଥିବାରୁ ସାଧାରଣ ନିର୍ବାଚନରେ ହାରିଯିବା ଅସମ୍ଭବ ନୁହେଁ। ଶଶୀ ଥରୁର କହିଛନ୍ତି ଯେ, ୨୦୧୯ରେ ବିଜେପି ଉନ୍ନତ ପ୍ରଦର୍ଶନ କରିଥିଲା।ବିଜେପି ପାଖରେ ପଶ୍ଚିମବଙ୍ଗର ୧୮ ସିଟ୍ ସମେତ ହରିୟାଣା, ଗୁଜରାଟ ଏବଂ ରାଜସ୍ଥାନରେ ପ୍ରାୟ ସବୁ ସିଟ ଥିଲା । ତେବେ ୨୪ ନିର୍ବାଚନରେ ବିଜେପିକୁ ସେଭଳି ଫଳାଫଳ ମିଳିବା ଅସମ୍ଭବ। ଏପରିକି ଦଳ ବହୁମତ ହାସଲ କରିବା ସମ୍ଭାବନା ବି କମ୍ ବୋଲି ଥରୁର କହିଛନ୍ତି। ମହୋତ୍ସବରେ ଥରୁର କହିଛନ୍ତି, ପୂର୍ବଭଳି ବିଜେପିକୁ ଆଉ ଲୋକେ ପସନ୍ଦ କରୁନାହାଁନ୍ତି। ଦେଶବାସୀ ଜାଣି ସାରିଲେଣି ଦଳର ଆକାଂକ୍ଷା କଣ। ତେଣୁ ଦଳକୁ ସେଭଳି ସଫଳତା ମିଳିବା କ୍ଷୀଣ।

ଗତ ଲୋକସଭା ନିର୍ବାଚନରେ ପୁଲୱାମା ଆକ୍ରମଣ ପରେ ବାଲାକୋଟ ଏୟାରଷ୍ଟ୍ରାଇକକୁ ନେଇ ସରାକରଙ୍କ ସପକ୍ଷରେ ହାୱା ଦେଖିବାକୁ ମିଳିଥିଲା । କିନ୍ତୁ ୨୦୨୪ରେ ସେଭଳି କୌଣସି ହାୱା ବିଜେପି ସପକ୍ଷରେ ବହିବ ନାହିଁ । ତେଣୁ ଆଗାମୀ ନିର୍ବାଚନରେ ବିଜେପି ୫୦ ସିଟ୍ ହରାଇବା ଏକପ୍ରକାର ନିଶ୍ଚିତ ।

https://www.thesakala.in/national-international/bjp-may-not-get-majority-in-2024-election-shashi-tharoor/article-18127
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର